କରୋନା ହେଉ ବା ଯେକୌଣସି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହେଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତେବେ, ଆସନ୍ତୁ ଜାଣିବା, ରୋଗ ପ୍ରତିରୋଧକ ଶକ୍ତି କ’ଣ?

ରୋଗ ପ୍ରତିରୋଧକ ଶକ୍ତି ? (What is Immunity Power in Odia)

ଆମ ଶରୀରର ରକ୍ତରେ ‘ଶ୍ୱେତ ରକ୍ତ କଣିକା’ ବୋଲି ଏକ କୋଷ ରହିଛି। ଏହି ଶ୍ୱେତ ରକ୍ତ କଣିକା ହେଉଛି ଆମ ଶରୀରର ପ୍ରତିରକ୍ଷା ବାହିନୀ। ଯେକୌଣସି ଜୀବାଣୁ କିମ୍ବା ଭୂତାଣୁ ଆମ ଶରୀରକୁ ଆକ୍ରମଣ କଲେ ଏହି ଶ୍ୱେତ ରକ୍ତ କଣିକା ତାହାର ବାଟକୁ ଅବରୋଧ କରେ ଏବଂ ତାହା ସହ ଯୁଦ୍ଧ କରିଥାଏ। ତେଣୁ ଶ୍ୱେତ ରକ୍ତ କଣିକାକୁ ଆମ ଶରୀରର ଯୋଦ୍ଧା ବୋଲି ମଧ୍ୟ କୁହାଯାଏ।

ଆମ ଶରୀର ହାଡ଼ ଭିତରେ ଥିବା ଅସ୍ଥି ମଜ୍ଜା (Bone marrow) ଏହି ଶ୍ୱେତ ରକ୍ତ କଣିକାକୁ ତିଆରି କରିଥାଏ। ଶରୀରରେ ଥିବା ଥାଇମସ୍ ଗ୍ରନ୍ଥି ଏହି ଶ୍ୱେତ ରକ୍ତ କଣିକାକୁ ଗଚ୍ଛିତ ତଥା ପ୍ରଶିକ୍ଷଣ ଦେଇଥାଏ। ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ଲିହା, ଯକୃତ ଆଦି ଅଙ୍ଗ ସହାଯ୍ୟ କରିଥାଏ। ଏ ସମସ୍ତକୁ ମିଶାଇଲେ ଆମେ ଏହାକୁ କହିପାରିବା ରୋଗ ପ୍ରତିରୋଧକ ଅଙ୍ଗ। ଏହାର କାର୍ଯ୍ୟ କରିବା ପ୍ରଣାଳୀକୁ ଆମେ ରୋଗ ପ୍ରତିରୋଧକ ଶକ୍ତି କହିଥାଉ।

ରୋଗ ପ୍ରତିରୋଧକ ଶକ୍ତି କେବେ ରାତାରାତି ବଢ଼ିବ ନାହିଁ। ଏହା ବ୍ୟତୀତ ବଜାରରେ ମିଳୁଥିବା ଇମ୍ୟୁନିଟି ବୁଷ୍ଟର ଭଳି ଔଷଧ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ନାହିଁ। ତେବେ କୌଣସି ଔଷଧ ଖାଇ ଆପଣ ତତ୍‌କ୍ଷଣାତ୍ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇପାରିବେ ନାହିଁ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ହେଲେ ଆମେ ଜୀବନଶୈଳୀ ଓ ଖାଦ୍ୟପେୟ ଉପରେ ଉନ୍ନତି ଆଣିବାକୁ ହେବ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆସନ୍ତୁ ଜାଣିବା ପଞ୍ଚସୂତ୍ରୀ ଫର୍ମୁଲା। ଏହି ଫର୍ମୁଲାକୁ ଦୈନନ୍ଦିନ ଜୀବନରେ ଅପଣାଇଲେ ଆପଣ ମଜବୁତ ରହିପାରିବେ ଏବଂ କରୋନା ଭଳି ଭୂତାଣୁ କିମ୍ବା ଜୀବାଣୁ ସାଙ୍ଗରେ ଭଲ ଭାବେ ଲଢ଼େଇ କରିପାରିବେ।