Blood Pressure

ଅଧିକ ପଢ଼ନ୍ତୁ: ରକ୍ତଚାପକୁ ନ ଜଗିଲେ ହୋଇପାରେ ହୃଦଘାତ

ରକ୍ତଚାପ ନିୟନ୍ତ୍ରଣ କରିବାକୁ ହେଲେ ଆମକୁ ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ହେବ।

ଖାଦ୍ୟରେ ଲୁଣ କମ୍‌ କରିବାକୁ ହେବ। ଦିନକରେ ଗୋଟେ ଚାମଚରୁ କମ୍‌ ଲୁଣ ଖାଇବାକୁ ହେବ।

ରକ୍ତଚାପକୁ ସନ୍ତୁଳନ ରଖିବା ପାଇଁ ସୁସ୍ଥ ଖାଦ୍ୟ ଖାଇବା ଲାଭଦାୟକ। ଡାଏଟ୍‌ରେ ଅଧିକ ଫଳ, ପନିପରିବା, ଗଜାମୁଗ, ଡ୍ରାଏଫ୍ରୁଟ୍ସ, ରାଜମା, ବିନ୍ସ, ଡାର୍କ ଚକୋଲେଟ, ମାଛ ଚିକେନ୍‌ ଓ ଚର୍ବିମୁକ୍ତ କ୍ଷୀର ଖାଇବାକୁ ହେବ।

ମଟନ୍‌, ଅତ୍ୟଧିକ ଫ୍ୟାଟ୍‌ଯୁକ୍ତ ଖାଦ୍ୟ, ଘିଅ ବା ବଟର ପଡ଼ିଥିବା ଖାଦ୍ୟ, ସରଯୁକ୍ତ କ୍ଷୀର ଖାଇବା ଅନୁଚିତ।

ନିଜ ଦୈନନ୍ଦିନ ଜୀବନରେ ଏକ୍ସରସାଇଜ୍‌, ଯୋଗକୁ ସାମିଲ କରନ୍ତୁ। ଶାରୀରିକ ପରିଶ୍ରମ ସମସ୍ତ ରୋଗରୁ ମୁକ୍ତି ଦେଇଥାଏ। ଏହାଛଡ଼ା ସପ୍ତାହକୁ ଦୁଇଥର ଭାରବହନ କାରୀ ବ୍ୟାୟାମ କରିପାରିବେ। ଏହାଦ୍ୱାରା ରକ୍ତଚାପର ସିଷ୍ଟୋଲିକ୍‌ ଚାପ ୧୦ରୁ ୧୨ ମିଲିମିଟର ମରକ୍ୟୁରି କମିଯିବ।

ରକ୍ତଚାପ ବୃଦ୍ଧିରୁ ରକ୍ଷା ପାଇବା ପାଇଁ ରୋଗୀ ସର୍ବଦା କ୍ରୋଧ, ଚିନ୍ତା, ବ୍ୟାକୁଳତା ଆଦି ମାନସିକ ଅବସାଦରୁ ମୁକ୍ତି ପାଇବା ଉଚିତ।

ରୋଗ ହୋଇଛି ବୋଲି ରୋଗୀ ସର୍ବଦା ଚିନ୍ତାରେ ବୁଡି ରହିବା ଉଚିତ ନୁହେଁ। କାରଣ ରୋଗ ଆରମ୍ଭ ହୋଇଗଲେ ମଧ୍ୟ ଚିନ୍ତାମୁକ୍ତ ହେବା ଦ୍ୱାରା ୧୦/୧୫ ବର୍ଷ ସୁସ୍ଥ ରହିହୁଏ।

