କେବଳ ତରକାରିରେ ସ୍ୱାଦ ବଢ଼ାଇବା ପାଇଁ ନୁହେଁ, ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ପାଇଁ ଉପକାରୀ ରସୁଣ। ମସଲା ଦ୍ରବ୍ୟ ଭାବେ ବ୍ୟବହାର କରୁଥିବା ରସୁଣର ଅନେକ ଔଷଧୀୟ ଗୁଣ ରହିଛି। ଆସନ୍ତୁ ଜାଣିବା …

garlic fir health

ଆୟୁର୍ବେଦରେ ରସୁଣର ଉପକାରିତା (Garlic benefits according to Ayurveda in Odia)

ଆର୍ୟୁବେଦ ଅନୁସାରେ ରସୁଣର ପାଞ୍ଚଟି ସ୍ଵାଦ ରହିଛି। ସେଗୁଡ଼ିକ ହେଉଛି ମିଠା, ଖଟା, ରାଗ, ପିତା ଏବଂ କଷା। ଏହି ପାଞ୍ଚ ସ୍ଵାଦକୁ ପଞ୍ଚରସ କୁହାଯାଏ। ରସୁଣରେ ଲୁଣ ଅଂଶ ନଥାଏ। ଖାଦ୍ୟ ଖାଇବା ପରେ ରସୁଣ ଖାଇବା ଦ୍ୱାରା ଶୀଘ୍ର ହଜମ ହୋଇଥାଏ।

ଛୋଟ ପିଲାଙ୍କୁ ରସୁଣ ଖୁଆଇଲେ ସେମାନଙ୍କ ବୁଦ୍ଧି ପ୍ରଖର ହୁଏ। ରସୁଣ ଖାଇବା ଦ୍ଵାରା ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ। ନୟମିତ ଭାବେ ରସୁଣ ତିଆରି ତରକାରୀ ଖାଇଲେ ଆଖିର ଜ୍ୟୋତି ବଢ଼ିଥାଏ। ଅମ୍ଳ ସମସ୍ୟା କମେଇବାରେ ରସୁଣର ଭୂମିକା ରହିଛି। ଖାଇସାରିବା ପରେ ରସୁଣ ଖାଇଲେ ପେଟରେ ଅଦରକାରୀ ଗ୍ୟାସ ନଷ୍ଟ ହୋଇଯାଏ। ମସ୍ତିଷ୍କ ପାଇଁ ରସୁଣ ଅତ୍ୟନ୍ତ ଉପଯୋଗୀ। ରସୁଣ ଖାଇବା ଦ୍ଵାରା ମୁଣ୍ଡରେ ଏକ ପ୍ରକାର ରସ ତିଆରି ହୁଏ, ଯାହା ମସ୍ତିଷ୍କର ସମସ୍ତ ସ୍ନାୟୁକୁ ଗତିଶୀଳ କରିବାରେ ସହାୟ ହୁଏ।

ରସୁଣରେ କିଛି ମାତ୍ରାରେ ରସାୟନ ପଦାର୍ଥ ରହିଛି। ଏହି ପଦାର୍ଥ ଅଦରକାରୀ ବ୍ୟାକ୍ଟେରିଆକୁ ମାରିପାରେ। ସେଥିପାଇଁ ରସୁଣକୁ ଆଣ୍ଟିମାଇକ୍ରୋବିଆଲ କୁହାଯାଏ। ରକ୍ତକୁ ସଫା କରିବା ସହ ରକ୍ତ ସଞ୍ଚାଳନ ଭଲ ଭାବରେ ହୋଇପାରେ। ରସୁଣ ଖାଇଲେ ତ୍ଵଚାରେ ଚମକ ଆସେ। ଚର୍ମରେ ଥିବା ହ୍ଵାଇଟ ସେଲଗୁଡ଼ିକ ଗତିଶୀଳ ହୁଅନ୍ତି। ଗଳାରେ କଫ ହୋଇଥିଲେ, ରସୁଣ ଖାଇଲେ ଭଲ ହୋଇଯାଏ।

remove garlic peel

ରସୁଣର ଔଷଧୀୟ ଗୁଣ

ପ୍ରତିଦିନ ୨ରୁ ୪ ପାଖୁଡା ରସୁଣ ଖାଆନ୍ତୁ। ଦୈନିକ ଭାତ ସହ ରସୁଣ ଓ ସୋରିଷ ତେଲ ମିଶାଇ ଖାଇଲେ ଶ୍ଵାସ ରୋଗ ଭଲ ହୁଏ। ଗୋଟିଏ ଦିନରେ ୩ରୁ ୬ଗ୍ରାମ ରସୁଣ ଛେଚା ଖାଇବା ଦରକାର।

