ହ୍ୱାଟ୍ସଆପ୍ରେ ମାଗଣାରେ ପାଆନ୍ତୁ ଓଡ଼ିଆ ଡିଜିଟାଲ ସ୍ୱାସ୍ଥ୍ୟ ମାଗାଜିନ୍। ଲିଙ୍କରେ କ୍ଲିକ୍ କରନ୍ତୁ:https://bit.ly/SubscribeToSwasthyaPlusOdia
କିଛି ଖାଦ୍ୟର ପାର୍ଶ୍ଵପ୍ରତିକ୍ରିୟା ହେଲେ ଫୁଡ୍ ପଏଜନିଂ ହୋଇଥାଏ। ଫୁଡ୍ ପଏଜନିଂ ହେବା ଫଳରେ ବାନ୍ତି, ପେଟ କାଟିବା ଭଳି ସମସ୍ୟା ଦେଖାଦେଇଥାଏ। ଏଭଳି କ୍ଷେତ୍ରରେ କେତେକ ଘରୋଇ ଉପାୟ ଆପଣେଇ ଏଥିରୁ ଉପଶମ ପାଇପାରିବେ।
ରସୁଣ: ରସୁଣରେ ଆଣ୍ଟିଭାଇରାଲ, ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟିଫଙ୍ଗାଲ ଗୁଣ ରହିଛି। ଫୁଡ ପଏଜନିଂ ହୋଇଥିଲେ ରସୁଣ ମହୌଷଧି ଭଳି କାମ କରିଥାଏ। ଗୋଟିଏ କୋଲା ରସୁଣ ନେଇ ତାକୁ ଗ୍ଲାସ୍ ଗରମ ପାଣି ସହ ପିଅନ୍ତୁ।
ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ କେଉଁଭଳି ଖାଦ୍ୟ ଖାଇବେ?
ଲେମ୍ବୁ: ଲେମ୍ବୁରେ ଥିବା ଅମ୍ଳୀୟ ଗୁଣ ଯୋଗୁଁ ଏହା ପେଟରେ ଥିବା ବ୍ୟାକ୍ଟେରିଆଗୁଡ଼ିକୁ ନଷ୍ଟ କରିଦେଇଥାଏ। ତେଣୁ ଫୁଡ୍ ପଏଜନିଂ ହୋଇଥିଲେ ଏକ ଚାମଚ ଲେମ୍ବୁ ରସରେ ଅଳ୍ପ ଚିନି ପକାଇ ୨-୩ ଥର ପିଅନ୍ତୁ। ନ ହେଲେ ଗୋଟିଏ ଗ୍ଲାସ ଉଷୁମ ପାଣିରେ ଗୋଟିଏ ଲେମ୍ବୁ ଚିପୁଡ଼ି ତାକୁ ଅଳ୍ପ ଅଳ୍ପ କରି ପିଇପାରିବେ।
ତୁଳସୀ ପତ୍ର: ତୁଳସୀ ପତ୍ରରେ ଥିବା ଆଣ୍ଟିମାଇକ୍ରୋବିଆଲ ଗୁଣ ଯୋଗୁଁ ଏହା ପେଟରେ ଥିବା ବ୍ୟାକ୍ଟେରିଆଗୁଡ଼ିକୁ ନଷ୍ଟ କରି ଦେଇଥାଏ। ଫୁଡ ପଏଜନିଂ ହୋଇଥିଲେ ୨-୩ କପ୍ ପାଣିରେ ମୁଠାଏ ତୁଳସୀପତ୍ର ପକାଇ ତାକୁ ଫୁଟାନ୍ତୁ। ଥଣ୍ଡା ହେବା ପରେ ସେଥିରେ କିଛି ମହୁ ମିଶାଇ ଚାମଚେ ଲେଖାଏଁ ଦିନରେ ୪-୫ ଥର ପିଅନ୍ତୁ। ତୁରନ୍ତ ଆରାମ ମିଳିବ।
ଅଧିକ ପଢ଼ନ୍ତୁ: ଶୀତଦିନେ ଡାଏଟ୍ରେ ସାମିଲ କରନ୍ତୁ ଏହି ଫଳ
ଜିରା: ଫୁଡ୍ ପଏଜନିଂ ପାଇଁ ଜିରା ମଧ୍ୟ ଏକ ଭଲ ଔଷଧ। ଏହାକୁ ଆପଣ ପାଣିରେ ପକାଇ ଫୁଟାଇ ପିଇପାରିବେ। ନହେଲେ ଉଷୁମ ପାଣି ନେଇ ତା’ସହିତ ଜିରାକୁ ଖାଇପାରିବେ। ଦିନରେ ୨-୩ ଥର ଏପରି କଲେ ପେଟ ସଫା ହୋଇଯାଇଥାଏ।
ପାଚିଲା କଦଳୀ: ଫୁଡ ପଏଜନିଂ ହେଲେ ଅଧିକାଂଶ ସ୍ଥଳରେ ରୋଗୀମାନେ ଡାଇରିଆ, ବାନ୍ତି ଭଳି ସମସ୍ୟା ଭୋଗିଥା’ନ୍ତି। ଏହାଯୋଗୁଁ ଶରୀରରେ ପୋଟାସିୟମର ମାତ୍ରା କମିଯାଇଥାଏ। ଏଭଳି କ୍ଷେତ୍ରରେ ପାଚିଲା କଦଳୀ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ପାଚିଲା କଦଳୀକୁ ଆପଣ ଅଳ୍ପ ପାଣି ଓ ଡାଲଚିନି ନେଇ ସେକ ମଧ୍ୟ ପ୍ରସ୍ତୁତ କରିପାରିବେ।
ଏସବୁ ଘରୋଇ ଉପଚାର ଆପଣେଇବା ପରେ ଯଦି ସୁଫଳ ନ ମିଳେ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ।