ପେଟ ଭଲ ଭାବରେ ସଫା ନ ହେବାକୁ କୋଷ୍ଠକାଠିନ୍ୟ କୁହାଯାଏ। କୋଷ୍ଠକାଠିନ୍ୟ ନାନାଦି ରୋଗର କାରଣ। ତେଣୁ, ଏଥିରୁ ମୁକ୍ତି ପାଇବା ପାଇଁ କେତେକ ଜରୁରୀ ଟିପ୍ସ ବିଷୟରେ ଜାଣିରଖନ୍ତୁ।
ଖାଦ୍ୟ ଖାଇବାର ଗୋଟେ ଘଣ୍ଟା ପରେ ଗୋଟେ ଗ୍ଲାସ୍ କିମ୍ବା ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅ।
ସକାଳ ଜଳଖିଆରେ ଅଙ୍କୁରିତ ଶସ୍ୟ ଜାତୀୟ ଖାଦ୍ୟ ଯେପରିକି ଚଣାଗଜା, ଗଜାବୁଟ, ଗଜାମୁକ, ସୋୟାବିନ ଆଦି ଖାଆନ୍ତୁ।
ଫଳରସ ବା ଫଳ ଜୁସ୍ ବଦଳରେ ଖାଦ୍ୟ ପରେ ଯେକୌଣସି ଫଳ ସେବନ କରନ୍ତୁ।
ନିୟମିତ ଠିକ୍ ସମୟରେ ଖାଦ୍ୟ ଖାଆନ୍ତୁ।
ଖାଇବାର ଗୋଟେ ଘଣ୍ଟା ପୂର୍ବରୁ ଏକ ଗ୍ଲାସ୍ ପାଣି ଗୋଟେ ଘଣ୍ଟା ପରେ ଗୋଟେ ଗ୍ଲାସ୍ ପାଣି ପିଅନ୍ତୁ।
ଧୂମପାନ, ମଦ୍ୟପାନରୁ ଦୂରେଇ ରହନ୍ତୁ।
ତେଲ ମସଲା ଖାଦ୍ୟ, ଫାଷ୍ଟଫୁଡ୍ ଓ ଜଙ୍କଫୁଡ୍ରୁ ନିବୃତ୍ତ ରହନ୍ତୁ।
ଖାଦ୍ୟକୁ ଠିକ୍ ଭାବରେ ଚୋବାଇ ଚୋବାଇ ଖାଆନ୍ତୁ।
ସପ୍ତାହରେ ଗୋଟିଏ ଓଳି ଉପବାସରେ ରହନ୍ତୁ।
ଶୋଇବାର ଦୁଇଘଣ୍ଟା ପୂର୍ବରୁ ରାତି ଭୋଜନ କରନ୍ତୁ।
ଶାରୀରିକ ଶ୍ରମ, କଠିନ ପରିଶ୍ରମ, ବ୍ୟାୟାମ କରନ୍ତୁ।
ଚୋକଡ ମିଶା ଅଟା ବ୍ୟବହାର କରନ୍ତୁ।
ଖାଇବା ଥାଳିରେ ସାଲାଡ ସାମିଲ କରନ୍ତୁ।
କୁକଡ଼ି, ଗାଜର, ଟମାଟୋ, ପିଆଜ, ମୂଳା ଭଳି କଞ୍ଚା ପରିବା ଖାଇବାରେ ସାମିଲ କରନ୍ତୁ।
ତମ୍ବା ପାତ୍ରରେ ସନ୍ଧ୍ୟାବେଳେ ରହିଥିବା ପାଣିକୁ ସକାଳୁ ଉଠିବା ପରେ ଅଧୁଆ ମୁହଁରେ ପିଅନ୍ତୁ।
ଚା ଏବଂ କଫିରୁ ନିବୃତ ରହନ୍ତୁ।
ଠିକ୍ ସମୟରେ ଶୁଅନ୍ତୁ ଏବଂ ଠିକ୍ ସମୟରେ ଉଠନ୍ତୁ।