ଆସନ୍ତୁ ଜାଣିବା କୋଭିଡ୍ ବେଳେ ମଧୁମେହ ରୋଗୀଙ୍କ ଖାଦ୍ୟପେୟ କେମିତି ହେବା ଆବଶ୍ୟକ। ଏନେଇ ଜାଣନ୍ତୁ ଖାଦ୍ୟ ବିଶେଷଜ୍ଞ ନିହାରିକା ଦାଶଙ୍କ ପରାମର୍ଶ।
କୋଭିଡ୍ର ଦ୍ୱିତୀୟ ଲହର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସବୁ ବୟସର ଲୋକଙ୍କୁ ଏହା ସଂକ୍ରମିତ କରୁଥିବା ବେଳେ ଅନ୍ୟ ସବୁ ସମସ୍ୟା ଯେପରିକି ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍ରୋଗ, ଆସ୍ଥମା ରୋଗୀଙ୍କୁ କୋଭିଡ୍ ସଂକ୍ରମିତ ହେଲେ ତାଙ୍କଠାରେ ଭୟାବହତା ଅଧିକ। ତେଣୁ ଏହିସବୁ ରୋଗ ଥିବା ଲୋକ ନିଜ ଖାଦ୍ୟାଭାସ ଓ ଜୀବନଶୈଳୀ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ।
ଡାଏବେଟିସ୍ ରୋଗରେ ଶରୀରରେ ରକ୍ତ ଶର୍କରା ସ୍ତର ସବୁବେଳେ ହ୍ରାସ ବୃଦ୍ଧି ହେବା ଫଳରେ ରୋଗୀର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ଯୋଗୁଁ ସଂକ୍ରମଣଜନିତ ଜଟିଳତା ବଢ଼ିଯାଏ। କୋଭିଡ୍-୧୯ ସଂକ୍ରମଣରୁ ମଧୁମେହ ରୋଗୀ ନିଜକୁ ସୁରକ୍ଷିତ ରଖିବା ପାଇଁ ଖାଦ୍ୟପେୟ ଓ ନିଜ ଜୀବନଶୈଳୀରେ ପରିବର୍ତ୍ତନ କରିବା ଦରକାର।
ଡାଏବେଟିସ୍ ଏକ ଲାଇଫ୍ଷ୍ଟାଇଲ୍ ବା ଜୀବନଶୈଳୀ ଜନିତ ରୋଗ। ଜୀବନଶୈଳୀ ଠିକ୍ ରହିଲେ ଡାଏବେଟିସ୍ ନିୟନ୍ତ୍ରଣରେ ରହିପାରିବ।
ଅଧିକ ପଢ଼ନ୍ତୁ: କରୋନା ବେଳେ ମଧୁମେହ ରୋଗୀ କିଭଳି ରହିବେ ସତର୍କ?
କୋଭିଡ୍ ବେଳେ ଡାଏବେଟିସ୍ ରୋଗୀଙ୍କ ଖାଦ୍ୟପେୟ (Diet for diabetics during COVID in Odia)
ଡାଏବେଟିସ୍ ରୋଗୀ ଦିନକରେ ୬ଟି ମିଲ୍ ନିଅନ୍ତୁ। ପ୍ରତି ତିନି ମାସରେ ଥରେ ଶର୍କରା ସ୍ତର ପରୀକ୍ଷା କରନ୍ତୁ। ପ୍ରତି ତିନିମାସରେ ଥରେ Hb A1C ଟେଷ୍ଟ କରନ୍ତୁ।
କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଖାଦ୍ୟ ଯଥା – ସୁଜି, ମଇଦା, ବେସନ, ଚୂଡ଼ା ଭଳି ଖାଦ୍ୟ କମ୍ କରନ୍ତୁ।
ଅଧିକାଂଶ ଡାଏବେଟିସ୍ ରୋଗୀ ଭାତ, ରୁଟି ମିଶେଇକି ଖାଆନ୍ତି। କିନ୍ତୁ, ଭାତ ରୁଟି ମିଶେଇକି ଖାଇବେ ନାହିଁ।
ସକାଳୁ ଉଠିବା ପରେ ମେଥୀ ଗୁଣ୍ଡକୁ ପାଣିରେ ଗୋଳାଇ ପିଅନ୍ତୁ।
