ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଆମକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ। ହେଲେ ଏହି ରୋଗ ପ୍ରତିରୋଧକ ଶକ୍ତି କ’ଣ ସାଙ୍ଗେ ସାଙ୍ଗେ ବଢ଼ିଥାଏ?
ରୋଗ ପ୍ରତିରୋଧକ ଶକ୍ତି ହେଉଛି ଏକ ଜଟିଳ ପ୍ରକ୍ରିୟା। ଅଧିକ ଖାଇଲେ ଓ ଶାରୀରିକ ପରିଶ୍ରମ ନକଲେ ଯେମିତି ଆମ ଓଜନ ବଢ଼ିଥାଏ ଏବଂ ବ୍ୟାୟାମ କଲେ ଓଜନ କମିଥାଏ। ଓଜନ କମିବା ବା ବଢ଼ିବା ଭଳି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଏକ ସାଧାରଣ ପ୍ରକ୍ରିୟା ନୁହେଁ।
ଆମେ ରାତାରାତି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ପାରିବା ନାହିଁ। ଖାଦ୍ୟ ପାନୀୟ ଠିକ୍ ରହିଲେ, ବ୍ୟାୟାମ ସଠିକ୍ ଭାବରେ କଲେ ଭବିଷ୍ୟତରେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିରେ ସୁଧାର ଆସିଥାଏ।
ଏହା ଏକ ଅଭ୍ୟାସ, ଦିନେ କିମ୍ବା ଦୁଇ ଦିନରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ନାହିଁ। ନିୟମିତ ସୁଷମ ଖାଦ୍ୟ ଖାଇଲେ, ବ୍ୟାୟାମ କରିଲେ, ନିଦ୍ରାରେ ସଂଜମ ଆଣିଲେ, ଚାପ ମୁକ୍ତ ରହିଲେ, ମଦ୍ୟପାନ ଓ ଧୂମପାନଠାରୁ ଦୂରେଇ ରହିଲେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଭଲ ହୋଇଥାଏ। ଫଳରେ ଆପଣ ରୋଗରୁ ମୁକ୍ତ ରହିବେ, ଭୂତାଣୁ ସଂକ୍ରମଣ କମ୍ ହେବ ଏବଂ କରୋନା ଭଳି ଭୂତାଣୁ ସହ ଲଢ଼ି ପାରିବେ।