baby teeth

ଛୋଟ ପିଲାଙ୍କର କ୍ଷୀରଖିଆ ଦାନ୍ତ ସ୍ଥାୟୀ ଦାନ୍ତର ଆଧାର ହୋଇଥାଏ। ଯଦି ସେହି ଦାନ୍ତର ବିକାଶ ଠିକ୍ ଭାବେ ନ ହେବ ତା’ହେଲେ ସ୍ଥାୟୀ ଦାନ୍ତର ତିଆରି ବିଗିଡ଼ି ଯିବାର ଆଶଙ୍କା ରହିଥାଏ। ସମୟ ସମୟରେ ଦାନ୍ତ ତେଢ଼ାମେଢା ବି ହୋଇଯାଏ। ତେଣୁ ଛୋଟବେଳୁ ଦାନ୍ତର ଯତ୍ନନେବା ଜରୁରୀ।

baby drinking milk in bottle

ବୋତଲରେ ପିଇବା ଯୋଗୁ ଦାନ୍ତ ସଢ଼େ

ଛୋଟ ପିଲାମାନେ ନିୟମିତ ଭାବେ ଚିନିଯୁକ୍ତ ଖାଦ୍ୟ ଖାଇବା ବା ପିଇବା ଦ୍ୱାରା ସେମାନଙ୍କର ଦାନ୍ତ ସଢ଼ିଥାଏ। ସାଧାରଣତଃ ସ୍ତନ୍ୟପାନ କରୁଥିବା ପିଲାମାନେ କ୍ଷୀର ପିଇବା ସମୟରେ ଶୋଇଯାଇଥାନ୍ତି। ସେଥିଯୋଗୁ ସେମାନଙ୍କର ପାଟିରେ କିଛି କ୍ଷୀର ରହିଯାଏ। ସେହି କ୍ଷୀର କାରଣରୁ ବ୍ୟାକ୍ଟେରିଆ ହୋଇଥାଏ। ଯାହାକି ପରବର୍ତ୍ତୀ ସମୟରେ ଦାନ୍ତ ସଢ଼ିବାର କାରଣ ପାଲଟେ। ବୋତଲରେ କ୍ଷୀର ପିଉଥିଲେ ମଧ୍ୟ ଏହି ସମସ୍ୟା ହୋଇଥାଏ। ଏଥିରୁ ରକ୍ଷା ପାଇବା ଲାଗି ଯତ୍ନବାନ ହେବା ଜରୁରୀ। ଦିନରେ ପିଲାମାନଙ୍କର ବୋତଲରେ କ୍ଷୀର ବା ମିଠା ପାଣି ବଦଳରେ ସାଧା ପାଣି ଦିଅନ୍ତୁ। ଖାଇବାରେ ମଧ୍ୟ ଚିନିର ବ୍ୟବହାର କମ କରନ୍ତୁ।

-କ୍ଷୀର ପିଆଇବା ପରେ ପିଲା ଶୋଇବା ଆରମ୍ଭ କରିବା କ୍ଷଣି ତା’ ପାଟି ପାଖରୁ ବୋତଲ ବାହାର କରି ଦିଅନ୍ତୁ।

clean baby face with tissue

 

-ପ୍ରତି ଥର ଖାଦ୍ୟ ଖୁଆଇବା ବା ପିଆଇବା ପରେ ପିଲାର ଦାନ୍ତ ଓ ପାଟିକୁ ଓଦା କପଡ଼ାରେ ସଫା କରି ନିଅନ୍ତୁ। ଏହାଯୋଗୁ ଚିନି ଓ ଅନ୍ୟ କେତେକ ମଇଳା ବାହାରିଯିବ।

-ପିଲା ବର୍ଷକର ହୋଇଯିବା ପରେ କପରେ କ୍ଷୀର କିମ୍ବା ଅନ୍ୟ ଜିନିଷ ପିଆନ୍ତୁ।

baby licking fingers

ଆଙ୍ଗୁଳି ଚୁଚୁମୁଥିଲେ

ଅନେକ ପିଲାଙ୍କର ଆଙ୍ଗୁଳି ଚୁଚୁମିବାର ଅଭ୍ୟାସ ରହିଥାଏ। ଏହାଯୋଗୁ ଆରାମ ମିଳିଥାଏ ବୋଲି ଏକ ଭାବନାତ୍ମକ ସୁରକ୍ଷା ତାକୁ ଅନୁଭବ ହୁଏ। କିନ୍ତୁ ୫ ବର୍ଷ ପରେ ଯଦି ପିଲାଟି ଏହି ଅଭ୍ୟାସ ନ ଛାଡ଼େ ତା’ ହେଲେ ତାହା ଦାନ୍ତର ସମସ୍ୟାର କାରଣ ପାଲଟେ। ଯଦି ପିଲାଟି ଅଧିକ ଆଙ୍ଗୁଳି ଚୁଚୁମେ ତା’ ହେଲେ ଦାନ୍ତର ତିଆରି ବିଗିଡ଼ିଯାଏ। ଏପରିକି ସମୟ ସମୟରେ ଶଦ୍ଦର ଉଚ୍ଚାରଣ ମଧ୍ୟ କଷ୍ଟକର ହୁଏ। ଏଭଳି ସ୍ଥଳରେ ପିଲା ସହ କଥା ହୁଅନ୍ତୁ। ଏହି କୁଅଭ୍ୟାସ ବିଷୟରେ ବାରମ୍ବାର ତାକୁ ବୁଝାନ୍ତୁ। ଆବଶ୍ୟକ ପଡ଼ିଲେ ଆଙ୍ଗୁଳିରେ ବ୍ୟାଣ୍ଡଏଡ ପକାଇ ଦିଅନ୍ତୁ। ଏହା ତାକୁ ଏପରି କରିବାରୁ ନିବୃତ୍ତ ରଖିବ।

baby brushing teeth

ପିଲାର ଦାନ୍ତକୁ ସଫା ରଖିବେ କିପରି

ସାଧାରଣତଃ ୩ ବର୍ଷ ମଧ୍ୟରେ ପିଲାର ଦାନ୍ତ ଉଠିଯାଇଥାଏ ଏବଂ ୬ ବର୍ଷ ହେବାବେଳକୁ ଦାନ୍ତ ପଡ଼ିବା ଆରମ୍ଭ ହୁଏ। ତା’ ସ୍ଥାନରେ ସ୍ଥାୟୀ ଦାନ୍ତ ଆସିଯାଏ। ୧୩ ବର୍ଷ ବୟସ ବେଳକୁ ପିଲାର ସ୍ଥାୟୀ ଦାନ୍ତ ଆସିଯାଇଥାଏ। ଏଭଳିସ୍ଥଳେ ଦିନରେ ଦୁଇଥର ତାକୁ ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟରେ ଦାନ୍ତ ଘଷିବାକୁ ବାଧ କରନ୍ତୁ। ପ୍ରତି ୬ ମାସରେ ଥରେ ଡାକ୍ତରଙ୍କ ପାଖକୁ ନେଇ ଦାନ୍ତ ଚେକଅପ୍ କରନ୍ତୁ। ଡାଏଟରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ଡିକୁ ଭରପୁର ମାତ୍ରାରେ ଦିଅନ୍ତୁ। କ୍ୟାଣ୍ଡି ଏବଂ ସୋଡାଯୁକ୍ତ ଡ୍ରିଙ୍କସ ପିଇବାକୁ ଦିଅନ୍ତୁ ନାହିଁ।