ସୁନ୍ଦର ଓ କୋମଳ ତ୍ୱଚା ପ୍ରତ୍ୟେକ ମହିଳାଙ୍କର ଇଛା। ଏଥିପାଇଁ ମହିଳାମାନେ ନାନା ଉପାୟ ଆପଣେଇ ଥାଆନ୍ତି। ହେଲେ ଆଜିକାଲି ଅଧିକାଂଶ ମହିଳା ନିଜ ବୃତ୍ତିଗତ ଜୀବନରେ ଏତେ ବ୍ୟସ୍ତ ଯେ, ସେମାନେ ନିଜ ତ୍ୱଚାର ସଠିକ୍ ଯତ୍ନ ନେଇପାରୁ ନାହାନ୍ତି। ଆସନ୍ତୁ, ଜାଣିବା କର୍ମଜୀବୀ ମହିଳା ସେମାନଙ୍କର ତ୍ଵଚାର ଯତ୍ନ କିପରି ନେବେ?
ତ୍ୱଚାକୁ ସଫା ରଖନ୍ତୁ
ପ୍ରତ୍ୟେହ ସକାଳେ ଓ ଶୋଇବା ପୂର୍ବରୁ ମୁହଁକୁ ଭଲଭାବରେ ଧୁଅନ୍ତୁ। ବାହାରର ଧୂଳି ଏବଂ ପ୍ରଦୂଷଣ କାରଣରୁ ତ୍ୱଚାରେ ଧୂଳି ଜମା ହୋଇଯାଇଥାଏ, ତେଣୁ ଅଫିସ୍ରୁ ଫେରିବା ପରେ ତ୍ଵଚାକୁ ଭଲଭାବରେ ଫେସ୍ଓ୍ୱାସ୍ରେ ସଫା କରନ୍ତୁ। ଯଦି କୌଣସି ମେକଅପ୍ ବ୍ୟବହାର କରୁଛନ୍ତି, ତାହାକୁ ଶୋଇବା ପୂର୍ବରୁ ଭଲଭାବରେ ଛଡ଼ାନ୍ତୁ। କୌଣସି ନୂଆ ମେକଅପ୍ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ମେକ୍ଅପ୍କୁ କାନ ପଛ ପଟେ ଲଗାନ୍ତୁ ଓ ଅଧ ଘଣ୍ଟା କିମ୍ବା ଗୋଟେ ଦିନ ଛାଡ଼ିଦିଅନ୍ତୁ। ଯଦି କୌଣସି ଆଲର୍ଜି ହୁଏ, ତେବେ ଏହାକୁ ବ୍ୟବହାର କରନ୍ତୁ ନାହିଁ।
ଖରାରୁ ତ୍ଵଚାକୁ ରକ୍ଷା କରନ୍ତୁ
ଖରାରୁ ତ୍ଵଚାକୁ ରକ୍ଷା କରିବା ପାଇଁ ସନ୍ସ୍କ୍ରିନ୍ ବ୍ୟବହାର କରିନ୍ତୁ। ବାହାରକୁ ଯିବାର ୧୫ ମିନିଟ୍ ପୂର୍ବରୁ ସନ୍ସ୍କ୍ରିନ୍ ଲଗାନ୍ତୁ। ଯଦି ବାହାରେ ବେଶୀ ସମୟ ରହିବାକୁ ପଡ଼ୁଛି, ତାହାହେଲେ ୨ ଘଣ୍ଟାରେ ଥରେ ସନ୍ସ୍କ୍ରିନ୍କୁ ପୁନଃ ଲଗାନ୍ତୁ। ସନ୍ସ୍କ୍ରିନ୍ ସୂର୍ଯ୍ୟରୁ ଆସୁଥିବା ଅତିବାଇଗଣୀ ରଶ୍ମୀରୁ ତ୍ଵଚାକୁ ରକ୍ଷା କରିବ।
ପ୍ରଚୁର ପରିମାଣରେ ପାଣି ପିଅନ୍ତୁ
ସୁସ୍ଥ ତ୍ୱଚା ପାଇଁ ପାଣିର ଭୂମିକା ଗୁରୁତ୍ଵପୂର୍ଣ୍ଣ। ପାଣି ପିଇବା ଦ୍ୱାରା ତ୍ଵଚାର ପିଏଚ୍ ସ୍ତର ସନ୍ତୁଳିତ ହୋଇଥାଏ।
ମଏଶ୍ଚରାଇଜର ବ୍ୟବହାର କରନ୍ତୁ
ସୂର୍ଯ୍ୟଙ୍କ ପ୍ରଖର କିରଣରେ ଥିବା ହାନୀକାରକ ୟୁବି ରେଡିଏସନ ତ୍ୱଚାର ଅଧିକମାତ୍ରାରେ କ୍ଷତି ଘଟିଥାଏ। ଏଥିସହ ଏହାର ପୋଷଣ ମଧ୍ୟ ନଷ୍ଟ ହୋଇଥାଏ । ଯାହାଦ୍ୱାରା ପିଗମେଟେସନ ଓ ସନ ବର୍ନ ଭଳି ସମସ୍ୟା ଦେଖାଦେଇଥାଏ। ଏଥିପାଇଁ ପ୍ରତିଦିନ ତ୍ୱଚାର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ହେବାସହ ଏହାକୁ ସଫା ରଖିବା, ମଏଶ୍ଚରାଇଜିଂ କରିବା ସହ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ମଧ୍ୟ ଜରୁରୀ ଅଟେ । ସବୁଠାରୁ ବଡ କଥା ହେଲା ନିୟମିତ ଭାବରେ ସନସ୍କ୍ରିନ ଲୋସନ ବ୍ୟବହାର କରିବାକୁ ମଧ୍ୟ ପଡିଥାଏ।
ସ୍କ୍ରବିଂ କରନ୍ତୁ
ଏହି ଦିନମାନଙ୍କରେ ସ୍କ୍ରବ କରିବା ଉଚିତ।ଶୁଷ୍କ ତଥା ମୃତ କୋଷିକାକୁ ତ୍ୱଚାରୁ ହଟାଇବା ପାଇଁ ସ୍କ୍ରବ କରିବା ଜରୁରୀ ଅଟେ। ଏହାଦ୍ୱାରା ତ୍ୱଚାର ମୃତ କୋଷିକାଗୁଡିକ ବାହାରି ଯାଇଥାଏ। ଏବଂ ରକ୍ତ ସଂଚାର ଭଲଭାବରେ ହୋଇ ପାରିଥାଏ । ଏଥିପାଇଁ ତ୍ୱଚାକୁ ଧିରେ ଧିରେ ସ୍କ୍ରବ କରନ୍ତୁ ଓ ଏହା ଶୁଖି ଗଲା ପରେ ପାଣିଦ୍ୱାରା ଭଲଭାବରେ ଧୋଇ ଦେବା ସହ ମଶ୍ଚରାଇଜର ଲଗାଇ ଦିଅନ୍ତୁ।
ଚିନ୍ତାମୁକ୍ତ ରହନ୍ତୁ
ଅଧିକ ଚିନ୍ତା କରିବା ଦ୍ୱାରା ତ୍ଵଚାରେ ବୟସ ଛାପ, ଆଖି ତଳ କଳାଦାଗ ଇତ୍ୟାଦି ପଡ଼ିଥାଏ। ତେଣୁ ଚିନ୍ତାମୁକ୍ତ ରହନ୍ତୁ।