ବିନା କୌଣସି ଔଷଧରେ କେବଳ ଘରୋଇ ଉପାୟରେ ନାକ ଜାମ୍‌ ସମସ୍ୟାରୁ ମୁକ୍ତି ପାଇବେ କିପରି?

stuffy nose_cold and cough

ଅତ୍ୟଧିକ ଥଣ୍ଡା ଯୋଗୁଁ ଅଧିକାଂଶ ଲୋକଙ୍କର ନାକ ଜାମ୍‌ ହୋଇଯାଏ। ନାକ ବନ୍ଦ ହୋଇଯିବା କାରଣରୁ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ହୋଇଥାଏ, ଶୋଇବା ବେଳେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ। ଫଳରେ ରାତିରେ ଅସ୍ତବ୍ୟସ୍ତ ହୋଇ ନିଦ ଭଲ ଭାବରେ ହୋଇନଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ଅନେକ ଲୋକ ଔଷଧ ଖାଇଥାନ୍ତି। କିନ୍ତୁ, ବିନା କୌଣସି ଔଷଧରେ କେବଳ ଘରୋଇ ଉପାୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

gargle_salt water

ଲୁଣ

ନାକ ବନ୍ଦ ସମସ୍ୟାକୁ ଦୂର କରିବା ପାଇଁ ଆପଣ ଲୁଣ ବ୍ୟବହାର କରିପାରିବେ। ପ୍ରଥମେ ଦୁଇ କପ୍ ଗରମ ପାଣିରେ ଅଧ ଚାମଚ ଲୁଣ ପକାଇ ମିଶାଇ ଦିଅନ୍ତୁ। ଏବେ ସେହି ପାଣିରୁ କିଛି ବୁନ୍ଦାକୁ ଡ୍ରପର ସାହାଯ୍ୟରେ ନାକରେ ପକାନ୍ତୁ। ଦିନକୁ ଦୁଇ ଥର ଏଭଳି କରନ୍ତୁ, ଦେଖିବେ ନାକ ବନ୍ଦ ହୋଇଥିଲେ କମ୍ ସମୟ ମଧ୍ୟରେ ଖୋଲିଯିବ। କାରଣ ଲୁଣ ବଲଗମକୁ ଢିଲା କରିବାରେ ସାହାଯ୍ୟ କରିଥାଏ। ଏହା ଦ୍ଵାରା ନାସିକା ମାର୍ଗ ପରିଷ୍କାର ହୋଇଯାଏ ଏବଂ ନିଃଶ୍ଵାସ ପ୍ରଶ୍ଵାସ ସହଜରେ ହୋଇପାରେ।

steam for cold

ଗରମ ପାଣିର ବାମ୍ଫ

ନାକ ବନ୍ଦ ସମସ୍ୟାକୁ ଦୂର କରିବା ପାଇଁ ପ୍ରଥମେ ଏକ ପାତ୍ରରେ କିଛି ପାଣି ଗରମ କରନ୍ତୁ। ଆପଣ ଚାହିଁଲେ ସେହି ପାଣିରେ କିଛି ବାସ୍ନା ତେଲ ମଧ୍ୟ ପକାଇ ପାରିବେ। ଏବେ ଏକ ମୋଟା କପଡ଼ା ସାହାଯ୍ୟରେ ଗରମ ପାଣି ଥିବା ପାତ୍ର ଓ ମୁହଁକୁ ଘୋଡ଼ାଇ ଦିଅନ୍ତୁ। ଏବେ ସେହି ଗରମ ପାଣିରୁ ବାହାରୁଥିବା ବାମ୍ଫକୁ ଗ୍ରହଣ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ନାକ ଖୋଲିଯିବା ସହ ଥଣ୍ଡା ମଧ୍ୟ ଦୂର ହୋଇଯିବ।

garlic

ରସୁଣ

ରସୁଣକୁ ଥଣ୍ଡାର ଅବ୍ୟର୍ଥ ଉପଚାର ଭାବେ ବିଚାର କରାଯାଏ। ୩-୪ କୋଲା ରସୁଣକୁ ପାଣିରେ ପକାଇ ଫୁଟାନ୍ତୁ। ସେଥିରେ ଅଧ ଚାମଚ ହଳଦୀ ଗୁଣ୍ଡ, ଟିକେ ମରିଚ ଗୁଣ୍ଡ ପକାଇ ପିଅନ୍ତୁ। ଏହା ମଧ୍ୟ ବନ୍ଦ ନାକ ସମସ୍ୟାକୁ ଦୂର କରିଥାଏ। ଗୋଟିଏ ପାତ୍ରରେ ଦୁଇ ଚାମଚ ଲେମ୍ବୁରସ ନେଇ ସେଥିରେ ଅଳ୍ପ ଗୋଲମରିଚ ଗୁଣ୍ଡ ମିଶାଇ ଦିଅନ୍ତୁ। ଏବେ ସେହି ମିଶ୍ରଣକୁ ନାକ ପାଖରେ ଲଗାନ୍ତୁ। କିଛି ସମୟ ପରେ ମୁହଁ ଧୋଇଦିଅନ୍ତୁ। ଏହା ମଧ୍ୟ ବନ୍ଦ ନାକ ଖୋଲିବାରେ ସାହାଯ୍ୟ କରିଥାଏ।

ginger

ଅଦା

ଅଦାରେ ଥିବା ଆଣ୍ଟିବାୟୋଟିକ୍ ଥଣ୍ଡା ସମସ୍ୟାରୁ ମୁକ୍ତି ଦେଇଥାଏ। ତେଣୁ ଦିନକୁ ଚାରିରୁ ପାଞ୍ଚ ଥର ଅଦାରେ ଲୁଣ ମିଶାଇ ଖାଆନ୍ତୁ। ଆପଣ ଚାହିଁଲେ ଚାରେ ଅଦା ପକାଇ ପିଇପାରିବେ। ଏହାଦ୍ଵାରା ନାକ ବନ୍ଦ ସମସ୍ୟା ଦୂର ହୋଇଥାଏ।