ଆଜିକାଲି ନିଦ ନ ହେବା ଲୋକମାନଙ୍କର ଏକ ପ୍ରମୁଖ ସମସ୍ୟା ପାଲଟିଛି। ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଏହା ଅଧିକ ଭାବେ ଦେଖାଦେଉଛି। ଠିକ୍ ଭାବେ ନିଦ ନ ହେବା ଯୋଗୁ ଅନେକ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି।
ଅବ୍ୟବସ୍ଥିତ ଜୀବନଶୈଳୀ ଯୋଗୁ ହରମୋନରେ ପରିବର୍ତ୍ତନ ହେବା ଏହାର ମୁଖ୍ୟ କାରଣ। ଏହି ସମସ୍ୟା ହେଲେ ରାତିରେ ବାରମ୍ବାର ପରିସ୍ରା ଲାଗେ, ଏସିଡିଟି ହୁଏ, ପେଟ ମଧ୍ୟ ଦରଜ ହୋଇଥାଏ। ଏହାଛଡ଼ା ଦିନସାରା କୌଣସି କାମ କରିବାକୁ ଆଗ୍ରହ ହୁଏନାହିଁ।
-ଏପରି ସ୍ଥଳେ ତୁରନ୍ତ ଜୀବନଶୈଳୀରେ ପରିବର୍ତ୍ତନ କରିବା ଆବଶ୍ୟକ। ନିୟମିତ ଭାବେ ବ୍ୟାୟାମ କଲେ ସୁଫଳ ମିଳିଥାଏ।
-ଏହାଛଡ଼ା ଯୋଗ ବା ପ୍ରାଣାୟମ କଲେ ମଧ୍ୟ ଶରୀରରେ ହରମୋନ୍ ସନ୍ତୁଳିତ ହୋଇ ରହେ।
-କିଛି କରି ନ ପାରିଲେ ସକାଳେ ୨୦ ମିନିଟ୍ ଚାଲନ୍ତୁ। ଅତ୍ୟଧିକ ଚା’ ବା କଫି ପିଅନ୍ତୁ ନାହିଁ।
-ଦିନରେ ଅଧିକ ଶୁଅନ୍ତୁ ନାହିଁ। ଶୋଇବା ପୂର୍ବରୁ ୫ ମିନିଟ୍ ଧରି ପ୍ରାଣାୟମ କରନ୍ତୁ। ପ୍ରାଣାୟମ ବଦଳରେ ପ୍ରାର୍ଥନା ବି କରିପାରିବେ।