ଫାଇବରଯୁକ୍ତ ଖାଦ୍ୟ ଯେପରିକି, ଓଟ୍ସ, ଦଲିଆ, ମାଣ୍ଡିଆ, ଫଳମୂଳ, ସବୁଜ ପନିପରିବା, ଡାଲିଜାତୀୟ ଜିନିଷକୁ ଖାଦ୍ୟରେ ସାମିଲ କରନ୍ତୁ।
ତେଲମସଲାଯୁକ୍ତ ଖାଦ୍ୟ, ମିକ୍ସଚର, ପ୍ୟାକେଟ୍ ଖାଦ୍ୟ ଖାଆନ୍ତୁ ନାହିଁ।
ଅଧିକାଂଶ ଡାଏବେଟିସ୍ ରୋଗୀଙ୍କ ମନରେ ପ୍ରଶ୍ନ ଥାଏ ଯେ, ସେମାନେ ଆମ୍ବ ଖାଇପାରିବେ ନା ନାହିଁ। ଯଦି ଜଣେ ଡାଏବେଟିସ୍ ରୋଗୀଙ୍କର ଶର୍କରା ସ୍ତର ନିୟନ୍ତ୍ରଣରେ ଅଛି, ତେବେ ସପ୍ତାହରେ ଥରେ କିମ୍ବା ଦୁଇଥର ଗୋଟେ ଅବା ଦୁଇଟା ଆମ୍ବ ଖାଇଲେ କୌଣସି ଅସୁବିଧା ନାହିଁ।
ଏହାଛଡ଼ା ଜନ୍ତା ରୁଟି, ମାଣ୍ଡିଆ ରୁଟି, ଓଟ୍ସ ରୁଟି ଖାଇପାରିବେ।
ସକାଳ ବ୍ରେକ୍ଫାଷ୍ଟରେ ଗଜାବୁଟ, ଗଜାମୁଗ, ରୁଟି ସନ୍ତୁଳା ଖାଇପାରିବେ।
ଦ୍ଵିପହରେ ରୁଟିରେ ସନ୍ତୁଳା, ସବୁଜ ପନିପରିବାରେ ତିଆରି ତରକାରି ନେଇପାରିବେ।
ସନ୍ଧ୍ୟାରେ ଅଣ୍ଡା ସିଝା ଖାଇପାରିବେ।
ଇନ୍ସୁଲିନ୍ ରେଜିଷ୍ଟାନ୍ସକୁ ନିୟନ୍ତ୍ରଣରେ ରଖିବା ପାଇଁ ଡାଏବେଟିସ୍ ରୋଗୀମାନେ ଅଳ୍ପ ଅଳ୍ପ କରି ଅଧିକ ଥର ଖାଇବା ଆବଶ୍ୟକ।
ଅଧିକ ପଢ଼ନ୍ତୁ: କୋଭିଡ୍ ସମୟରେ ମଧୁମେହ ରୋଗୀ କ’ଣ ଖାଇବେ?
କ’ଣ ଖାଇବେ ନାହିଁ? (What not to eat in Odia)
ଡାଏବେଟିସ୍ ରୋଗୀ ମିଠା ଖାଦ୍ୟ, ସୋଡ଼ା, ମଇଦା, ଲୁଣର ପରିମାଣ କମ୍ କରିବେ।
ଧୂମପାନ ଓ ମଦ୍ୟପାନରୁ ନିବୃତ୍ତ ରହନ୍ତୁ।
ଯେହେତୁ ଡାଏବେଟିସ୍ ଏକ ଜୀବନଶୈଳୀ ଜନିତ ରୋଗ, ତେଣୁ ଖାଇବା ପିଇବା ସହ ଯୋଗ ପ୍ରାଣାୟାମ କିମ୍ବା ଅନ୍ୟାନ୍ୟ ବ୍ୟାୟାମ କରିପାରିବେ। ଏହାଛଡ଼ା ୭ରୁ ୮ ଘଣ୍ଟା ଶୋଇବା ଜରୁରୀ।
ଶରୀରକୁ ସଠିକ୍ ପରିମାଣର ପୋଷଣ, ଭିଟାମିନ୍, ମିନେରାଲ୍ସ ମିଳିପାରିଲେ, ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହେବା ସହ ଶରୀରର କାର୍ଯ୍ୟକ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ନିହାରିକା ଦାଶଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Diet for Diabetes Patient during COVID19, in Odia language, is based on an extensive interview with Dietician Niharika Dash.