ଅଧିକ ପଢ଼ନ୍ତୁ: ଦାନ୍ତ ମୂଳରୁ ରକ୍ତ ବାହାରୁଛି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ମୁହଁର ସୌନ୍ଦର୍ଯ୍ୟରେ ଦାନ୍ତର ଭୂମିକା ବେଶ୍‌ ଗୁରୁତ୍ଵପୂର୍ଣ୍ଣ। ହେଲେ ଦାନ୍ତ ହଳଦିଆ ପଡ଼ିଗଲେ ଲୋକଙ୍କ ଆତ୍ମବିଶ୍ୱାସ କମିଯାଏ, ଫଳରେ ସେମାନେ କାହା ସାମ୍ନାରେ ହସିପାରନ୍ତି ନାହିଁ। ତେବେ ଦାନ୍ତରୁ ହଳଦିଆପଣ ଦୂର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର।

ସୋରିଷ ତେଲରେ ହଳଦୀ

ଅଧା ଚାମଚ ସୋରିଷ ତେଲରେ ଅଧ ଚାମଚ ହଳଦୀ ମିଶାଇ ଦିଅନ୍ତୁ। ଏହାକୁ ହାତରେ ନେଇ ଦାନ୍ତ ବ୍ରସ୍‌ କରିବା ଭଳି ଘଷନ୍ତୁ। ଏହି ମିଶ୍ରଣକୁ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା ଦାନ୍ତରୁ ହଳଦିଆପଣ ଦୂର ହେବ।

ସୋରିଷ ତେଲ ଓ ଲୁଣ

ଅଧା ଚାମଚ ସୋରିଷ ତେଲରେ ଚିମୁଟାଏ ଲୁଣ ମିଶାନ୍ତୁ। ଏହାକୁ ଦାନ୍ତରେ ଘଷନ୍ତୁ। ଏହାଦ୍ୱାରା ଦାନ୍ତରେ ଚମକ ଆସିବ ଏବଂ ହଳଦିଆପଣ ଦୂର ହେବ।

ଅଧିକ ପଢ଼ନ୍ତୁ: ମଧୁମେହ ରୋଗୀ କିଭଳି ନେବେ ଦାନ୍ତର ଯତ୍ନ

ଲେମ୍ବୁ ଚୋପା, କମଳା ଚୋପା, କଦଳୀ ଚୋପା

କମଳା, ଲେମ୍ବୁ ଏବଂ କଦଳୀ ଚୋପାରେ ଦି-ଲିମୋନିନ୍‌ ଓ ସାଇଟ୍ରିକ୍‌ ଏସିଡ୍‌ ନାମକ ତତ୍ୱ ରହିଛି, ଯାହା ଦାନ୍ତରୁ ହଳଦିଆପଣ ଦୂର କରିବାରେ ସାହାଯ୍ୟ କରେ। ପ୍ରତିଦିନ ଏହିସବୁ ଚୋପାକୁ ୨ ମିନିଟ୍‌ ପାଇଁ ଦାନ୍ତରେ ଘଷନ୍ତୁ ଓ ଏହାପରେ କୁଳକୁଜା କରିଦିଅନ୍ତୁ। ପ୍ରତିଦିନ ଏହା କରିବା ଦ୍ୱାରା ଦାନ୍ତରୁ ହଳଦିଆପଣ ଦୂର ହୋଇଥାଏ।

କମଳା ଚୋପାରେ ଭିଟାମିନ ସି ଏବଂ କ୍ୟାଲସିୟମ ଥିବାରୁ ତାହା ଦାନ୍ତକୁ ବିଭିନ୍ନ ବ୍ୟାକ୍ଟେରିଆ ଦାଉରୁ ମଧ୍ୟ ରକ୍ଷା କରିଥାଏ।

ଆପେଲ ସାଇଡର ଭିନେଗାର

୨ ଚାମଚ ଆପେଲ ସାଇଡର ଭିନେଗାରରେ ୧୨ ଚାମଚ ପାଣି ମିଶାନ୍ତୁ। ଏହି ମିଶ୍ରଣରେ ୩୦ ସେକେଣ୍ଡ ପାଇଁ କୁଳକୁଜା କରନ୍ତୁ। ଏହାପରେ ସାଧା ପାଣିରେ କୁଳକୁଜା କରିଦିଅନ୍ତୁ। ଏହାକୁ ବେଶୀ ଦିନ ବ୍ୟବହାର କରନ୍ତୁ ନାହିଁ।

ନଡ଼ିଆ ତେଲ

ନଡ଼ିଆ ତେଲରେ ଲୋରିକ ଏସିଡ୍‌ ରହିଛି ଯାହା ଦାନ୍ତର ହଳଦିଆପଣ ଦୂର କରିବା ସହିତ ଦାନ୍ତକୁ ମଜଭୁତ କରିଥାଏ। ତେଣୁ ଏହି ତେଲର କିଛି ବୁନ୍ଦାକୁ ଦାନ୍ତରେ ଲଗାଇ ଆଙ୍ଗୁଠି ସାହାଯ୍ୟରେ ଘଷନ୍ତୁ। ପରେ ୫ରୁ ୬ ମିନିଟ ଛାଡ଼ି ପାଣିରେ ମୁହଁ ଧୋଇ ଦିଅନ୍ତୁ।