ଅଧିକ ସମୟ ଧରି କମ୍ପ୍ୟୁଟର, ଲାପ୍ଟପ୍ ଆଗରେ କାମ କରୁଥିଲେ ହୋଇପାରେ କମ୍ପ୍ୟୁଟର୍ ଭିଜନ ସିଣ୍ଡ୍ରୋମ୍। ଏନେଇ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସ୍ୱାତୀ ସାମନ୍ତଙ୍କଠାରୁ ଏବିଷୟରେ ଅଧିକ ଜାଣିବା।
- କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ କ’ଣ?
- କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମର ଲକ୍ଷଣ
- କାହିଁକି ବଢୁଛି କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ?
- କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମକୁ କେମିତି ରୋକିବେ?
- ଡାକ୍ତରଙ୍କ ପରାମର୍ଶ
କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ କ’ଣ? (What is Computer Vision Syndrome in Odia)
ଲମ୍ବା ସମୟ କମ୍ପ୍ୟୁଟର ଆଗରେ ବସି କାମ କରୁଛନ୍ତି କି! ତେବେ ଜାଣି ରଖନ୍ତୁ, ଆପଣଙ୍କୁ ହୋଇପାରେ କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ। ଅଧିକ ସମୟ କମ୍ପ୍ୟୁଟରକୁ ଚାହିଁ ରହିବା, ଖରାପ ଶୈଳୀରେ ବସି କାମ କରିବା ତଥା ଅନ୍ୟାନ୍ୟ କାରଣ ଯୋଗୁଁ ଏହି ସମସ୍ୟା ଦେଖାଦେଇଥାଏ।
କମ୍ପ୍ୟୁଟର୍ ଭିଜନ ସିଣ୍ଡ୍ରୋମ୍କୁ ଡିଜିଟାଲ ଆଇ ଷ୍ଟ୍ରେନ୍ (Digital Eye strain) ବୋଲି କୁହାଯାଏ। ୧୦୦ ପ୍ରତିଶତ ଲୋକଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକ କମ୍ପ୍ୟୁଟର୍ ଭିଜନ ସିଣ୍ଡ୍ରୋମ୍ରେ ପୀଡ଼ିତ।
ଅଧିକ ପଢ଼ନ୍ତୁ: ଆଖିରୁ ପାଣି ଗଡ଼ୁଛି କି? ଜାଣନ୍ତୁ ଡାକ୍ତରଙ୍କ ଟିପ୍ସ
କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମର ଲକ୍ଷଣ (Symptoms of Computer Vision Syndrome in Odia)
କମ୍ପ୍ୟୁଟର୍ ଭିଜନ ସିଣ୍ଡ୍ରୋମ୍ର ଲକ୍ଷଣଗୁଡ଼ିକ ହେଲା:
- ଆଖିକୁ ଜାଲିଜୁଲିଆ ଦେଖାଯାଏ
- ଆଖିକୁ ଦୁଇଟା ଦୁଇଟା ଦେଖାଯିବା
- କେତେ ଜଣଙ୍କର ଆଖିରେ ରହିଗଲା ଭଳି ଲାଗେ
- ଆଖି ନାଲି ପଡ଼ିଯିବା
- କାନ୍ଧ ବଥା ହେବା
- ମୁଣ୍ଡ ବିନ୍ଧା ହେବା
- ବେକ ବିନ୍ଧା ହେବା
କାହିଁକି ବଢ଼ୁଛି କମ୍ପ୍ୟୁଟର ଭିଜନ୍ ସିଣ୍ଡ୍ରୋମ୍ (Why is Computer Vision Syndrome on the rise in Odia)
ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ୮-୧୦ ଘଣ୍ଟା ଧରି କମ୍ପ୍ୟୁଟର ଆଗରେ କାମ କରୁଛନ୍ତି। ପିଲାମାନେ ଅଧିକ ସମୟ ମୋବାଇଲ ଆଗରେ ସମୟ ବିତାଉଛନ୍ତି, ଲକ୍ଡାଉନ୍ ଯୋଗୁଁ ପିଲାମାନେ କମ୍ପ୍ୟୁଟର ଏବଂ ମୋବାଇଲରେ ଅନ୍ଲାଇନ୍ କ୍ଲାସ୍ କରୁଛନ୍ତି। କିନ୍ତୁ, କମ୍ପ୍ୟୁଟର, ମୋବାଇଲ୍ ବ୍ୟବହାର କରିବାର ନିୟମ ରହିଛି। ହେଲେ ପିଲାମାନେ କମ୍ପ୍ୟୁଟରକୁ ପାଖରୁ ଦେଖନ୍ତି କିମ୍ବା ଅଧିକ ଦୂରରୁ ଦେଖନ୍ତି, ଲମ୍ବା ସମୟ ପାଇଁ ଦେଖନ୍ତି। ଫଳରେ ପିଲାଙ୍କ ଆଖି ଉପରେ ଏହାର ପ୍ରଭାବ ପଡ଼ୁଛି। ଫଳରେ କମ୍ପ୍ୟୁଟର ଭିଜନ୍ ସିଣ୍ଡ୍ରୋମ୍ ହେଉଛି।
