ମଣିଷର ବୟସ ବଢ଼ିଲେ ଧୀରେଧୀରେ ଶରୀରରୁ ଶକ୍ତି କମିଯାଏ ଓ ବିଭିନ୍ନ ରୋଗ ମାଡ଼ିବସେ। ତେଣୁ, ବୟସ ବଢ଼ିଲେ ସୁସ୍ଥ ରହିବା ପାଇଁ କେତୋଟି ଦିଗ ଉପରେ ଧ୍ୟାନ ଦେବା ଜରୁରୀ।
ବୟସ ବଢ଼ିବା ସଙ୍ଗେସଙ୍ଗେ ମଣିଷ ଶାରୀରିକ ଏବଂ ମାନସିକ ଭାବେ ଦୁର୍ବଳ ହୋଇପଡ଼େ। ଠିକ ଭାବରେ ଯତ୍ନ ଅଭାବରୁ କିମ୍ବା ପୋଷଣ ନ ପାଇପାରିବା ହେତୁ ମଣିଷ ରୋଗାଗ୍ରସ୍ତ ହୋଇଯାଏ। ସୁସ୍ଥ ଏବଂ ନିରୋଗ ରହିବା ପାଇଁ କେତେଗୁଡିଏ ଜିନିଷକୁ ମାନି ଚଳିବା ଆବଶ୍ୟକ।
ସକାଳ ଖାଇବା ଖାଆନ୍ତୁ:
ସକାଳ ସମୟରେ ଜଳଖିଆ ଖାଇବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବ୍ରେକଫାଷ୍ଟରେ ଖାଉଥିବା ଖାଦ୍ୟ ଶରୀରର ମେଟାବୋଲିଜିମ ପ୍ରକ୍ରିୟାକୁ ତ୍ୱରିତ କରେ ଏବଂ ଅନାବଶ୍ୟକ କ୍ୟାଲୋରୀ ନଷ୍ଟ କରିବାରେ ସାହାଯ୍ୟ କରେ। ଯାହା ଫଳରେ ଶରୀରର ଓଜନ ହ୍ରାସ ହୋଇଯାଏ। ଏହା ମଧ୍ୟ ଆପଣଙ୍କୁ ଦିନସାରା ଶକ୍ତିଶାଳି ରଖେ।
କ୍ଷୀର ପିଅନ୍ତୁ:
ଶୋଇବା ପୂର୍ବରୁ ଏକ କପ୍ ଗରମ କ୍ଷୀର ପିଇବା ଉଚିତ। କ୍ଷୀରରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍ ଥାଏ। ଏହା ଆପଣଙ୍କ ହାଡ଼କୁ ଶକ୍ତ ରଖିବା ସହ ଅନ୍ୟାନ୍ୟ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବ। ଆପଣ ଏହି କ୍ଷୀରରେ କାଜୁ ଗୁଣ୍ଡ, କଦଳୀ ଓ କେଶର ମିଶାଇପାରିବେ। ରାତିରେ ଶୋଇବା ପୂବରୁ ଉଷୁମ କ୍ଷୀର ପିଇଲେ ନିଦ ଭଲ ହୋଇଥାଏ।
ଅଧିକ ସମୟ ବସନ୍ତୁ ନାହିଁ:
ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସନ୍ତୁ ନାହିଁ। ପ୍ରତି ୩୦ ମିନିଟ୍ରେ ଥରେ ଥରେ ଠିଆ ହୋଇ ଏପଟ ସେପଟ ହୁଅନ୍ତୁ। ମଝିରେ ମଝିରେ ଷ୍ଟ୍ରେଚ୍ ହୁଅନ୍ତୁ। ଟେଲିଭିଜନ୍ ଦେଖିବାବେଳେ ଆପଣ ଅଧ ଘଣ୍ଟାରୁ ଅଧିକ ସମୟ ବସିବା ଉଚିତ୍ ନୁହେଁ।
ମଧ୍ୟାହ୍ନ ଭୋଜନ କିଛି ସମୟ ଶୁଅନ୍ତୁ:
ଅପରାହ୍ଣ ବେଳେ କିଛ ସମୟ ଶୋଇବା ଅତ୍ୟନ୍ତ ଜରୁରୀ। ଅପରାହ୍ଣରେ ୩୦ ମିନିଟ୍ ଶୋଇବା ଆପଣଙ୍କ ସମଗ୍ର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ। ଶାରୀରିକ ଏବଂ ମାନସିକ ଅଭିବୃଦ୍ଧି ପାଇଁ ଶୋଇବା ଲାଭଦାୟକ।
ଖାଦ୍ୟପେୟର ପରିବର୍ତ୍ତନ:
ଆପଣ ଖାଉଥିବା ଖାଦ୍ୟରେ ସୋରିଷ ତେଲ, ନଡ଼ିଆ ତେଲ କିମ୍ବା ବାଦାମ ତେଲ ପରି ସୁସ୍ଥ ରନ୍ଧନ ତେଲ ରହିବା ଉଚିତ। ଖାଦ୍ୟରେ ବାଦାମ ଏବଂ କାଜୁ ଖାଇବା ଆବଶ୍ୟକ। ଏହା ବ୍ୟତୀତ ଆପଣ ପ୍ରତିଦିନ ଗୋଟିଏ କଦଳୀ ମଧ୍ୟ ଖାଆନ୍ତୁ। କଦଳୀରେ ପୋଟାସିୟମ୍ ଏବଂ ଭିଟାମିନ୍ ବି ପରି ସମସ୍ତ ଜରୁରୀ ଖଣିଜ ପଦାର୍ଥ ଅଛି ଯାହା ଆପଣଙ୍କୁ ହାତ ଏବଂ ପାଦରେ ଫୁଲା କମେଇବାରେ ସାହାଯ୍ୟ କରିବ। ସଠିକ ଖାଦ୍ୟ ଆପଣଙ୍କ ଶରୀର ସୁସ୍ଥ ରଖିବାରେ ସାହାଯ୍ୟ କରେ।
ନିୟମିତ ଶାରୀରିକ ବ୍ୟାୟାମ କରନ୍ତୁ:
ବୟସ ହେଲେ ମାନସିକ ଏବଂ ଶାରୀରିକ ସ୍ତରରେ ସକ୍ରିୟ ରହିବା ଜରୁରୀ।ଆପଣ ସକାଳୁ ବୁଲିବା କିମ୍ବା ଜଗିଂ ପାଇଁ ଯାଇପାରିବେ, କିଛି ଯୋଗ କିମ୍ବା ଧ୍ୟାନ କରିପାରିବେ। ସପ୍ତାହକୁ ଥରେ ଓଜନ ପ୍ରଶିକ୍ଷଣ ନେଇପାରନ୍ତି। କିନ୍ତୁ ନିୟମିତ ଶାରୀରିକ ବ୍ୟାୟାମ ସୁସ୍ଥ ରହିବାର ମାର୍ଗ ଦର୍ଶାଇଥାଏ।