ଶିଶୁ ଜନ୍ମ ହେବା ପରଠୁ ହିଁ ସେମାନଙ୍କର ଯତ୍ନ ନେବା ନିହାତି ଜରୁରୀ।
ଶିଶୁକୁ ଆକର୍ଷଣୀୟ ରଙ୍ଗର ବସ୍ତୁ ଦେଖାନ୍ତୁ, ଯାହାକୁ ଦେଖି ସେ ଧରିବା ପାଇଁ ଚେଷ୍ଟା କରିବ।
ଶିଶୁ ସହିତ କଥାବାର୍ତ୍ତା ହୁଅନ୍ତୁ। ଶବ୍ଦ ଏବଂ ଭାବଭଙ୍ଗୀରେ ଶିଶୁ ସହିତ କଥାବାର୍ତ୍ତା କରନ୍ତୁ।
୬ ମାସ ବେଳକୁ ଅଧିକାଂଶ ଶିଶୁ କୋଳରେ ସିଧା ବସାଇଲେ ମୁଣ୍ଡ ସ୍ଥିର କରି ବସନ୍ତି।
ଶବ୍ଦ ଶୁଣିଲେ ମୁଣ୍ଡ ବୁଲାନ୍ତି।
ଜିନିଷଗୁଡ଼ିକୁ ଧରିବା ପାଇଁ ହାତ ବଢ଼ାନ୍ତି।
ଶିଶୁକୁ ୬ ମାସ ପରେ ଅଳ୍ପ ମାତ୍ରାରେ ନରମ ଶସ୍ୟଜାତୀୟ ଖାଦ୍ୟ, ଡାଲି, ସବୁଜ ପନିପରିବା ଓ ଫଳକୁ ଚକଟିକରି ଖାଇବାକୁ ଦେବା ଆରମ୍ଭ କରନ୍ତୁ।
ଆସ୍ତେ ଆସ୍ତେ ଖାଦ୍ୟ ପରିମାଣ ବଢ଼ାନ୍ତୁ। ଅଧିକ ଥର ଖାଦ୍ୟ ଦେବା ସହିତ ଧୀରେ ଧୀରେ ବହଳିଆ ଖାଦ୍ୟ ଶିଶୁଙ୍କୁ ଦେବାକୁ ଚେଷ୍ଟା କରନ୍ତୁ।
ଶିଶୁକୁ ଭୋକ ହେବାର ଲକ୍ଷଣ ଜାଣି ତାକୁ ସେହି ଅନୁସାରେ ଖାଦ୍ୟ ଖାଇବାକୁ ଦିଅନ୍ତୁ।
ଶିଶୁକୁ ଦିନରେ ୪-୫ ଥର ଖାଦ୍ୟ ଖାଇବାକୁ ଦିଅନ୍ତୁ ଏବଂ ସ୍ତନ୍ୟପାନ ମଧ୍ୟ କରାନ୍ତୁ।
ଆପଣଙ୍କ ଶିଶୁକୁ ସଫା ଜିନିଷ / ବସ୍ତୁ ଧରିବାକୁ ଦିଅନ୍ତୁ।
ଅଧିକାଂଶ ଶିଶୁ ୯ ମାସ ବେଳକୁ ଶିଶୁ ଆଙ୍ଗୁଠି ଦ୍ଵାରା ଛୋଟ ଛୋଟ ଜିନିଷ ଧରି ଉଠାନ୍ତି, ତଳେ ବସନ୍ତି।
ଅଧିକାଂଶ ଶିଶୁ ୧ ବର୍ଷ ବେଳକୁ ବିନା ସାହାଯ୍ୟରେ ଭଲ ଭାବରେ ଠିଆ ହୋଇ ପାରନ୍ତି। ହାତ ହଲାଇପାରନ୍ତି।