ଗର୍ଭାବସ୍ଥାରେ ଭ୍ରମଣ କରୁଥିଲେ କିଛିଟା ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।
ପୂର୍ବରୁ ଗର୍ଭବତୀ ମହିଳାଙ୍କୁ ବାହାରକୁ ଯିବାକୁ ମନା କରାଯାଉଥିଲା। ହେଲେ ବର୍ତ୍ତମାନ ମହିଳାମାନେ ସ୍ୱାବଲମ୍ବୀ ଓ କର୍ମଜୀବୀ ହୋଇ ଜୀବନ ନିର୍ବାହ କରୁଛନ୍ତି। ଫଳରେ ଗର୍ଭଧାରଣ କଲା ପରେ ମଧ୍ୟ ତାଙ୍କ ପାଇଁ ଭ୍ରମଣ କରିବା ଜରୁରୀ ହୋଇପଡ଼ିଛି। ତେବେ ଗର୍ଭାବସ୍ଥାରେ ଭ୍ରମଣ କରିବାକୁ ପଡ଼ୁଥିଲେ କ’ଣ କରିବେ?
ଗର୍ଭାବସ୍ଥାର ପ୍ରଥମ ୩ମାସ ଓ ଶେଷ ତିନି ମାସ ଭ୍ରମଣ ନ କରିବା ଉଚିତ। ଗର୍ଭାସ୍ଥାର ୪ମାସରୁ ୭ ମାସ ଭିତରେ ଭ୍ରମଣ କରିପାରିବେ।
ଯଦି ଏହି ମାସ ଭିତରେ ଭ୍ରମଣ କରୁଛନ୍ତି ତେବେ ଆରାମଦାୟକ ଓ ଢିଲା ବସ୍ତ୍ର ପିନ୍ଧନ୍ତୁ।
ଜଳ ହୀନତା ଦୂର କରିବା ପାଇଁ ପ୍ରଚୁର ପରିମାଣରେ ପାଣି ପିଇବା ଉଚିତ।
ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ହେବା ପାଇଁ ପାଦ ଓ ଗୋଡ଼ ନ ଫୁଲିବା ପାଇଁ ପ୍ରତି ଘଣ୍ଟେରେ ଥରେ ଚଲାବୁଲା କରନ୍ତୁ। ଫଳରେ ପାଦ ଫୁଲିବ ନାହିଁ।
ଯାତ୍ରା ସମୟରେ ଖାଦ୍ୟ ଓ ପାନୀୟ ଉପରେ ଧ୍ୟାନ ଦେବା ଜରୁରୀ। କାରଣ ଖାଦ୍ୟପେୟରେ ଠିକ୍ ନ ରହିଲେ ପତଳା ଝାଡ଼ା, ହେପାଟାଇଟିସ୍ ଏବଂ ଅନ୍ୟ ଭୂତାଣୁ ସଂକ୍ରମଣ ହୋଇପାରେ।
ଯାତ୍ରା ସମୟରେ ବିସ୍କୁଟ୍ ପାଖଷର ରଖିଥିବେ।
କାର୍ରେ ଭ୍ରମଣ କରୁଥିଲେ ସିଟ୍ ବେଲ୍ଟ ପିନ୍ଧିବା ଉଚିତ।
ଜରୁରୀ ପରିସ୍ଥିତିରେ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ପରାମର୍ଶ ନେଇ ଯାତ୍ରା କରିବା ଭଲ।