ରସୁଣରେ ଥିବା ଔଷଧୀୟ ଗୁଣ ଗଣ୍ଠିବାତ ଯନ୍ତ୍ରଣାର ଉପଶମ କରିଥାଏ।

ଶରୀରରେ ଅଦରକାରୀ ଅଣୁଜୀବ ନଷ୍ଟ କରିଥାଏ।

ଘିଅ ଓ ମହୁ ସହ ରସୁଣ ମିଶାଇ ଖାଇଲେ ଶରୀର ସୁସ୍ଥ ରହେ। ଯୌବନତା ବଜାୟ ରହେ।

ପ୍ରତିଦିନ ସକାଳୁ ରସୁଣ ଜୁସ୍ ପିଇଲେ ସମସ୍ତ ସ୍ତ୍ରୀ ରୋଗର ଉପଚାର ହୋଇଥାଏ।

ବୈଜ୍ଞାନିକଙ୍କ ଅନୁସାରେ ରସୁଣର ଉପାଦେୟତା

୧. ଶରୀରର ରକ୍ତଚାପ ନିୟନ୍ତ୍ରଣ କରିବାରେ ରସୁଣ ସାହାଯ୍ୟ କରିଥାଏ। ରସୁଣ ଖାଇଲେ ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ନଥାଏ। ରକ୍ତରେ ଏଟିନଲ ହରମୋନ ଥାଏ। ଯାହା ଉଚ୍ଚ ରକ୍ତଚାପ ହେବାର ପ୍ରମୁଖ କାରଣ। ୬୦୦ରୁ ୧୫୦୦ ମିଲିଗ୍ରାମର ରସୁଣ ରକ୍ତରେ ଏଟିନଲର ମାତ୍ରା କମ କରିଥାଏ। ରସୁଣ ଖାଇବା ଫଳରେ ଉଚ୍ଚ ରକ୍ତଚାପରୁ ଉପଶମ ମିଳିଥାଏ।

୨. ଅତ୍ୟଧିକ କୋଲେଷ୍ଟ୍ରଲ ହୃଦରୋଗର ଅନ୍ୟ ଏକ କାରଣ। ରସୁଣ ଖାଇବା ଯୋଗୁଁ ଏହି କୋଲେଷ୍ଟ୍ରଲ ସ୍ତର ସନ୍ତୁଳନ ରହେ।

୩. ଏସିଟୋମିନଫେନ ଏନଜାଇମର ବିଷାକ୍ତ ପଦାର୍ଥ ଯକୃତ ନଷ୍ଟ କରାଇଥାଏ। ରସୁଣ ଏହି ଏନଜାଇମର ମାତ୍ରା ରୋକିଥାଏ। ଯକୃତ ଉପରେ ଏହାର ପ୍ରଭାବ ପଡିବାକୁ ଦେଇନଥାଏ।

୪.ରସୁଣରେ ରୋଗ ପ୍ରତିରୋଧକ ଶକ୍ତି ରହିଛି। ଏହା ଶରୀରକୁ ଅତି ବାଇଗଣୀ ରଶ୍ମିରୁ ରକ୍ଷା କରିଥାଏ। ଚର୍ମ କ୍ୟାନସର ଭଳି ରୋଗ ଜୀବାଣୁକୁ ନଷ୍ଟ କରିଥାଏ।

୫.ରସୁଣ ରକ୍ତରେ ଥିବା ଲିମ୍ଫୋସାଇଟ ସେଲ ସଂଖ୍ୟା ବଢ଼ାଇଥାଏ। ଅତି ବାଇଗଣୀ ରଶ୍ମି କବଳରୁ ଏହି ସେଲକୁ ରକ୍ଷା କରିଥାଏ।

ରସୁଣର କୁପ୍ରଭାବ

ପ୍ରତିଦିନ ଅଳ୍ପ ପରିମାଣର ରସୁଣ ଖାଇବା ଉଚିତ। ଅଧିକ ମାତ୍ରାରେ କଞ୍ଚା ରସୁଣ ଖାଇବା ସ୍ଵାସ୍ଥ୍ୟ ପାଇଁ ଭଲ ନୁହଁ।

ଅଧିକ ରସୁଣ ଖାଇବା ଦ୍ୱାରା ପେଟରେ ଗ୍ୟାସ ପରିମାଣ ବଢ଼ାଇଥାଏ। ଏସିଡ ଭଳି ଗ୍ୟାସଜନିତ ରୋଗ ଦେଖାଦିଏ।

ଅନେକଙ୍କଠାରେ ରସୁଣ ଖାଇଲେ ଚର୍ମ ଜଳାପୋଡ଼ା ହୋଇଥାଏ।

ରସୁଣରେ ରକ୍ତ ବନ୍ଦ ବା ଆଣ୍ଟିଥ୍ରୋମ୍ବାଇଟିକ ଗୁଣ ଥିବାରୁ ଅତ୍ୟଧିକ ଖାଇବା ହିତକର ନୁହଁ।

Know several important aspects of garlic – garlic benefits, garlic side effects, garlic precautions. Odia Health Tips.