ଘରେ କେହି କୋଭିଡ୍‌ରେ ଆକ୍ରାନ୍ତ ହେଲେ ବା କୋଭିଡ୍‌ର କୌଣସି ଲକ୍ଷଣ ଦେଖାଦେଲେ, ତାଙ୍କର କିଭଳି ଯତ୍ନ ନେବେ ଜାଣନ୍ତୁ।

ଅଲଗା ରୁମ୍‌ରେ ରହନ୍ତୁ

କରୋନାରେ ପୀଡ଼ିତ ଏବଂ ସାଧାରଣ ଲକ୍ଷଣ ଅନୁଭବ କରୁଥିବା ରୋଗୀମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି। ସେଥିପାଇଁ ଏହି ସମୟରେ ରୋଗୀଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡ଼ିବ। ଅନ୍ୟ ଜଣଙ୍କୁ ସଂକ୍ରମଣଠାରୁ ରକ୍ଷା କରିବା ପାଇଁ ହେଲେ ରୋଗୀ ଅଲଗା ରୁମ୍‌ରେ ରହନ୍ତୁ। ଯଦି ସମ୍ଭବ ଅଲଗା ଶୌଚାଳୟ ମଧ୍ୟ ବ୍ୟବହାର କରନ୍ତୁ। ରୋଗୀଙ୍କଠାରୁ ପରିବାର ସଦସ୍ୟମାନେ ପାଖାପାଖି ୬ ମିଟର ଦୂରତା ବଜାୟ ରଖନ୍ତୁ। ରୋଗୀ ରହୁଥିବା ଘରେ ସଠିକ ଭାବେ ବାୟୁ ଚଳାଚଳ ହେଉଥିଲେ ଭଲ।  

ଆକ୍ରାନ୍ତଙ୍କ ନିକଟରୁ ଛୋଟ ପିଲା ଓ ବୟସ୍କଙ୍କୁ ଦୂରେଇ ରଖିବା ଜରୁରୀ।

ଆକ୍ରାନ୍ତଙ୍କ ଦେଖାଶୁଣା କରୁଥିବା ବ୍ୟକ୍ତି ମାସ୍କ ଓ ଗ୍ଲୋଭସ ବ୍ୟବ୍ୟହାର କରିବା ନିହାତି ଆବଶ୍ୟକ। ଗ୍ଲୋବ୍‌ସ, ମାସ୍କ କାଢ଼ିସାରିବା ପରେ ହାତକୁ ସାନିଟାଇଜର କିମ୍ବା ସାବୁନରେ ଧୁଅନ୍ତୁ।

କରୋନା ଭୂତାଣୁରୁ ସୁରକ୍ଷିତ ରହିବାର ଅସ୍ତ୍ର ହେଉଛି ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା। ତେଣୁ, ଆକ୍ରାନ୍ତ ବ୍ୟକ୍ତି ସବୁବେଳେ ମାସ୍କ ପିନ୍ଧିବା ଜରୁରୀ। ଡାକ୍ତରଙ୍କ ପାଖକୁ ଯିବା ସମୟରେ ମାସ୍କ ବ୍ୟବହାର କରନ୍ତୁ।

କରୋନା ଆକ୍ରାନ୍ତଙ୍କ ପାଇଁ ବାସନକୁସନ ଅଲଗା ରଖନ୍ତୁ। ସେମାନେ ବ୍ୟବହାର କରିସାରିବା ପରେ ତାକୁ ଡିଟରଜେଣ୍ଟ ଓ ଗରମ ପାଣିରେ ଧୁଅନ୍ତୁ।

hand sanitizer

ଅଧିକ ପଢ଼ନ୍ତୁ: କୋଭିଡ୍‌ ରୋଗୀଙ୍କ ପାଇଁ ବ୍ରିଦିଙ୍ଗ ଏକ୍ସରସାଇଜ୍‌

ରୋଗୀଙ୍କ ଯତ୍ନ ନେଉଥିବା ବ୍ୟକ୍ତି କେମିତି ନେବେ ନିଜର ଯତ୍ନ

ରୋଗୀଙ୍କର ଯତ୍ନ ନେଉଥିବା ବ୍ୟକ୍ତି ମାସ୍କ ପିନ୍ଧିବା ସହିତ ଆକ୍ରାନ୍ତ ଥିବା ବ୍ୟକ୍ତି ମଧ୍ୟ ମାସ୍କ ପିନ୍ଧିବା ଜରୁରୀ। 

ବାରମ୍ବାର ନିଜ ଆଖି, ପାଟି, ନାକ ଏବଂ ମୁହଁକୁ ଛୁଅନ୍ତୁ ନାହିଁ। 

ନିଜ ହାତକୁ ବାରମ୍ବାର ସାବୁନରେ ସଫା କରନ୍ତୁ ଅଥବା ସାନିଟାଇଜର ଲଗାନ୍ତୁ।

ଦୁଇବର୍ଷରୁ କମ୍ ବୟସର ଆକ୍ରାନ୍ତ ବା ସୁସ୍ଥ ଶିଶୁଙ୍କୁ ମାସ୍କ ପିନ୍ଧାନ୍ତୁ ନାହିଁ। 

ଅଧିକ ପଢ଼ନ୍ତୁ: କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ – କ’ଣ ରହିଛି ଲକ୍ଷଣ ଓ କେମିତି ରହିବେ ସତର୍କ?

କେତେବେଳେ ଡାକ୍ତରଙ୍କ ପାଖକୁ ଯିବେ?

ଯଦି ସଙ୍ଗରୋଧରେ ରହୁଥିବା ବ୍ୟକ୍ତିଙ୍କର ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହୁଏ, ଲଗାତାର ଛାତିରେ ଯନ୍ତ୍ରଣା ଅନୁଭୂତ ହୁଏ, ତ୍ଵଚାର ରଙ୍ଗ ହଳଦିଆ, ନୀଳ ପଡ଼ିଯାଏ କିମ୍ବା କୌଣସି ନୂଆ ଲକ୍ଷଣ ଦେଖାଦିଏ, ତେବେ ତୁରନ୍ତ ନିକଟସ୍ଥ ଚିକିତ୍ସାଳୟକୁ ନେଇଯାଆନ୍ତୁ।

ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ

କୋଭିଡ୍‌ ପୀଡ଼ିତଙ୍କ ଯତ୍ନ ନେଉଥିବା ବ୍ୟକ୍ତି ଘରେ ରହନ୍ତୁ ଏବଂ ଜ୍ଵର, କଫ ଏବଂ ଧଇଁସଇଁ ଭଳି ଲକ୍ଷଣ ଦେଖାଦେଲେ ନିଜେ ଆଇସୋଲେସନ୍‌ରେ ରହନ୍ତୁ। ଯଦି ନିଶ୍ୱାସ ନେବାରେ କଷ୍ଟ ହୁଏ ବା ଛାତିରେ ଯନ୍ତ୍ରଣା ହୁଏ, ତେବେ ଡାକ୍ତରଖାନାକୁ ଯାଆନ୍ତୁ।

ଯଦି ଆପଣ ଭାବୁଛନ୍ତି ଯେ, ଆପଣ କୋଭିଡ୍‌-୧୯ ପଜିଟିଭ୍‌ ବା ଲକ୍ଷଣ ଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହାହେଲେ ନିଜକୁ ୧୪ ଦିନ ପାଇଁ ଆଇସୋଲେସନ୍‌ରେ ରଖନ୍ତୁ।