ଶୀତଦିନେ ସାଧାରଣତଃ ଗଳାରେ ସଂକ୍ରମଣ ଦେଖାଦେଇଥାଏ। ଗଳା ସଂକ୍ରମଣ ବିଭିନ୍ନ କାରଣରୁ ଜଣକୁ ହୋଇଥାଏ ଏବଂ ଏହା ଜଣକୁ ହୋଇଥିଲେ ଆଉଜଣଙ୍କୁ ବ୍ୟାପିବାର ଆଶଙ୍କା ମଧ୍ୟ ରହିଥାଏ। ଗଳା ସଂକ୍ରମଣ ଯଦିଓ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନୁହେଁ ତଥାପି ଏହାକୁ ଅଣଦେଖା କଲେ ଜଟିଳ ପରିଣାମ ମଧ୍ୟ ଭୋଗିବାକୁ ପଡିଥାଏ। ଗଳା ସଂକ୍ରମଣ ପାଇଁ କେବଳ ଯେ ଔଷଧ ସେବନ କରିବା ଜରୁରୀ ତାହା ନୁହେଁ ବରଂ ପ୍ରାଥମିକ ସ୍ତରରେ ଘରୋଇ ଉପଚାର ମାଧ୍ୟମରେ ମଧ୍ୟ ଏହି ରୋଗ ଉପଶମ ହୋଇପାରିବ।

throat pain

ଆସନ୍ତୁ ଜାଣିବା ଆମ ଘରେ ମହଜୁଦ୍‌ ଥିବା କେଉଁ କେଉଁ ଜିନିଷ ଗଳା ସଂକ୍ରମଣକୁ ପ୍ରଶମିତ କରିବାରେ ସହାୟକ ହୋଇପାରିବ। ନିମ୍ନରେ ବିସ୍ତୃତ ଭାବେ ଗଳା ସଂକ୍ରମଣର ଉପଚାରର ବିଭିନ୍ନ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି।

ଲୁଣପାଣି କୁଳି କରନ୍ତୁ: ଗଳାରେ କୌଣସି ପ୍ରକାରର କଷ୍ଟ ଅନୁଭବ ହେଲେ ପ୍ରଥମ କଥା ଯାହା ଆମ ମନକୁ ଆସେ ତାହା ହେଉଛ ଲୁଣପାଣି କୁଳି କରିବା। ସମ୍ଭବତଃ ଏହା ହେଉଛି ଗଳା ସଂକ୍ରମଣ ଜନିତ ସମସ୍ୟାରୁ ମୁକ୍ତି ପାଇବାର ସବୁଠାରୁ ପୁରୂଣା ଓ ସୁବିଧାଜନକ ଉପାୟ। ଏଥିପାଇଁ ଏକ ଗ୍ଲାସ୍‌ ଉଷୁମ ପାଣିରେ ଅଧା ଚାମଚ ଲୁଣ ମିଶାନ୍ତୁ ଓ ଏହି ମିଶ୍ରଣରେ କୁଳି କରନ୍ତୁ। ମନେରଖନ୍ତୁ ଏହି ଲବଣାକ୍ତ ପାଣି ଆପଣଙ୍କ ଗଳାକୁ ସ୍ପର୍ଶ କରିବା ଉଚିତ। ଦିନରେ ପ୍ରାୟ ଦୁଇ ରୁ ତିନି ଥର ଏପରି କରିବା ଦ୍ୱାରା ଗଳାରେ ଥିବା ସଂକ୍ରମଣକାରୀ ବ୍ୟାକ୍ଟେରିଆ ଧୋଇ ହୋଇଯାଏ ଓ ଏସିଡିଟି ନ୍ୟୁଟ୍ରାଲାଇଜ୍‌ ହୋଇଯାଏ।

Turmeric milk for health

ହଳଦୀ ଖିର ପିଅନ୍ତୁ: ଆଣ୍ଟି-ଇନ୍‌ଫ୍ଲେମେଣ୍ଟାରୀ ଓ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଗୁଣ ଯୁକ୍ତ ହଳଦୀକୁ ଖିରରେ ମିଶାଇ ପିଇଲେ ଗଳା ସଂକ୍ରମଣ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିପାଇଁ ଆପଣ ଏକ ଗ୍ଲାସ୍‌ ଉଷୁମ ଖିରରେ ନିଅନ୍ତୁ, ଏଥିରେ ଅଧା ଚାମଚ ହଳଦୀ ଗୁଣ୍ଡ (ବଟା ହଳତୀ ମଧ୍ୟ ମିଶେଇ ପାରିବେ) ଓ ୮-୧୦ଟି ଗୋଲମରିଚ ଗୁଣ୍ଡ ମିଶାନ୍ତୁ ଓ ଏହି ମିଶ୍ରଣକୁ ପିଅନ୍ତୁ। ଦିନରେ ଦୁଇରୁ ତିନିଥର ପିଅନ୍ତୁ, ନିଶ୍ଚିତ ଭାବେ ଆରାମ ମିଳିବ।

