corona_quarantine

ଘରେ କେହି କୋଭିଡ୍ ୧୯ ସୁନିଶ୍ଚିତ ହୋଇଥିବା କିମ୍ବା ସଂକ୍ରମିତ ହୋଇଥିବା ରୋଗୀ ଥା’ନ୍ତି ତେବେ ତାଙ୍କର ଲୁଗାପଟା, ବିଛଣା ଚାଦର କିପରି ଧୋଇବା ଏବଂ ଶୁଖାଇବା ଉଚିତ୍?

ଘରେ କରୋନା ସଂକ୍ରମିତ ବ୍ୟକ୍ତି ଥିଲେ, ତାଙ୍କର ଯତ୍ନ ନେବା ସଙ୍ଗେ ସଙ୍ଗେ ନିଜର ଯତ୍ନ ନେବା ନିହାତି ଜରୁରୀ।

ଘରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ପ୍ରଚୁର ପରିମାଣରେ ପାଣି ଓ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଅନ୍ତୁ। ଏହାସହ ଯଥେଷ୍ଟ ପରିମାଣର ବିଶ୍ରାମ ନିଅନ୍ତୁ।

ଯଦି ଘରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଛନ୍ତି, ତେବେ ସାବୁନରେ ହାତ ଧୁଅନ୍ତୁ।

ସଂକ୍ରମିତଙ୍କ ପାଇଁ ଅଲଗା ବାସନ, ଟାଓ୍ୱେଲ ବ୍ୟବହାର କରନ୍ତୁ।

ସଂକ୍ରମିତ ଛୁଉଁଥିବା ସ୍ଥାନକୁ ପ୍ରତିଦିନ ସାନିଟାଇଜରରେ ସଫା କରନ୍ତୁ।

ରୋଗୀଙ୍କର ଲୁଗାପଟା, ତଉଲିଆ ଏବଂ ବିଛଣା ଚାଦର ଅଲଗା ଧୁଅନ୍ତୁ।

ଯଦି ସମ୍ଭବ ସେଗୁଡ଼ିକ ସଫା କରିବା ପୂର୍ବରୁ ହେଭି ଡ୍ୟୁଟି ଗ୍ଲୋଭସ୍ ପିନ୍ଧନ୍ତୁ।

କେବେ ବି ମଇଳା ଲୁଗାପଟା ଆପଣଙ୍କ ଦେହରେ ଲଗାଇ ନିଅନ୍ତୁ ନାହିଁ।

ମଇଳା ଲୁଗାପଟାକୁ ପାଣି ଝରୁନଥିବା ବାଲ୍‌ଟି କିମ୍ବା ଡ୍ରମରେ ସ୍ପଷ୍ଟ ଭାବରେ ଚିହ୍ନିତ କରି ରଖନ୍ତୁ। ଏହି ଡ୍ରମ୍ ବା ବାଲ୍‌ଟିକୁ ଢାଙ୍କୁଣି ବନ୍ଦ କରି ରଖନ୍ତୁ।

କଠିନ ବର୍ଜ୍ୟ ପଦାର୍ଥ (ଯେପରିକି ମଳ କିମ୍ବା ବାନ୍ତି) ଏକ ଟାଣ ଚଟ୍‌କା ବସ୍ତୁରେ ରାମ୍ପି ବାହାର କରି ଦିଅନ୍ତୁ ଏବଂ ରୋଗୀଙ୍କ ପାଇଖାନାରେ ପକାଇ ଦିଅନ୍ତୁ। ଯଦି ଏହା ରୋଗୀଙ୍କ କୋଠରୀ ହୋଇନଥାଏ ତେବେ ବନ୍ଦ ହୋଇଥିବା ବାଲ୍‌ଟିରେ ପକାନ୍ତୁ।

ନଚେତ୍ ବଡ଼ ଡ୍ରମ୍ ବା ବାଲ୍‌ଟିରେ ଗରମ ପାଣି ଓ ସର୍ଫ ପକାଇ ଭିଜାଇ ଦିଅନ୍ତୁ। ବାହାରେ କାଚନ୍ତୁ ନାହିଁ, ପାଣି ଏଣେତେଣେ ଛିଟାକାଇବା ଏଡ଼ାନ୍ତୁ।

ଯଦି ଗରମ ପାଣି ଉପଲବ୍ଧ ନାହିଁ ତେବେ ୦.୦୫ କ୍ଲୋରିନ୍‌ରେ ୩୦ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ। ସଫା ପାଣିରେ ଧୋଇ ଦିଅନ୍ତୁ ଏବଂ କପଡ଼ାକୁ ଖରାରେ ଶୁଖାଇ ଦିଅନ୍ତୁ।

ଏହି ଲୁଗାପଟା ସଫା କରିବା ପରେ ନିଜ ପୋଷାକ ବଦଳାଇବା ସହ ନିଜେ ସମ୍ପୂର୍ଣ୍ଣ ଗାଧୋଇ ପଡ଼ିବା ଏବଂ ହାତ ଭଲଭାବରେ ଧୋଇବା ଆବଶ୍ୟକ।