ଭୋକରେ ରହନ୍ତୁ ନାହିଁ।

ଓଜନ ଅଧିକ ଥିଲେ, ଓଜନ କମାନ୍ତୁ।

ଧୂମପାନ ଓ ମଦ୍ୟପାନଠାରୁ ନିଜକୁ ସମ୍ପୂର୍ଣ୍ଣ ଦୂରରେ ରଖନ୍ତୁ।

drinking water

ଅଧିକ ପଢ଼ନ୍ତୁ: ରକ୍ତଚାପକୁ ନିୟନ୍ତ୍ରଣ ନ କଲେ ଖରାପ ହୋଇପାରେ ଆପଣଙ୍କ ସ୍ୱାସ୍ଥ୍ୟ

ଦିନସାରା ପ୍ରଚୁର ପାଣି ପିଅନ୍ତୁ।

ଖୋଲା ପବନରେ ପ୍ରତିଦିନ ଭ୍ରମଣ କରନ୍ତୁ।

ପୀଡ଼ିତ ବ୍ୟକ୍ତି ରାତିରେ ପ୍ରାୟ ୯ ଘଣ୍ଟା ଶୁଅନ୍ତୁ ତଥା ଦ୍ୱିପ୍ରହରରେ ମଧ୍ୟ ଭୋଜନ ପରେ ଏକଘଣ୍ଟା ପୂର୍ଣ୍ଣ ବିଶ୍ରାମ କରନ୍ତୁ। ଯଦି ଉଚିତ ପରିମାଣର ନିଦ ହେଉ ନାହିଁ, ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ରକ୍ତଚାପକୁ କମ୍ କରିବା ପାଇଁ ଦିନ ସାରା ୭୫୦ ମିଲି ଗ୍ରାମ୍‌ରୁ ଅଧିକ ଲୁଣ ନେବା ଉଚିତ ନୁହେଁ।

ଭିଟାମିନ୍ ‘ବି’ ଓ ‘ସି’ ପର୍ଯ୍ୟାପ୍ତ ପରିମାଣରେ ସେବନ କରିବା ଉଚିତ।

ମଦ୍ୟପାନ, ଚା’ପାନ, ତମାଖୁ ସେବନ ତଥା ବନସ୍ପତି ଘିଅ ସେବନ କରିବା ଉଚିତ୍ ନୁହେଁ।

ଜୀବନଶୈଳୀରେ ସୁସ୍ଥ ପରିବର୍ତ୍ତନ ବାଦ୍‌ ଯଦି ରକ୍ତଚାପ ନିୟନ୍ତ୍ରଣରେ ନ ରହେ, ତେବେ ଡ୍ରଗ୍‌ ଥେରାପି ନେଇପାରିବେ। ଡ୍ରଗ୍‌ ଥେରାପି ସବୁବେଳେ ଡାକ୍ତରଙ୍କ ପରାମର୍ଶରେ ନେବା ଜରୁରୀ।

ଲୋକଙ୍କ ମନରେ ପ୍ରଶ୍ନ ଆସେ ଯେ, ରକ୍ତଚାପ ମୋର ନିୟନ୍ତ୍ରଣ ହୋଇଗଲାଣି, ମୁଁ ଆଉ ଔଷଧ ଖାଇବି କାହିଁକି? ହେଲେ ଡାଏବେଟିସ୍‌ରେ ଯେମିତି ଔଷଧ ଖାଇଲେ ସୁଗାର ନିୟନ୍ତ୍ରଣରେ ରହିଛି ଓ ଔଷଧ ଛାଡ଼ିଲେ ସୁଗାର ବଢ଼ିଯାଏ। ସେହିପରି ରକ୍ତଚାପ ଅଧିକ ଥିବା ବେଳେ ଔଷଧ ବନ୍ଦ କରିଦେଲେ ଭବିଷ୍ୟତରେ ପୁଣି ରକ୍ତଚାପ ବଢ଼ିଯିବାର ସମ୍ଭାବନା ରହିଛି। ଏଥିପାଇଁ ନିୟମିତ ଔଷଧ ଖାଇବା ଜରୁରୀ।

ରକ୍ତଚାପ ୧୨୦/୮୦ ଭିତରେ ଗଣନା କରାଯାଏ। ୧୨୦ରୁ ୧୪୦ ଭିତରେ ରହିଲେ ଏହାକୁ ଅସାମାନ୍ୟ ବୋଲି ଧରାଯାଏ। ରକ୍ତଚାପ ଏହି ସୀମାରେ ରହିଲେ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ସହ ବ୍ୟାୟାମ ଓ ମେଡିଟେସନ୍‌ କରିବା ଦ୍ୱାରା ନିୟନ୍ତ୍ରଣରେ ରହିଥାଏ। ସେହିଭଳି ରକ୍ତଚାପ ସୀମା ୧୪୦/୯୦ରୁ ଅଧିକା ହେଲେ ରୋଗୀଙ୍କୁ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ଔଷଧ ଖାଇଲେ ରକ୍ତଚାପ ୧୪୦ରୁ ୯୦ ପଏଣ୍ଟକୁ ଛୁଇଁଯାଏ ସେତେବେଳେ ଆମେ ଭାବିବୁ ଯେ ଔଷଧ କାମ କରୁଛି।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ଶିଶୁ ଏବଂ ମା’ ପାଇଁ ଆଣେ ବିପଦ