ଅଧିକ ପଢ଼ନ୍ତୁ: ଅଧିକ ସମୟ କମ୍ପ୍ୟୁଟରରେ କାମ କରୁଥିଲେ, ଆପଣାନ୍ତୁ ଏହି ଟିପ୍ସ
କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମକୁ କେମିତି ରୋକିବେ? (How to Prevent Computer Vision Syndrome in Odia)
କମ୍ପ୍ୟୁଟର ବା ଲାପ୍ଟପ୍କୁ ନିଜ ଆଖିଠାରୁ ସଠିକ୍ ଦୂରତାରେ ରଖନ୍ତୁ। ଆପଣଙ୍କଠାରୁ ୨୦ରୁ ୧୮ ଇଞ୍ଚ ଦୂରରେ କମ୍ପ୍ୟୁଟରକୁ ରଖନ୍ତୁ।
ଆଖିଠାରୁ ୪-୫ ଇଞ୍ଚ ତଳକୁ କମ୍ପ୍ୟୁଟର ରଖନ୍ତୁ।
କମ୍ପ୍ୟୁଟରର ବ୍ରାଇଟ୍ନେସ୍ କମ୍ ରଖନ୍ତୁ।
କମ୍ପ୍ୟୁଟରର ସ୍କ୍ରିନ୍ ଯେତେସମ୍ଭବ ବଡ଼ ହେଲେ ଭଲ।
କମ୍ପ୍ୟୁଟର ଆଗରେ ସଠିକ୍ ଶୈଳୀରେ ବସିରହି କାମ କରନ୍ତୁ।
ଆଖିକୁ ସୁସ୍ଥ ରଖିବା ପାଇଁ କମ୍ପ୍ୟୁଟର ଆଗରେ କାମ କରିବା ବେଳେ ୨୦-୨୦-୨୦ ନିୟମ ପାଳନ କରିବା ଜରୁରୀ। ପ୍ରତି ୨୦ ମିନିଟ୍ରେ ୨୦ ସେକେଣ୍ଡର ବ୍ରେକ୍ ନେଇ ୨୦ ଫୁଟ ଦୂରକୁ ଚାହିଁବା ଉଚିତ। ଏହାପରେ ପୁଣି କାମ ଆରମ୍ଭ କରିପାରିବେ।
ପ୍ରତି ଦୁଇ ଘଣ୍ଟାରେ ଥରେ ୧୫ ମିନିଟ୍ର ବ୍ରେକ୍ ନେବା ଉଚିତ।
ଯଦି କମ୍ପ୍ୟୁଟର ଭିଜନ୍ ସିଣ୍ଡ୍ରୋମର କୌଣସି ଲକ୍ଷଣ ଦେଖାଦିଏ, ତେବେ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଦରକାର।
ଆଖିର ପରୀକ୍ଷା କରିବା ଦରକାର ଏବଂ ଟିଅର୍ ଡ୍ରପ୍ ବ୍ୟବହାର କରିପାରିବେ। ଏହାଦ୍ୱାରା ଆଖିର ଶୁଷ୍କତା କମ୍ କରାଯାଇ ପାରିବ।
ଡାକ୍ତରଙ୍କ ପରାମର୍ଶ (Consulting a doctor in Odia)
- ବର୍ତ୍ତମାନ ସମୟରେ କମ୍ପ୍ୟୁଟର, ଲାପ୍ଟପ୍, ଟାବ୍ଲେଟ୍ ଓ ମୋବାଇଲ ବ୍ୟବହାର କରିବା ନିହାତି ଆବଶ୍ୟକ ହୋଇଗଲାଣି। ତେଣୁ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଅସମ୍ଭବ। ଏଭଳି କ୍ଷେତ୍ରରେ ୨୦ ମିନିଟ୍ରେ ଥରେ ବ୍ରେକ୍ ନିଅନ୍ତୁ।
- କମ୍ପ୍ୟୁଟରର ବଡ଼ ସ୍କ୍ରିନ୍ ବ୍ୟବହାର କରିବେ।
- ୨୦-୧୮ ଇଞ୍ଚ ଦୂରତାରେ କମ୍ପ୍ୟୁଟରକୁ ରଖିବେ।
- ଆଖିର ୫ ଇଞ୍ଚ ତଳକୁ କମ୍ପ୍ୟୁଟର ରଖିବେ।
- ସବୁବେଳେ ବସିବାର ଶୈଳୀ ଠିକ୍ ରଖିବେ।
- ଟିୟର ଡ୍ରପ୍ ବ୍ୟବହାର କରିବେ।
- ଆଣ୍ଟିଗ୍ଲେୟାର ଫିଲ୍ଟର କମ୍ପ୍ୟୁଟରରେ ବ୍ୟବହାର କରିବେ।
- କମ୍ପ୍ୟୁଟର ବ୍ୟବହାର କରିବା ବେଳେ କମ୍ପ୍ୟୁଟରର ବ୍ରାଇଟ୍ନେସ୍ କମାଇ ପାରିବେ।
- ପ୍ରତି ଛଅମାସରେ ଥରେ ଆଖିର ପରୀକ୍ଷା କରାଇ ନିଅନ୍ତୁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସ୍ୱାତୀ ସାମନ୍ତଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Computer Vision Syndrome, in Odia language, is based on an extensive interview with ophthalmologist. Dr Swati Samant.