ଦାନ୍ତ ମାଢ଼ିରୁ ରକ୍ତ ବାହାରିବା ହେଉଛି ପାଇରିଆର ଲକ୍ଷଣ। ଦାନ୍ତ ମୂଳରୁ ରକ୍ତ ବାହାରିବା ଯୋଗୁଁ ପାଟି ଦୁର୍ଗନ୍ଧ ହେବା ସହ ମାଢ଼ି ଫୁଲିଯାଏ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଟିପ୍ସ।
ଅଧିକ ପଢ଼ନ୍ତୁ: ଶୋଇବା ପୂର୍ବରୁ ଦାନ୍ତ ଘଷିବା କାହିଁକି ଜରୁରୀ?
- ପ୍ରତିଦିନ ଗରମ ପାଣିରେ ଅଧ ଚାମଚ ଲୁଣ ମିଶାଇ କୁଳି କରନ୍ତୁ। ଏହା ପ୍ରତିଦିନ କରିବା ଦ୍ୱାରା ମାଢ଼ି ଫୁଲିବ ନାହିଁ, ଦାନ୍ତ ମୂଳରେ ମଇଳା ଜମିବ ନାହିଁ।
- ଦାନ୍ତକୁ ସବୁବେଳେ ବୃତ୍ତାକାର ଗତିରେ ବ୍ରସ୍ କରନ୍ତୁ।
- ସବୁବେଳେ ଦାନ୍ତର ବାହାର ପଟ, ଭିତର ପଟ ଓ ଉପର ପଟକୁ ବ୍ରସ୍ ସାହାଯ୍ୟରେ ସଫା କରିବେ।
- ଫ୍ଲୋରାଇଡ୍ଯୁକ୍ତ ପେଷ୍ଟ ବ୍ୟବହାର କରନ୍ତୁ। ଆପଣ ଯେଉଁ ପେଷ୍ଟରେ ଦାନ୍ତ ଘଷୁଛନ୍ତି, ସେହି ପେଷ୍ଟରେ ଛୋଟ ପିଲାଙ୍କର ଦାନ୍ତ ଘଷନ୍ତୁ ନାହିଁ।
- ଦାନ୍ତକୁ ସବୁବେଳେ ୨ରୁ ୩ ମିନିଟ୍ ଯାଏଁ ଘଷନ୍ତୁ।
- ସବୁବେଳେ ଏକ ଦର୍ପଣ ସାମ୍ନାରେ ବ୍ରସ୍ କରନ୍ତୁ। ଫଳରେ ଆପଣ ଜାଣିପାରିବେ ଯେ, ଆପଣଙ୍କ ଦାନ୍ତରୁ ରକ୍ତ ବାହାରୁଛି କି ନାହିଁ। ବ୍ରସ୍ କରି ଛେପ ପକାଇବା ବେଳେ ଦେଖନ୍ତୁ ରକ୍ତ ବାହାରୁଛି କି ନାହିଁ।
- ଦାନ୍ତକୁ ଅଧିକ ଜୋରରେ କିମ୍ବା ଅଧିକ ସମୟ ବ୍ରସ୍ କରିବା ଦ୍ୱାରା ଦାନ୍ତରୁ ମଧ୍ୟ ରକ୍ତ ବାହାରିଥାଏ।
- ମିଠା ଜାତୀୟ ଖାଦ୍ୟ ଓ ବାହାର ଖାଦ୍ୟ ଖାଇବକୁ କମ୍ କରନ୍ତୁ। କେବେ ମିଠା ଜାତୀୟ ଖାଦ୍ୟ, ଶିରାଯୁକ୍ତ ଖାଦ୍ୟ, ଅମୁଲ, ଚକୋଲେଟ୍ ଖାଇବାପରେ ଦାନ୍ତକୁ ବ୍ରସ୍ କରନ୍ତୁ। କାରଣ କେବଳ କୁଳୁକୁଜା କରିବା ଦ୍ୱାରା ଏହା ସଫା ହୋଇନଥାଏ।
- ଦାନ୍ତର କୌଣସି ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ। ବିନା ଡାକ୍ତରଙ୍କ ପରାମର୍ଶରେ କୌଣସି ମେଡିସିନ୍ ଖାଆନ୍ତୁ ନାହିଁ।
- ମନଇଛା ମାଉଥ୍ ଓ୍ୱାସ୍ ବ୍ୟବହାର କରନ୍ତୁ ନାହିଁ। ମାଉଥ୍ଓ୍ୱାସ୍ର ସଠିକ୍ ମାତ୍ରା ଓ ପଦ୍ଧତି ଜାଣି ପ୍ରତିଦିନ ରାତିରେ ପାଟି ସଫା କରିପାରିବେ।
- ମାଉଥ୍ ଓ୍ୱାସ୍ ବ୍ୟବହାର କରିବାର ଅଧଘଣ୍ଟା ଯାଏଁ ପାଟିରେ ସାଧା ପାଣି ଦେବେ ନାହିଁ, କିଛି ଖାଦ୍ୟ ଖାଇବେ ନାହିଁ। ତେଣୁ ସବୁବେଳେ ଶୋଇବା ପୂର୍ବରୁ ମାଉଥ୍ ଓ୍ୱାସର ବ୍ୟବହାର କରନ୍ତୁ।
- ସବୁବେଳେ ମାଉଥ୍ଓ୍ୱାସ୍କୁ ଗୋଟେ ମିନିଟ୍ ଯାଏଁ କୁଳି କରନ୍ତୁ।
- ପାଇରିଆକୁ ସାଧାରଣ ସମସ୍ୟା ଭାବି ଅଣଦେଖା କରନ୍ତୁ ନାହିଁ।