cold winter health care

ସାଧାରଣତଃ ଅନ୍ୟ ଦିନ ଅପେକ୍ଷା ଶୀତ ଦିନେ ସ୍ଵାସ୍ଥ୍ୟର ଯତ୍ନ ନେବା ଜରୁରୀ। କାରଣ ଶୀତଦିନେ ଥଣ୍ଡା ଜଳବାୟୁ, କୁହୁଡ଼ି ଓ କାକର ଯୋଗୁଁ ସ୍ଵାସ୍ଥ୍ୟଜନିତ ବିଭିନ୍ନ ସମସ୍ୟା ହୋଇଥାଏ। ବିଶେଷକରି ଆଜ୍‌ମା ହାର୍ଟରୋଗୀ, ଆଣ୍ଠୁଗଣ୍ଠି ସମସ୍ୟା ଥିବା ରୋଗୀ ଶୀତଦିନେ ବେଶି ଧ୍ୟାନ ଦେବା ଜରୁରୀ।

ପ୍ରତିଦିନ ଖାଦ୍ୟ ତାଲିକାରେ ଭିଟାମିନ ସି, ଡି, ଓମେଗା ୩ଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।

ଖାଦ୍ୟରେ ତଟକା ସବୁଜ ପନିପରିବା, ଫଳମୂଳ ଓ ସାଲାଡ ସାମିଲ କରିବା ଜରୁରୀ। ମସଲା ଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା ଭଲ।

ଥଣ୍ଡାରୁ ରକ୍ଷା ପାଇବା ପାଇଁ ଘରେ ରୁମ ହିଟର ବ୍ୟବହାର କରିପାରିବେ।

ସାଧାରଣତଃ ଶୀତଦିନେ ଶୋଷ କମ୍ ଲାଗିଥାଏ। ତେଣୁ ପାଣି କମ ପିଇବା ଯୋଗୁଁ ଶରୀରରେ ଜଳୀୟଅଂଶର ଅଭାବ ଦେଖାଦିଏ। ତେଣୁ ପ୍ରତିଦିନ ୩-୪ ଲିଟର ପାଣି ପିଅନ୍ତୁ।

ଶୀତ ଦିନେ ପାଣି କମ୍‌ ପିଇବା ଯୋଗୁଁ କୋଷ୍ଠକାଠିନ୍ୟ ସମସ୍ୟା ହେବାର ଆଶଙ୍କା ଥାଏ।

ସୂର୍ଯ୍ୟ ଉଦୟ ପରେ ବ୍ୟାୟାମ କରିବାକୁ ଯାଆନ୍ତୁ। ଏହା ଦ୍ଵାରା ଶରୀରକୁ ଭିଟାମିନ ‘ଡି’ ପ୍ରଚୁର ପରିମାଣରେ ମିଳିପାରିବ।

ପ୍ରତିଦିନ ୩୦ରୁ ୪୫ ମିନିଟ୍‌ ଚାଲନ୍ତୁ ବା ଯୋଗ, ପ୍ରାଣାୟାମ କରନ୍ତୁ।

ପ୍ରତିଦିନ ୭ରୁ ୮ ଘଣ୍ଟା ଶୋଇବା ଜରୁରୀ। ଆବଶ୍ୟକ ମୁତାବକ ନ ଶୋଇଲେ ତାହାର ପ୍ରଭାବ ସ୍ମରଣ ଶକ୍ତି ଉପରେ ପଡ଼େ।

ହାର୍ଟ ରୋଗୀ ଯଥା ସମ୍ଭବ ନିଜ ହାତ ଓ ଗୋଡ଼କୁ ଉଷୁମ ରଖିବାକୁ ଚେଷ୍ଟା କରନ୍ତୁ। ଏହା ଦ୍ଵାରା ଶରୀରରେ ରକ୍ତ ସଂଚାଳନ ସୂଚାରୁ ରୂପେ ହୋଇଥାଏ।

ଶୀତଦିନେ ଘରୁ ବାହାରକୁ ବାହାରିବା ପୂର୍ବରୁ ଶରୀର, ମୁହଁ ଓ ହାତକୁ ଘୋଡ଼ାଇ ରଖନ୍ତୁ।

ଶୀତଦିନରେ ସୂର୍ଯ୍ୟ କିରଣର ତାପ କମ୍‌ ଥିବାରୁ ହଜମ ଶକ୍ତି କମିଯାଏ। ତେଣୁ ପେଟ ଖରାପ ହୋଇ ତରଳ ଝାଡ଼ା ହେବାର ଆଶଙ୍କା ରହିଥାଏ। ଏହା ବାରମ୍ବାର ହେଲେ ଦେହରେ ଜଳିୟ ଅଂଶ ହ୍ରାସ ପାଏ, ଚର୍ମର ଶୁଷ୍କ ହୋଇଯାଏ, ପରିସ୍ରାର ମାତ୍ରା କମିଯାଏ।