ଅଧିକ ପଢ଼ନ୍ତୁ: ଓଜନକୁ ନେଇ ଚିନ୍ତିତ କି? ସକାଳୁ ପିଅନ୍ତୁ ଜିରା ପାଣି

ସାଧାରଣତଃ ପେଟ ଏବଂ ଅଣ୍ଟାରେ ଜମିଥିବା ଚର୍ବିକୁ କମାଇବା ଏକପ୍ରକାର କାଠିକରପାଠ। ଏହାକୁ କମ୍‌ କରିବା ପାଇଁ ସଠିକ ବ୍ୟାୟାମ କରିବାକୁ ପଡ଼ିଥାଏ। ପେଟ ଓ ଅଣ୍ଟାର ଚର୍ବି କମାଇବା ପାଇଁ କେଉଁଭଳି ବ୍ୟାୟାମ କରିବେ? ଜାଣିରଖନ୍ତୁ।

ଟ୍ଵିଷ୍ଟ୍‌ ଡାନ୍ସ୍‌: 

ଶରୀରରୁ ଚର୍ବି ହ୍ରାସ କରିବାରେ ସବୁଠୁ ବେଶୀ ସାହାଯ୍ୟ କରିଥାଏ ନୃତ୍ୟ। ପେଟ ଅଥବା ଅଣ୍ଟା ପାଇଁ ସବୁଠାରୁ ଉପଯୋଗୀ ହେଉଛି ଟ୍ଵିଷ୍ଟ୍‌ ଡାନ୍ସ୍‌। ତେବେ ନିଜର ମନପସନ୍ଦର ଗୀତ ଲଗାଇ ଟ୍ଵିଷ୍ଟ୍‌ ଡାନ୍ସ୍‌ କରିପାରିବେ। ଏହା ଏକ ପ୍ରକାର ଡାନ୍ସ୍‌ ଏକ୍ସର୍‌ସାଇଜ୍‌ ଯେଉଁଥିରେ ଆପଣ ନିଜର ଶରୀରକୁ ଟ୍ଵିଷ୍ଟ୍‌ କରିବେ ଯେମିତି ଅଣ୍ଟା ମାଂଶପେଶୀ ଉପରେ ସମସ୍ତ ବଳ ପ୍ରୟୋଗ ହେବ। ଫଳରେ ଅଣ୍ଟାର ମାଂଶପେଶୀ ସକ୍ରିୟ ହୋଇଥାଏ। ଯଦି ପ୍ରତ୍ୟେକ ଦିନ ଏହି ଡାନ୍ସ କରିବା ଆପଣଙ୍କ ପକ୍ଷେ ସମ୍ଭବ ନୁହେଁ ତେବେ ଦିନେ ଛାଡ଼ି ଦିନେ ମଧ୍ୟ କରିପାରିବେ। ଗୋଟିଏ ମାସ ମଧ୍ୟରେ ଆପଣ ଫରକ ଅନୁଭବ କରିପାରିବେ।

ଅଧିକ ପଢ଼ନ୍ତୁ: ପତଳାପଣକୁ ନେଇ ଚିନ୍ତିତ କି?

ସିଟ୍‌ ଅପ୍

ବ୍ୟସ୍ତବହୁଳ ଜୀବନ ମଧ୍ୟରୁ ମାତ୍ର ୧୦ରୁ ୧୫ ମିନିଟ୍‌ ବାହାର କରି ପ୍ରତିଦିନ ସିଟ୍‌ଅପ୍‌ ବ୍ୟାୟାମ କରନ୍ତୁ। ଏକ ମ୍ୟାଟ୍‌ ଉପରେ ପିଠି ତଳକୁ କରି ଶୋଇଯାଆନ୍ତୁ। ହାତକୁ ମୁଣ୍ଡ ପଛରେ ରଖି ଉପରକୁ ଉଠନ୍ତୁ ଯେପରି ଆପଣଙ୍କ ମୁଣ୍ଡ ଆଣ୍ଠୁ ଯାଏଁ ଯିବ। ୧୦ରୁ ୧୫ ଥର ଏପରି କରନ୍ତୁ ତା’ ପରେ ଅଳ୍ପ ବିଶ୍ରାମ ନେଇ ପୁଣି ଥରେ କରନ୍ତୁ।

ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ

ନିଜର ଦୈନନ୍ଦିନ ଆହାର ପ୍ରତି ସଚେତନ ହେଲେ ମଧ୍ୟ ଆପଣ ପେଟ ଓ ଅଣ୍ଟାରେ ଜମିଥିବା ଚର୍ବି କମାଇପାରିବେ। ନିଜ ନିତିଦିନିଆ ଖାଦ୍ୟରେ ଭାତ, ଚିନି, କୋଲ୍ଡ ଡ୍ରିଙ୍କ୍‌, ସୋଡ଼ା, ମୃଦୁପାନୀୟ ଏବଂ ଲୁଣର ପରିମାଣ କମ୍ କରନ୍ତୁ। ଏହା ବଦଳରେ ପାଳଙ୍ଗ, ଗାଜର, ଅଙ୍ଗୁର, ଟମାଟୋ ଭଳି ସବୁଜ ପନିପରିବାକୁ ଖାଦ୍ୟରେ ସାମିଲ କରନ୍ତୁ। ସକାଳୁ ଉଠି ଅଳ୍ପ ଉଷୁମ ପାଣିରେ ମହୁ ଏବଂ ଲେମ୍ବୁ ମିଶାଇ ପିଇଲେ ଏହା ପେଟ ଓ ଅଣ୍ଟାରେ ଜମିଥିବା ଚର୍ବି ହଟାଇବାରେ ସାହାଯ୍ୟ କରେ।