ଡାକ୍ତର ମନୋଜ କୁମାର ସାହୁ

ସମ୍‌ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁ ‘ସ୍ୱାସ୍ଥ୍ୟ ପ୍ଲସ୍‌’କୁ ଦେଇଥିବା ସାକ୍ଷାତକାର ଆଧାରରେ।

କାଡାଭେରିକ୍‌ ଟ୍ରାନ୍ସପ୍ଲାଣ୍ଟେସନକୁ ଡିଜିଜ୍‌ ଡୋନର ଟ୍ରାନ୍ସପ୍ଲାଣ୍ଟେସନ କୁହାଯାଏ। ଅନେକ ସମୟରେ ଦୁର୍ଘଟଣାରେ ବ୍ୟକ୍ତିଙ୍କ ହୃତପିଣ୍ଡ ଚାଲିଥାଏ କିନ୍ତୁ ବ୍ରେନ୍‌ ଡେଡ୍‌ ହୋଇଯାଇଥାଏ। ସେମାନଙ୍କ ବଞ୍ଚିବାର କୌଣସି ସମ୍ଭାବନା ନଥାଏ। ଏଭଳି ପରିସ୍ଥିତିରେ ପରିବାରର ସହମତିରେ ବ୍ୟକ୍ତିଙ୍କ ଅଙ୍ଗଦାନ କରାଯାଇପାରିବ।

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଶରୀରରୁ ଲିଭର ଆଣି ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥାଏ। ଏହି ପ୍ରକ୍ରିୟାକୁ କାଡାଭେରିକ୍‌ ଲିଭର ଟ୍ରାନ୍ସପ୍ଲାଣ୍ଟେସନ କୁହାଯାଏ।

liver

ଏହା କହିଛନ୍ତି ସମ୍‌ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁ। ନିକଟରେ ଓଡ଼ିଶାରେ ପ୍ରଥମଥର ପାଇଁ ଲିଭର ଟ୍ରାନ୍ସପ୍ଲାଣ୍ଟେସନ ହୋଇଥିଲା। ଯଶୋଦା ହସ୍ପିଟାଲ ଏବଂ ସମ୍‌ ହସ୍ପିଟାଲର ମିଳିତ ଉଦ୍ୟମରେ ୪୦ ଜଣିଆ ଡାକ୍ତରୀ ଟିମ୍‌ ଏହାକୁ ସଫଳତାର ସହ କରିଥିଲେ। ଡାକ୍ତର ମନୋଜ କୁମାର ସାହୁ ଏହି ଲିଭର ଟ୍ରାନ୍ସପ୍ଲାଣ୍ଟେସନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।