ଗର୍ଭାବସ୍ଥା ପରେ ଓଜନ କମାଇବା ଲାଗି ଡାଏଟରେ କ’ଣ ସାମିଲ କରିବେ ତାହା ଜାଣନ୍ତୁ।

exercise after pregnancy

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ସାମାନ୍ୟ ପରିବର୍ତ୍ତନ ତ ହୋଇଥାଏ। ଯେପରିକି ଓଜନ ବଢ଼ିବା, ପେଟ ବାହାରକୁ ବାହାରିବା ଇତ୍ୟାଦି। ତେବେ ସେଥିଯୋଗୁ ବ୍ୟତିବ୍ୟସ୍ତ ହୋଇ ଡାଏଟରେ ଅଚାନକ ପରିବର୍ତ୍ତନ କଲେ ଆପଣ ଅସୁବିଧାରେ ପଡ଼ିବେ।

ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କମାନଙ୍କ ଅନୁସାରେ ଶିଶୁକୁ ଜନ୍ମ ଦେବା ପରେ ଆଜିକାଲି ଅନେକ ମା ନିଜର ଓଜନ ପାଇଁ ବ୍ୟତିବ୍ୟସ୍ତ ହୋଇ ପ୍ରଥମ ମାସରୁ ହିଁ ଓଜନ କମାଇବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ ଯଦି ପ୍ରତି ମାସରେ ଆପଣ ୫ କିଲୋ ଲେଖାଏଁ ଓଜନ କମାଇବାକୁ ଚାହିଁବେ ତାହେଲେ ଏହାଦ୍ୱାରା ଶରୀରରେ ପିଲା ପାଇଁ କ୍ଷୀର ବନିବା କମିଯିବ।

ଏଭଳି ଭାବେ ତୀବ୍ର ଗତିରେ ଓଜନ କମିଲେ ଶରୀରରେ ଚର୍ବିରେ ଜମିଥିବା ବିଷାକ୍ତ ପଦାର୍ଥ ରକ୍ତରେ ମିଶିବା ସହିତ କ୍ଷୀରରେ ମିଶିଯିବ। ଏହାଦ୍ୱାରା ପିଲାକୁ କ୍ଷତି ପହଞ୍ଚିବାର ଆଶଙ୍କା ଥାଏ। ତେଣୁ ପ୍ରତି ସପ୍ତାହରେ ପ୍ରାୟ ୧୫୦ ପାଉଣ୍ଡ ଓଜନ କମାଇବାର ଲକ୍ଷ୍ୟ ରଖି ଚାଲନ୍ତୁ। ଦିନରେ ୫୦୦ କ୍ୟାଲୋରୀ କମିବା ଭଳି ଖାଦ୍ୟ ଗ୍ରହଣ କରନ୍ତୁ। ସେହି ୫୦୦ କ୍ୟାଲୋରୀ କମ କରିବା ଲାଗି ଆପଣଙ୍କୁ ବ୍ୟାୟାମ ଓ ଖାଦ୍ୟ ନିୟନ୍ତ୍ରଣ କରିବାକୁ ପଡ଼ିବ।

milk in fridge

 ଡାଏଟରେ ଲୋ ଫ୍ୟାଟ କ୍ଷୀର, ଦହି, ପାଉଁରୁଟି ସାମିଲ କରନ୍ତୁ।

କମ ଚର୍ବି କିନ୍ତୁ ଅଧିକ ଫାଇବର ଥିବା ଖାଦ୍ୟ ଯେପରିକି ସେଓ, ସନ୍ତରା, ଜାମୁ, ଗାଜର ଏବଂ କାକୁଡ଼ି ଖାଆନ୍ତୁ।

ସ୍ୟାଣ୍ଡୱିଚରେ ଆଳୁ ପରିବର୍ତ୍ତେ ଗାଜର, ପରିବାର ମିଶ୍ରଣ ରଖି ଖାଆନ୍ତୁ।

say no to sweets

ମିଠା ପସନ୍ଦ ଥିଲେ ଚିନି ପରିବର୍ତ୍ତେ ଗୁଡ଼ରେ ପ୍ରସ୍ତୁତ ମିଠା ଖାଆନ୍ତୁ।

ଶରୀରରେ ଗୁଡ ଫ୍ୟାଟର ପରିମାଣ ବଢ଼ାଇବାକୁ ଉଦ୍ୟମ କରନ୍ତୁ। ଅଲିଭ ଅଏଲ, ମଗଜ ଏବଂ ସାଲମନ ମାଛରୁ ଏହା ମିଳିଥାଏ।

oily food

ସାଚ୍ୟୁରେଟେଡ ଫ୍ୟାଟଠାରୁ ଦୂରେଇ ରୁହନ୍ତୁ। ଏଥିପାଇଁ ଆପଣଙ୍କୁ ମାଂସ, ମଲାଇଯୁକ୍ତ କ୍ଷୀର, ଦହି ଏବଂ ତେଲଛଣାଛଣି ଖାଦ୍ୟରୁ ଦୂରେଇ ରହିବାକୁ ପଡ଼ିବ।

ଶରୀରରେ କାର୍ବୋହାଇଡ୍ରେଟର ସନ୍ତୁଳନ ବଜାୟ ରଖିବା ଲାଗି ଖିଚୁଡ଼ି, ପଲଉ, ପରଟା ଏବଂ ରୁଟିକୁ ନିୟମିତ ଭାବେ ଖାଆନ୍ତୁ।

ଏହାଛଡ଼ା କଳା ଅଙ୍ଗୁର, ଆମ୍ବ, କଦଳୀ, କିସମିସ ଏବଂ ଖଜୁରୀ ଖାଇବା ଜରୁରୀ। ଚା’, କଫିର ପରିମାଣକୁ କମ କରନ୍ତୁ।

ଏହି ସମୟରେ ସପ୍ତାହରେ ଦୁଇଥର ମାଛ, ଅଣ୍ଡା ନିଶ୍ଚିତ ଭାବେ ଖାଆନ୍ତୁ।

egg

ସନ୍ତାନ ପ୍ରସବ ପରେ ଶରୀରକୁ ଉପଯୁକ୍ତ ପ୍ରୋଟିନ ଯୋଗାଇବା ଲାଗି ସୋୟାବିନକୁ ନିଶ୍ଚିତ ଭାବେ ଖାଦ୍ୟରେ ସାମିଲ କରନ୍ତୁ।

ଗ୍ୟାସ, କୋଷ୍ଠକାଠିନ୍ୟରୁ ରକ୍ଷା ପାଇବା ଲାଗି ମଟର, ଛୋଲେ, ରାଜମା ଭଳି ଖାଦ୍ୟକୁ ଏଡ଼ାଇ ଯାଆନ୍ତୁ।

fruits

ଗରମ ଦିନରେ ନଡ଼ିଆ ପାଣି ଡିହାଇଡ୍ରେସନକୁ ଦୂର କରିଥାଏ। ଏହାଛଡ଼ା ସେଥିରୁ ଅନେକ ପ୍ରକାରର ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ। ଏହାକୁ ନିୟମିତ ଭାବେ ପିଇଲେ ବି ଓଜନ କମେ।

ସେହିପରି ବାସି ଖାଦ୍ୟ, ଫ୍ରୋଜନ ଫୁଡ୍, କୋଲ୍ଡ ଡ୍ରିଙ୍କସ ପିଅନ୍ତୁ ନାହିଁ। ଏଥିରେ ଥିବା ପ୍ରିଜରଭେଟିଭ ଆପଣଙ୍କର ଓଜନକୁ କମାଇବାକୁ ଦେବନାହିଁ।