ମହିଳାମାନଙ୍କର ପ୍ରଜନନ କ୍ଷମତା ୨୦ ବର୍ଷ ବୟସରେ ସବୁଠୁ ଅଧିକ ଥାଏ। ବୟସ ସହିତ ତାହା କମେ। ୩୫ ବର୍ଷ ବୟସରୁ ତାହା କମିବା ଆରମ୍ଭ କରିଥାଏ।

4th Month of pregnancy

ତେବେ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଆଜିକାଲି ତା’ ଠାରୁ କମ୍ ବୟସରେ ମଧ୍ୟ ପ୍ରଜନନ କ୍ଷମତା କମୁଛି। ସେହି ସମସ୍ୟାରୁ କିପରି ରକ୍ଷା ପାଇବେ ଜାଣନ୍ତୁ।

pregnant woman walking

ନିୟମିତ ଭାବେ ଚାଲନ୍ତୁ: ସନ୍ତାନ ଜନ୍ମ ପାଇଁ ଯୋଜନା କରୁଥିଲେ ଚାଲିବାଠାରୁ ଭଲ ବିକଳ୍ପ ଆଉ କିଛି ନାହିଁ। ଚାଲିବା ଦ୍ୱାରା ଗୋଡ଼, ନିତମ୍ବ ଏବଂ ପେଟରେ ଥିବା ଚର୍ବି ଅଂଶ କମିଥାଏ। ପ୍ରଜନନ କ୍ଷମତା ବଢ଼ାଇବା ଲାଗି ଏହା ନିହାତି ଆବଶ୍ୟକ।

ଚିନି ସବୁଠୁ ବଡ଼ ଶତ୍ରୁ: ପ୍ରତିଥର ଆପଣ ଶର୍କରାଯୁକ୍ତ ଖାଦ୍ୟ ଖାଇବା ପରେ ପାନକ୍ରିଆଜ୍ ସେହି ଶର୍କରାକୁ ଶକ୍ତିରେ ପରିଣତ କରିବା ପାଇଁ ଇନସୁଲିନ୍ ହରମୋନ୍ ପ୍ରସ୍ତୁତ କରିଥାଏ। ବାରମ୍ବାର ଏପରି ଖାଦ୍ୟ ଖାଇଲେ ପାନକ୍ରିୟାଜ୍ ଉପରେ ଅଧିକ ଚାପ ପଡ଼େ। ପରିଣାମସ୍ୱରୂପ ମଧୁମେହ ହୋଇଥାଏ। ଏହା ଗର୍ଭଧାରଣ କ୍ଷମତା ଉପରେ ଖୁବ୍ ନକରାତ୍ମକ ପ୍ରଭାବ ପକାଇଥାଏ। ଆଜିକାଲି ଯୁବପିଢ଼ିଙ୍କ ଗର୍ଭଧାରଣ କ୍ଷେତ୍ରରେ ଏହା ଏକ ବଡ଼ ସମସ୍ୟା ପାଲଟିଛି।

pregnancy risk factor

ଚାପମୁକ୍ତ ରୁହନ୍ତୁ: ମାନସିକ ଏବଂ ଶାରିରୀକ ସ୍ୱାସ୍ଥ୍ୟ ପାଇଁ ଅତ୍ୟଧିକ ଚିନ୍ତା ବିଷଭଳି। ମହିଳାମାନଙ୍କଠାରେ ଏହା ଗର୍ଭଧାରଣ ପ୍ରକ୍ରିୟାକୁ ଜଟିଳ କରିଦିଏ। ପୁରୁଷମାନଙ୍କର ଯୌନ କ୍ଷମତା କମାଇଥାଏ। ତେଣୁ ଗର୍ଭଧାରଣ ପାଇଁ ଯୋଜନା କରୁଥିଲେ ଚାପମୁକ୍ତ ରହିବା ଜରୁରୀ। ଆବଶ୍ୟକ ସ୍ଥଳେ ଦୈନନ୍ଦିନ ଜୀବନରୁ ବିରତି ନେଇ ଆପଣ କୌଣସି ନୂଆ ସ୍ଥାନକୁ ବୁଲିବାକୁ ଯାଇପାରିବେ। ହିଲଷ୍ଟେସନ୍, ସମୁଦ୍ରକୂଳ କିମ୍ବା ପ୍ରାକୃତିକ ଦୃଶ୍ୟରାଜିରେ ଭରପୁର ସ୍ଥାନ ଏଥିପାଇଁ ଭଲ ବିକଳ୍ପ। ସେଠାରେ ନିୟମିତ ଭାବେ ଯୋଗ, ପ୍ରାଣାୟମ କଲେ ଆପଣଙ୍କର ମାନସିକ ସ୍ଥିତି ନିଶ୍ଚିତ ଭାବେ ସୁଧୁରିଯିବ।

pregnant lady using phone

୩୫ ବର୍ଷ ପୂର୍ବରୁ ଗର୍ଭଧାରଣ କରନ୍ତୁ: ୩୫ ବର୍ଷ ପରେ ମହିଳାମାନଙ୍କର ଗର୍ଭଧାରଣ କ୍ଷମତା କମିଥାଏ। ତେଣୁ ସୁସ୍ଥ ସନ୍ତାନ ପ୍ରସବ ପାଇଁ ଏହା ପୂର୍ବରୁ ଗର୍ଭଧାରଣ ଯୋଜନା କରନ୍ତୁ।

pregnant woman with his partner

ଲାପଟପ୍, କମ୍ପ୍ୟୁଟର ଏବଂ ଫୋନର ବ୍ୟବହାର ବନ୍ଦ କରନ୍ତୁ: ଲାପଟପ୍, କମ୍ପ୍ୟୁଟର ଏବଂ ମୋବାଇଲ୍ ଫୋନ୍ରୁ ବାହାରୁଥିବା ବିକିରଣ ଶରୀର ଉପରେ ଅତ୍ୟନ୍ତ ନକରାତ୍ମକ ପ୍ରଭାବ ପକାଇଥାଏ। ମହିଳାମାନଙ୍କର ପ୍ରଜନନ କ୍ଷମତାକୁ ଏହା କମାଇଦିଏ। ତେଣୁ ଏହି ସବୁ ଇଲୋକ୍ଟ୍ରୋନିକ୍ ଡିଭାଇସର ବ୍ୟବହାର କମାନ୍ତୁ। ବିଶେଷକରି ରାତିରେ ଏହାକୁ ବ୍ୟବହାର କରନ୍ତୁ ନାହିଁ। ତା’ ବଦଳରେ ନିଜର ଜୀବନସାଥୀଙ୍କ ସହ କଥାବାର୍ତ୍ତା କରନ୍ତୁ। ପରିବାର ସହିତ ସମୟ ବିତାନ୍ତୁ। ଏହାଦ୍ୱାରା ଆପଣଙ୍କର ମାନସିକ ସ୍ଥିତି ଭଲ ରହିବା ସହିତ ଆପଣ ଖୁସି ବି ରହିପାରିବେ।

schizophenia during pregnancy

ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ: ଯେତେବେଳେ ଆପଣ ଏସବୁ କୌଣସି ଉପାୟ ଦ୍ୱାରା ଲାଭବାନ୍ ହେଉନଥିବେ ସେତେବେଳେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ସମୟ ଥାଉ ଥାଉ ପରାମର୍ଶ କଲେ ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କଲେ ମଧ୍ୟ ଏହି ସସମ୍ୟାର ସମାଧାନ ସମ୍ଭବପର