ତୁଳସୀ ଚାପିଅନ୍ତୁ: ତୁଳସୀ ଚା‘ ପିଇଲେ ଗଳା ସଂକ୍ରମଣରେ ଲାଭ ମିଳିଥାଏ। ଏଥିପାଇଁ କିଛି ତୁଳସୀ ପତ୍ରକୁ ଏକ କପ୍‌ ପାଣିରେ କିଛି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ। ଆପଣ ଚାହିଁଲେ ଏଥିରେ ଅଦା, ଗୋଲ୍‌ମରିଚ ଗୁଣ୍ଡ ମଧ୍ୟ ମିଶେଇ ପାରିବେ। ଏହି ଚା‘କୁ କିଛି ସମୟ ପାଇଁ ଘୋଡାଇ ରଖିଦିଅନ୍ତୁ। ତାପରେ ଏଥିରେ ଏକ ଚାମଚ ମହୁ ମିଶାଇ ପିଅନ୍ତୁ। ଦିନରେ ଦୁଇ ରୁ ତିନିଥର ପିଅନ୍ତୁ।SwasthyaPlus

ହରିଡା ଖାଆନ୍ତୁ: ଗଳାରେ ସଂକ୍ରମଣ ହୋଇଥିଲେ ହରିଡା ଗୁଣ୍ଡ ଖାଇଲେ ଲାଭ ମିଳିଥାଏ। ହରିଡାରେ  ଆଣ୍ଟି-ବ୍ୟାକ୍ଟେରିଆଲ୍‌ ତତ୍ତ୍ୱ ମହଜୁଦ୍‌ ଥିବାରୁ ଏହାକୁ ଖାଇବା ଦ୍ୱାରା ସଂକ୍ରମଣକାରୀ ଜୀବଣୁଗୁଡିକ ନଷ୍ଟ ହୋଇଯାଆନ୍ତି, ଯାହା ଫଳରେ ସଂକ୍ରମଣ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ସଂକ୍ରମଣ ରୋକିବା ପାଇଁ ଏକ ବଡ ଚାମଚ ହରିଡା ଗୁଣ୍ଡ ପାଟିରେ ପକାନ୍ତୁ ଓ ତାପରେ ଏକ ଗ୍ଲାସ୍‌ ଉଷୁମ ପାଣି ପିଅନ୍ତୁ। ଦିନରେ ଦୁଇ ତିନି ଥର ଏପରି କରନ୍ତୁ। ଯଦି ଏପରି କରିବା ସମ୍ଭବ ହେଉନାହିଁ ତେବେ ଆପଣ କିଛି ହରିଡା ଗୁଣ୍ଡରେ ମହୁ ମିଶାଇ ମଧ୍ୟ ଖାଇପାରିବେ।

ଘିଅରେ ଭଜା ହୋଇଥିବା ଅଦା ଖାଆନ୍ତୁ: ଅଦାର ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଗୁଣ ଯୋଗୁ ଏହାକୁ ଖାଇଲେ ଗଳା ସଂକ୍ରମଣରେ ଲାଭ ମିଳିଥାଏ। ଖଣ୍ଡିଏ ଅଦାକୁ ଛୋଟ ଛୋଟ ଆକାରରେ କାଟି ଦିଅନ୍ତୁ। ଏହାକୁ ଅଳ୍ପ ଗାଇ ଘିଅରେ ହାଲୁକା ଭାଜି ଦିଅନ୍ତୁ। ଦିନରେ କିଛି ସମୟ ବ୍ୟବଧାନରେ ଏହାକୁ ଚୋବାଇ ଚୋବାଇ ଖାଆନ୍ତୁ।

garlic peel

ରସୁଣ ଖାଆନ୍ତୁ: ରସୁଣରେ ଆଣ୍ଟି-ବ୍ୟାକ୍ଟେରିଲ୍‌ ତତ୍ତ୍ୱ ରହିଛି। ଏଣୁ ଗଳା ସଂକ୍ରମଣ ହୋଇଥିଲେ ରସୁଣ ଖାଇଲେ ଲାଭ ମିଳିଥାଏ। ରସୁଣରେ ଏଲିସିନ୍‌ ରହିଛି ଯାହା ସଂକ୍ରମଣ ସୃଷ୍ଟିକାରୀ ଜୀବାଣୁକୁ ନଷ୍ଟ କରିଦିଏ, ଫଳରେ ସଂକ୍ରମଣ ଜନିତ ପୀଡାରୁ ରକ୍ଷା ମିଳିଥାଏ। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦୁଇ କୋଲା ରସୁଣ ନିଅନ୍ତୁ ଓ ଏହାକୁ ପାଟିର ଦୁଇ ପାଖରେ ରଖି ଚୁଚୁମନ୍ତୁ।