ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଦେଲେ ଥକ୍କା ଅନୁଭୂତ ହୋଇଥାଏ, କୌଣସି କାମ କରିବାକୁ ଆଦୌ ମନ ଲାଗି ନଥାଏ ଓ ଅଳ୍ପ କାର୍ଯ୍ୟ କରି ମଧ୍ୟ ଥକ୍କା ଲାଗିଥାଏ। ୮ ଘଣ୍ଟା ଶୋଇବା ପରେ ବି ଅଳସୁଆ ଲାଗିଥାଏ।
୧- ପ୍ରତିଦିନ ସକାଳୁ ଗୋଟିଏ କିମ୍ବା ୨ଟି କଦଳୀ ଖାଆନ୍ତୁ। ଏଥିରେ ପୋଟାସିୟମ୍ ଭରପୂର ମାତ୍ରାରେ ଥାଏ, ଯାହା ଶରୀରରେ ସୁଗାରକୁ ଶକ୍ତିରେ ପରିବର୍ତ୍ତନ କରିବାରେ ସାହାଯ୍ୟ କରିଥାଏ। ତେଣୁ ପ୍ରତିଦିନ କଦଳୀ ଖାଇବା ଦ୍ୱାରା ଅଳସୁଆମୀ ଦୂର ହୋଇଥାଏ।
୨- ସକାଳ ଜଳଖିଆରେ କ୍ଷିର ୧ ଗ୍ଲାସ ପିଇବା ସହିତ ଗ୍ରୀନ୍ ଟି ପିଇବା ଅଭ୍ୟାସ କରନ୍ତୁ, ଯାହା କି ମନ ଓ ସ୍ୱାସ୍ଥ୍ୟକୁ ଶକ୍ତି ଯୋଗାଇବା ସହ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ।
୩- ଦ୍ୱିପହର ଭୋଜନରେ ଦହି ଖାଇବାର ଅଭ୍ୟାସ କରନ୍ତୁ। ଏଥିରେ ଥିବା ପ୍ରୋଟିନ ଓ କାର୍ବୋହାଇଡ୍ରେଟ୍ ଆମ ପାଚନ ଶକ୍ତିକୁ ବୃଦ୍ଧି କରିଥାଏ।
୪- ବେଳେ ବେଳେ ଚକୋଲେଟ ଖାଇବା ଦ୍ୱାରା ମଧ୍ୟ ଆଳସ୍ୟ ଦୁର ହୋଇଥାଏ।
୫- ବଜାରରେ ଦଲିଆ ବେଶ୍ ସହଜରେ ମିଳିପାରୁଛି। ନିୟମିତ ଭାବେ ଦଲିଆ ଖାଇବା ଦ୍ୱାରା ଏଥିରେ ଥିବା କାର୍ବୋହାଇଡ୍ରେଟ୍ସ ଶରୀରକୁ ଶକ୍ତି ଯୋଗାଇ ଥାଏ।