ଅଧିକ ପଢ଼ନ୍ତୁ: କରୋନା ଦ୍ୱିତୀୟ ଲହରୀରେ ଅଧିକ ଆକ୍ରାନ୍ତ ଶିଶୁ – ଜାଣନ୍ତୁ ଛୋଟ ପିଲାଙ୍କୁ କେମିତି ରଖିବେ ସୁରକ୍ଷିତ?
କରୋନାର ଦ୍ୱିତୀୟ ଲହରିର ପ୍ରଭାବ ଦିନକୁ ଦିନ ବଢ଼ୁଥିବା ବେଳେ ଏଥିରେ ଅଧିକରୁ ଅଧିକ ଶିଶୁ ସଂକ୍ରମିତ ହେଉଥିବା ଖବର ସାମ୍ନାକୁ ଆସୁଛି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରେ କୋଭିଡ୍ରେ ଶିଶୁ ଅଧିକ ଆକ୍ରାନ୍ତ ହେଉଛନ୍ତି। ତେବେ ଏହି ପରିସ୍ଥିତିରେ ଯଦି ଆପଣଙ୍କ ଶିଶୁ କୋଭିଡ୍ରେ ଆକ୍ରାନ୍ତ ହୁଅନ୍ତି, କିଭଳି ତାଙ୍କ ଯତ୍ନ ନେବେ? କେତେବେଳେ ତାଙ୍କୁ ଡାକ୍ତରଖାନା ନେବେ, ଜାଣନ୍ତୁ। କେଉଁ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ? ଏହି ସବୁ ଜାଣିବା ପାଇଁ ସମ୍ପୂର୍ଣ୍ଣ ପଢ଼ନ୍ତୁ ।
ଶିଶୁଙ୍କଠାରେ କେଉଁ ଲକ୍ଷଣ ଥିଲେ ସଙ୍ଗରୋଧ ଗୃହରେ ଚିକିତ୍ସା କରାଇପାରିବେ?
ସାମାନ୍ୟ ଜ୍ୱର, କଫ, ଥଣ୍ଡା, ବାନ୍ତି, ପେଟ ବିନ୍ଧା, ଦେହ ଦରଜ ବା ବ୍ୟଥା ହେବା, ଆଖି ନାଲି ଦେଖାଯିବା ଏବଂ ଗଳା ଫୁଲିଯିବା ଭଳି ଲକ୍ଷଣ ଦେଖାଦେଲେ ଶିଶୁଙ୍କୁ ଘରେ ସଙ୍ଗରୋଧରେ ରଖି ଚିକିତ୍ସା କରାଇପାରିବେ। ପିଲାଙ୍କର ଶରୀରର ତାପମାତ୍ରା ବାରମ୍ବାର ପରୀକ୍ଷା କରନ୍ତୁ, ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖୁଆଇ ପାରିବେ, ଓଦା କପଡ଼ାରେ ମଥା ପୋଛିପାରିବେ। ଯଦି ଏକ ବର୍ଷରୁ କମ୍ ବୟସର ଶିଶୁଙ୍କଠାରେ ଲଗାତାର ୩ ଦିନ ଧରି ତାପମାତ୍ରା ୧୦୨ ଉପରକୁ ରହିଲେ ଏବଂ ପିଲା ଧଇଁସଇଁ ହେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଆନ୍ତୁ।
କ’ଣ ରହିଛି ଗୁରୁତର ଲକ୍ଷଣ?
୫ ବର୍ଷରୁ କମ୍ ବୟସର ଶିଶୁ ଯଦି ୩ରୁ ୪ ଘଣ୍ଟା ପରେ ବି ପରିସ୍ରା ନ କରେ କିମ୍ବା ଖାଇବାକୁ ଅନିଛା ପ୍ରକାଶ କରେ, ଗଳା ଶୁଖିଲା ଭଳି ଅନୁଭବ କଲେ, ଛାତି ଯନ୍ତ୍ରଣା ହେଲେ, ରାତିରେ ନ ଶୋଇଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏଭଳି କ୍ଷେତ୍ରରେ ଶିଶୁକୁ ଏସି ରୁମ୍ରେ ରଖନ୍ତୁ ନାହିଁ।