constipation

ନିୟମିତ ପେଟ ସଫା ନ ହେଲେ ହୋଇଥାଏ ଅନେକ ସମସ୍ୟା।

ଅନେକ ରୋଗର କାରଣ ପାଲଟିଥାଏ କୋଷ୍ଠକାଠିନ୍ୟ ସମସ୍ୟା। କୋଷ୍ଠକାଠିନ୍ୟ ସମସ୍ୟା ଅଧିକ ଦିନ ଧରି ଲାଗି ରହିଲେ ଝାଡ଼ାରୁ ରକ୍ତ ପଡ଼ିଥାଏ, ଅର୍ଶ, ମଳକଣ୍ଟକ, ଭଗନ୍ଦର, ଅଲସର ଭଳି ସମସ୍ୟା ଉପୁଜିଥାଏ। ଆଜିକାଲିର ଖାଦ୍ୟଶୈଳୀ, ଫାଷ୍ଟଫୁଡ୍‌ର ଅଧିକ ସେବନ, ତେଲମସଲା, ଜଙ୍କଫୁଡ୍‌, ମାନସିକ ଚାପ, ଶାରୀରିକ ପରିଶ୍ରମର ଅଭାବ ଓ ବ୍ୟାୟାମ ନ କରିବା ଯୋଗୁଁ କୋଷ୍ଠକାଠିନ୍ୟ ସମସ୍ୟା ହୋଇଥାଏ।

ନିୟମିତ ପେଟ ସଫା କରିବାକୁ ହେଲେ ପ୍ରତ୍ୟେହ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ହେବ, ନିୟମିତ ବ୍ୟାୟାମ କରିବାକୁ ହେବ, ନିୟମିତ ପ୍ରଚୁର ପାଣି ପିଇବା ଆବଶ୍ୟକ ଓ ଚାପମୁକ୍ତ ରହିବା ଆବଶ୍ୟକ।

  • ଖାଇସାରିବା ପରେ କିଛି ସମୟ ଚାଲନ୍ତୁ।
  • ପ୍ରତ୍ୟେହ ଯୋଗ ଏବଂ ବ୍ୟାୟାମ କରନ୍ତୁ।
  • ଚାପମୁକ୍ତ ରହନ୍ତୁ।
  • ପ୍ରଚୁର ପରିମାଣରେ ସବୁଜ ପନିପରିବା, ଫଳ ସେବନ କରନ୍ତୁ।
  • ଫାଷ୍ଟଫୁଡ୍‌, ଜଙ୍କଫୁଡ୍‌, ତେଲ ମସଲାଯୁକ୍ତ ଖାଦ୍ୟର ସେବନ କମ୍‌ କରନ୍ତୁ।
  • ଦୈନିକ ୨ ଲିଟର ପାଣି ପିଅନ୍ତୁ। ଏହା ହଜମଶକ୍ତିକୁ ସୁଦୃଢ଼ କରିଥାଏ।
  • ବ୍ରେକ୍‌ଫାଷ୍ଟ ଏବଂ ମଧ୍ୟାହ୍ନ ଭୋଜନ ଭଲକରି ଖାଆନ୍ତୁ। ରାତିରେ ୭ଟା ପୂର୍ବରୁ ଖାଆନ୍ତୁ ଓ ଅଳ୍ପକରି ଖାଆନ୍ତୁ।
  • ଖାଦ୍ୟ ଖାଇବା ବେଳେ ମୋବାଇଲ, ଟିଭି ଦେଖନ୍ତୁ ନାହିଁ। ସବୁବେଳେ ଖାଦ୍ୟକୁ ଚୋବାଇ ଚୋବାଇ ଖାଆନ୍ତୁ।