ଆମ ଶରୀର ପାଇଁ ଆୟୋଡିନର ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଥାଇରଏଡ୍ ହରମୋନର ପ୍ରସ୍ତୁତି ପାଇଁ ଆୟୋଡିନର ଭୂମିକା ଖୁବ୍ ବେଶୀ।
- ସର୍ବଦା ଲୁଣକୁ ପ୍ଲାଷ୍ଟିକ, କାଚ, କାଠ ଓ ମାଟି ପାତ୍ରରେ ଘୋଡାଇ ରଖିବା ଉଚିତ୍।
- ଏହାକୁ ଅଧିକ ଦିନ ନରଖି ଯଥାଶୀଘ୍ର ବ୍ୟବହାର କରନ୍ତୁ।
- ଲୁଣକୁ ସିଧାସଳଖ ସୂର୍ଯ୍ୟକିରଣରେ ରଖନ୍ତୁ ନାହିଁ।
- ଲୁଣକୁ ଗରମ ତାପମାତ୍ରାଠାରୁ ଦୂରେଇ ରଖନ୍ତୁ।
- ଲୁଣକୁଓଦାଠାରୁ ଦୂରରେ ରଖନ୍ତୁ। ଲହା ଓଦା ହେଲେ ଏହା ଜମାଟ ବାନ୍ଧିଯାଏ ଓ ଏଥିରେ ଥିବା ଆୟୋଡିନ୍ ଗୁଣାତ୍ମକ ମାନ ହ୍ରାସ ହୋଇଥାଏ।
କ’ଣ କରିବା ଅନୁଚିତ ?
- ଲୁଣ ରଖିଥିବା ପାତ୍ରକୁ ଖୋଲା ରଖନ୍ତୁ ନାହିଁ।
- ଲୁଣକୁ ମେଟାଲ୍ ପାତ୍ରରେ ରଖନ୍ତୁ ନାହିଁ ।
- ୬ ମାସରୁ ଅଧିକ ଦିନ ଲୁଣ ଗଚ୍ଛିତ କରି ରଖନ୍ତୁ ନାହିଁ।
- ଭଲ ଭାବରେ ପବନ ଚଳାଚଳ କରୁ ନଥିବା ଓ ସନ୍ତସନ୍ତିଆ ସ୍ଥାନରେ ଏହାକୁ ଗଚ୍ଛିତ କରି ରଖନ୍ତୁ ନାହିଁ।
- ଖୋଲା ପ୍ୟାକେଟ୍ରେ ରଖନ୍ତୁ ନାହିଁ ।
- ଖୋଲା ବଗଡା ଲୁଣ କିଣନ୍ତୁ ନାହିଁ (ଗାଈ ଗୋରୁମାନଙ୍କ ପାଇଁ ମଧ୍ୟ)