କରୋନା ମହାମାରୀ ସମୟରେ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସବୁଠାରୁ ସହଜ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଉଛି ସାବୁନ୍ ପାଣିରେ ବାରମ୍ବାର ହାତ ଧୋଇବା ସାନିଟାଇଜର ବ୍ୟବହାର କରିବା। ହେଲେ ସାନିଟାଇଜର ବ୍ୟବହାର କରିବା ବେଳେ ଆପଣାନ୍ତୁ ସତର୍କତା

COVID-୧୯ ବା କରୋନା ଭାଇରସରୁ ନିଜକୁ ଏବଂ ଅନ୍ୟମାନଙ୍କୁ ରକ୍ଷା କରିବା ପାଇଁ ବାରମ୍ବାର ଏବଂ ଭଲ ଭାବରେ ହାତ ସଫା କରିବା ଜରୁରୀ। ହାତକୁ ସାବୁନ ପାଣିରେ ଧୁଅନ୍ତୁ ବା ଆଲକହଲଯୁକ୍ତ ସାନିଟାଇଜର ବ୍ୟବହାର କରନ୍ତୁ। ହେଲେ ସାନିଟାଇଜର ବ୍ୟବହାର କରିବା ବେଳେ ଏହାକୁ ଯତ୍ନର ସହିତ ବ୍ୟବହାର କରନ୍ତୁ।

ସାନିଟାଇଜରରେ ଆଲକହଲର ମାତ୍ରା ଖୁବ୍ ଅଧିକ ଥାଏ। ତେଣୁ ଛୋଟ ପିଲାମାନେ ଏହାକୁ ବ୍ୟବହାର କଲେ ସେମାନଙ୍କ ଉପରେ ଅଧିକ କୁପ୍ରଭାବ ପଡ଼ିଥାଏ। ଆଲକହଲଯୁକ୍ତ ହ୍ୟାଣ୍ଡ ସାନିଟାଇଜରକୁ ଛୋଟ ପିଲାଙ୍କ ପାଖରେ ରଖନ୍ତୁ ନାହିଁ। ଏହାକୁ କିଭଳି ଭାବରେ ବ୍ୟବହାର କରାଯିବ ପିଲାଙ୍କୁ ଶିଖାନ୍ତୁ। ସାନିଟାଇଜରକୁ ପାପୁଲିରେ ଏକ କଏନ୍‌ ଆକାରରେ ନିଅନ୍ତୁ। ବହୁ ପରିମାଣର ସାନିଟାଇଜର ବ୍ୟବହାର କରନ୍ତୁ ନାହିଁ।

ହାତରେ ସାନିଟାଇଜର ଲଗାଇବା ପରେ ତୁରନ୍ତ ପାଟି, ନାକ, ଆଖିକୁ ଛୁଅନ୍ତୁ ନାହିଁ।

COVID-୧୯ରୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦିଆଯାଇଥିବା ହ୍ୟାଣ୍ଡ ସାନିଟାଇଜରଗୁଡ଼ିକ ଆଲକହଲଯୁକ୍ତ। ତେଣୁ ରୋଷେଇ କରିବା ପୂର୍ବରୁ ବା ନିଆଁ ସଂସ୍ପର୍ଶରେ ଆସିବା ପୂର୍ବରୁ ଏହାକୁ ବ୍ୟବହାର କରନ୍ତୁ ନାହିଁ।

ବେଳେ ବେଳେ ଛୋଟପିଲାମାନେ ହାତକୁ ପାଟିରେ ପୂରେଇ ଦିଅନ୍ତି, ତେଣୁ ଧ୍ୟାନ ଦିଅନ୍ତୁ। ଏହା ବିଷାକ୍ତ ହୋଇପାରେ।

କରୋନା ଭାଇରସରୁ ସୁରକ୍ଷିତ ରହିବା ପାଇଁ ସାବୁନ ପାଣି ପ୍ରଭାବଶାଳୀ ଉପାୟ। ତେଣୁ ଯେତେସମ୍ଭବ ପିଲାମାନଙ୍କର ହାତ ସାବୁନରେ ଧୁଅନ୍ତୁ।