କେମିତି ହୁଏ କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟେସନ? ଏହା କାହାକୁ ଦରକାର ପଡ଼େ? ଅପରେସନ ପରେ କିଭଳି ସାବଧାନତା ଅବଲମ୍ବନ କରିବାକୁ ହେବ? ଏନେଇ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୁଜାତା ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
କର୍ଣ୍ଣିଆ ବା ସ୍ୱଚ୍ଛ ପଟଳ। କର୍ଣ୍ଣିଆର ମୁଖ୍ୟ କାର୍ଯ୍ୟ ହେଉଛି ଏହା ଆଖିକୁ ଦେଖିବାରେ ସାହାଯ୍ୟ କରେ। ଏହା ମଧ୍ୟ ଦେଇ ଲାଇଟ୍ ପାସ୍ କଲେ ଆମକୁ ଦୃଶ୍ୟମାନ ହୋଇଥାଏ। ଜନ୍ମରୁ କିମ୍ବା ଅନ୍ୟାନ୍ୟ କାରଣରୁ ଏହି କର୍ଣ୍ଣିଆ (ସ୍ୱଚ୍ଛ ପଟଳ) ଖରାପ ହୋଇଗଲେ ବା ସ୍ୱଚ୍ଛ ପଟଳ ସମ୍ପୂର୍ଣ୍ଣ ଭାବେ ଧଳା ହୋଇଗଲା କିମ୍ବା ଅଧା ଧଳା ହୋଇଯାଏ, ତେବେ ଆମେ କିଛି ଦେଖିପାରି ନ ଥାଉ। ଏହି ପରିସ୍ଥିତିରେ ଅପରେସନ ଜରିଆରେ କର୍ଣ୍ଣିଆ ପ୍ରତିରୋପଣ କରାଯାଇଥାଏ। ଏହାକୁ କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟେସନ କୁହାଯାଏ।
ଅଧିକ ପଢ଼ନ୍ତୁ: ଆଖିକୁ ସୁସ୍ଥ ରଖିଥାଏ ଏହି ୭ଟି ଖାଦ୍ୟ
କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟେସନ୍ କାହାକୁ ଦରକାର (Who needs a cornea transplant in Odia)
ଯେଉଁମାନଙ୍କର ସ୍ୱଚ୍ଛ ପଟଳ ଜନିତ ଅନ୍ଧତ୍ୱ ଅଛି, ସେମାନେ ସ୍ୱଚ୍ଛ ପଟଳ ପ୍ରତିରୋପଣ ବା କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟେସନ କରିପାରିବେ। ସାଧାରଣତଃ ପୂର୍ବରୁ ଭିଟାମିନ୍ ଏ’ର ଅଭାବ ଯୋଗୁଁ ସ୍ୱଚ୍ଛ ପଟଳ ଖରାପ ହେଉଥିଲା। ବର୍ତ୍ତମାନ ବହୁତ କମ୍ ପିଲାଙ୍କଠାରେ ଭିଟାମିନ୍ ଏ’ର ଅଭାବ ନେଖାଦେଉଛି। ସ୍ୱଚ୍ଛ ପଟଳ ଖରାପ ହେବାର ଆଉ ଏକ କାରଣ ହେଉଛି, ଯେଉଁ ପିଲାଙ୍କର ଆଖିରେ କୌଣସି କାରଣ ଯୋଗୁଁ ମାଡ଼ ହୋଇଯାଇଥିବ, ବା କେମିକାଲ ସଂସ୍ପର୍ଶରେ ଆସିବା ଯୋଗୁଁ କଳା ଡୋଳା ଧଳା ହୋଇଯିବା, କିମ୍ବା ଗଛର ପତ୍ର ଆଖିରେ ବାଜି କଳା ଡୋଳା ଧଳା ହେବା କିମ୍ବା ଜନ୍ମରୁ ଯଦି ଏହି ସମସ୍ୟା ଥାଏ ତେବେ କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟେସନ କରାଯାଏ।
କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ କେମିତି ହୁଏ? (How does the cornea transplant happen in Odia)
ଯେକୌଣସି ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ଲମ୍ବା ସମୟ ଓ ଧର୍ଯ୍ୟର ଆବଶ୍ୟକତା ରହିଛି। ଏଥିପାଇଁ ରୋଗୀମାନେ ଡାକ୍ତରଙ୍କ ସହ ନିୟମିତ ପରାମର୍ଶ ନେବା ଜରୁରୀ। ବର୍ତ୍ତମାନ ବିନା କୌଣସି ଷ୍ଟିଚ୍ରେ ବି ପଛ ପରତ ବଦଳାଯାଇ ପାରୁଛି।
ଯେକୌଣସି ଟ୍ରାନ୍ସପ୍ଲାଣ୍ଟ ହେଉ ନା କାହିଁକି କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟର ଫଳାଫଳ ସଫଳ ହୋଇଥାଏ। କାରଣ କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟେସନ୍ରେ କର୍ଣ୍ଣିଆରେ ରକ୍ତବାହୀ ନଳୀ ନଥାଏ। ଫଳରେ ଏହାର ରେଜଲ୍ଟ ସଫଳ ହୋଇଥାଏ।
ଅଧିକ ପଢ଼ନ୍ତୁ: ରେଟିନୋପାଥି ଅଫ୍ ପ୍ରିମାଚ୍ୟୁରିଟି ସମସ୍ୟା କ’ଣ?
କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ ପରେ ସାବଧାନତା (Caution after a cornea transplant in Odia)
କର୍ଣ୍ଣିଆ ପ୍ରତିରୋପଣ ପରେ ସଂକ୍ରମଣକୁ ଏଡ଼ାଇବା ଦରକାର। ଆଖିରେ ପ୍ରତିରକ୍ଷା ଚଷମା ପିନ୍ଧିବା ଦରକାର। ସାଧାରଣତଃ ଛୋଟ ପିଲାମାନେ ଖେଳାଖେଳି କରିବା ବେଳେ କିମ୍ବା ବାହାରକୁ ଯିବା ବେଳେ ଆଖିକୁ ପ୍ରତିରକ୍ଷା କରୁଥିବା ଚଷମା ପିନ୍ଧିବା ଦରକାର। ଧୂଳି ଯେପରି ଆଖିରେ ନ ବାଜେ, ସେନେଇ ଧ୍ୟାନ ଦେବା ଦରକାର। ନିୟମିତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଦରକାର।
ଏହାଛଡ଼ା ଆଖିରେ କିଛି ବି ସମସ୍ୟା ହେଲେ ଯେପରିକି ଆଖି ଲାଲ ହେଲେ, ଆଖିକୁ କମ୍ ଦେଖାଗଲେ, ଆଲୋକକୁ ଅନେଇ ନ ପାରିଲେ କିମ୍ବା ଯନ୍ତ୍ରଣା ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ୍ ପରେ ଚକ୍ଷୁ ସମସ୍ୟା ଦେଖାଦେଇପାରେ କି?
ସାଧାରଣତଃ କର୍ଣ୍ଣିଆରେ ପାଞ୍ଚଟି ସ୍ତର ରହିଛି। କର୍ଣ୍ଣିଆର ପଛ ପଟ ସ୍ତରରେ ସମସ୍ୟା ହେବାର ଆଶଙ୍କା ରହିଛି। ଗୋଟେ ଗୋଟେ ରୋଗରେ କେବଳ ପଛ ସ୍ତର କିମ୍ବା ଆଗ ପଟ ପଟଳକୁ ବଦଳେଇବାକୁ ପଡ଼ିଥାଏ। ଏହି କ୍ଷେତ୍ରରେ ସମସ୍ୟା ହେବାର ଆଶଙ୍କା ବହୁତ କମ୍। ଯଦି କେବଳ ଆଗ ପଟ ପଟଳ ବଦଳାଯାଉଛି, ତେବେ ସମସ୍ୟା ହେବାର ଆଶଙ୍କା ନଥାଏ। ଏହି ସମସ୍ୟାକୁ ଏଡ଼ାଇବା ପାଇଁ ଔଷଧର ବ୍ୟବହାର କରାଯାଏ, କିନ୍ତୁ, ତଥାପି ସମସ୍ୟା ହୋଇପାରେ। ଯଦି ବି କୌଣସି ସମସ୍ୟା ହୁଏ, ତେବେ ଦ୍ୱିତୀୟ ଥର ପାର୍ଇ ବି ଚିକିତ୍ସା କରିହୁଏ। କିନ୍ତୁ ସମସ୍ୟା ହେଲେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଜରୁରୀ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୁଜାତା ଦାସଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Cornea transplant, in Odia language, is based on an extensive interview with ophthalmologist, Dr. Sujata Das.