ଅଷ୍ଟିଓପୋରୋସିସ୍ ହାଡ଼କୁ ଦୁର୍ବଳ କରିଦିଏ। ଏଭଳି ସ୍ଥିତିରେ ହାଡ଼ ଭାଙ୍ଗିଯିବାର ଆଶଙ୍କା ଅଧିକ ଥାଏ। ବୟସ ସହିତ ଶରୀରର ହାଡ଼ ଦୁର୍ବଳ ହେବାକୁ ଲାଗେ। କିନ୍ତୁ ୬୦ ବର୍ଷ ପରେ ସାମାନ୍ୟ ଆଘାତରେ ହାଡ଼ ଭାଙ୍ଗିଯିବାର ଆଶଙ୍କା ଥାଏ। ତେବେ, ଅଧିକ ବୟସ ଯାଏଁ ହାଡ଼କୁ ସୁସ୍ଥ ରଖିବା ପାଇଁ ଉପଯୁକ୍ତ ବ୍ୟାୟାମ ଓ ଖାଦ୍ୟ ଉପରେ ଧ୍ୟାନ ଦେବା ଜରୁରୀ।
ଅଷ୍ଟିଓପୋରୋସିସ୍ ରୋଗୀଙ୍କ ପାଇଁ ବ୍ୟାୟାମ: ଅଷ୍ଟିଓପୋରୋସିସ୍ ଥିବା ବ୍ୟକ୍ତିଙ୍କର ହାଡ଼ ଭାଙ୍ଗିଯିବାର ସମ୍ଭାବନା ଅଧିକ ଥାଏ। ଏହି ବ୍ୟକ୍ତିମାନେ ବ୍ୟାୟାମ ବା କୌଣସି କାର୍ଯ୍ୟ କଲାବେଳେ ଧୀରେ ଧୀରେ ଯତ୍ନର ସହ କରିବା ଆବଶ୍ୟକ। ଭାରୀ ଜିନିଷ ଉଠାଇବା ବେଳେ ଆଣ୍ଠୁ ଭାଙ୍ଗି ତଳେ ରଖନ୍ତୁ, ପରେ ଉଠାନ୍ତୁ। ଫଳରେ ଅଣ୍ଟା ଉପରେ ଚାପ ପଡ଼ିବ ନାହିଁ। ଡାକ୍ତରଙ୍କ ପରାମର୍ଶ କରି ଫିଜିଓଥେରାପି କରିପାରିବେ।
ସୁସ୍ଥ ହାଡ଼ ପାଇଁ ଖାଦ୍ୟ: ବୟସ ବଢ଼ିବା ସହ ଭୋକ ହେବା ଶକ୍ତି କମିଯାଏ। ଏଥିପାଇଁ କିଛି ଲୋକମାନେ ଅଳ୍ପ ଖାଇଥା’ନ୍ତି। କିନ୍ତୁ, ଶରୀର ଉପଯୁକ୍ତ ପୋଷଣ ଆବଶ୍ୟକ କରିଥାଏ। ଏତିପାଇଁ ବୟସ ବଢ଼ିବା ସହ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ। ଋତୁ ଅନୁଯାୟୀ ଖାଦ୍ୟ ଖାଆନ୍ତୁ। ଫଳ, ପରିବା, ଆମିଷ ଖାଦ୍ୟରେ ସାମିଲ କରନ୍ତୁ।
ନିଜର ଡେଲି ରୁଟିନରେ କ୍ୟାଲସିୟମ ଏବଂ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ପ୍ରୋଟିନ୍ ପାଇଁ ଡାଏଟ ମାଛ, ସୋୟାବିନ୍, ଗଜାଖାଦ୍ୟ, ଡାଲି, ବିନ୍ସ ଆଦି ଖାଆନ୍ତୁ। କ୍ୟାଲସିୟମ୍ ପାଇଁ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟ ଯେପରିକି ପନିର. ଦହି, ଛେନା ଇତ୍ୟାଦି ଅଧିକ ମାତ୍ରାରେ ଖାଆନ୍ତୁ।
ଭିଟାମିନ୍ ଡି: ହାଡ଼ ଓ ମାଂସପେଶୀ ପାଇଁ ଭିଟାମିନ୍ ଡି ହେଉଛି ଉତ୍ତମ ଉତ୍ସ। ସିଧାସଳଖ ସୂର୍ଯ୍ୟକିରଣ ହେଉଛି ଭିଟାମିନ୍ ଡିର ସର୍ବୋତ୍ତମ ଓ ପ୍ରାକୃତିକ ଉତ୍ସ। ଯେଉଁମାନେ ସୂର୍ଯ୍ୟଙ୍କ ସଂସ୍ପର୍ଶରେ ଆସିନାହାଁନ୍ତି ସେମାନେ ଭିଟାମିନ୍ ଡି ସପ୍ଲିମେଣ୍ଟ ଗ୍ରହଣ କରିବା ଆବଶ୍ୟକ। ନଚେତ୍ ସବୁଦିନ ସକାଳେ ସୂର୍ଯ୍ୟକରିଣରେ ବସିବା ଦରକାର।
ଡାକ୍ତରଙ୍କ ସହ ନିୟମିତ ପରାମର୍ଶ: ଡାକ୍ତରଙ୍କ ସହ ପରାମର୍ଶ କରି ନିୟମିତ ବ୍ୟବଧାନରେ ମେଡିସିନ୍ ଖାଇବା ଆବଶ୍ୟକ।