ଗର୍ଭଧାରଣ ବାବଦରେ ଜାଣିବା ପରେ ମହିଳାମାନଙ୍କର ବିଶେଷ ଯତ୍ନ ନେବା ଉଚିତ।

risk factor at pregnancy

ଅଧିକ ପଢ଼ନ୍ତୁ: ଗର୍ଭବତୀ ମହିଳାଙ୍କ ପାଇଁ ବେଷ୍ଟ ଫୁଡ, ଶିଶୁ ବୁଦ୍ଧିମାନ ସହ ରହିବ ରୋଗ ମୁକ୍ତ

ମହିଳା ଜଣଙ୍କ ଗର୍ଭବତୀ ହୋଇଛନ୍ତି ଜାଣିବା ପରେ ବିଶେଷ ଧ୍ୟାନ ନେବାକୁ ପଡ଼ିଥାଏ। ଜଣେ ସୁସ୍ଥ ମା’ଠାରୁ ସୁସ୍ଥ ଶିଶୁ ଜନ୍ମ ନେଇଥାଏ। ତେଣୁ ଗର୍ଭାବସ୍ଥା ପରେ କିପରି ଚିକିତ୍ସା କରାଇବା ଆବଶ୍ୟକ ଜାଣନ୍ତୁ।

ମହିଳା ଜଣଙ୍କ ଗର୍ଭବତୀ ହୋଇଛନ୍ତି ବୋଲି ଜାଣିବା ପରେ ଆଣ୍ଟିଏଣ୍ଟାଲ ଚେକଅପ କରିବା ଉଚିତ।

ଗର୍ଭଧାରଣ ବାବଦରେ ଜାଣି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ମାସକୁ ଥରେ ଡାକ୍ତରଙ୍କ ସହ ପରାମର୍ଶ କରାଇବା ଆବଶ୍ୟକ।

ପ୍ରଥମ ୭ ମାସ ପ୍ରତି ମାସରେ ଡାକ୍ତରୀ ଚିକିତ୍ସା ଜରୁରୀ।

୭-୯ ମାସ ପ୍ରତି ୧୫ ଦିନରେ ଥରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

୯ ମାସରୁ ପ୍ରସବ ପର୍ଯ୍ୟନ୍ତ ପ୍ରତି ସପ୍ତାହକୁ ସପ୍ତାହ ଡାକ୍ତରଙ୍କ ନିକଟକୁ ଯାଆନ୍ତୁ।

ଗର୍ଭାବସ୍ଥାର ପ୍ରଥମ ୩ ମାସ ଅଧିକ ବାନ୍ତି ହେଉଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଆନ୍ତୁ।

ଶିଶୁର ବିକାଶ ପାଇଁ ଫଲିକ ଏସିଡ ଖାଆନ୍ତୁ।

ଉଭୟ ମା’ ଏବଂ ଶିଶୁ ସୁସ୍ଥ ରହିବା ପାଇଁ ପ୍ରତି ଦିନ ଗୋଟିଏ ଲେଖାଏଁ ଫଲିକ ଏସିଡ ବଟିକା ଖାଆନ୍ତୁ।

ଗର୍ଭାବସ୍ଥା ପୂର୍ବରୁ କିମ୍ବା ପ୍ରି ପ୍ରେଗ୍ନେନ୍ସି ପ୍ଲାନ କରିଛନ୍ତି ତେବେ ଫଲିକ ଏସିଡ ଖାଇପାରିବେ।

ଗର୍ଭଧାରଣର ମଝି ୩ ମାସ ବା ୧୨ ସପ୍ତାହରୁ ୨୮ ସପ୍ତାହ ଅଧିକ ଯତ୍ନ ନେବା ଉଚିତ।

pregnancy

ଅଧିକ ପଢ଼ନ୍ତୁ: ମେନୋପୋଜ ହେବା ପରେ ମହିଳାମାନେ କିଭଳି ନେବେ ସ୍ୱାସ୍ଥ୍ୟ ଯତ୍ନ?

ଏହି ସମୟରେ ଶିଶୁର ସ୍ୱାସ୍ଥ୍ୟ ଏବଂ ହାଡ଼ ମଜଭୁତ ହେବା ପାଇଁ କ୍ୟାଲସିୟମ ଏବଂ ଆଇରନ ଔଷଧ ନିୟମିତ ଖାଆନ୍ତୁ।

ପ୍ରସବ ତାରିଖ ଜାଣିବା ପାଇଁ ଗର୍ଭଧାରଣ କରିବାର ୩ ମାସ ମଧ୍ୟରେ ପ୍ରଥମ ଅଲ୍ଟ୍ରାସାଉଣ୍ଡ କରାଯାଇଥାଏ।

ଶିଶୁର ଶାରୀରିକ ବିକାଶ ଜାଣିବା ପାଇଁ ୪ ମାସ କିମ୍ବା ୧୮ ସପ୍ତାହ ବେଳକୁ ଦ୍ୱିତୀୟ ଥର ଅଲ୍ଟ୍ରାସାଉଣ୍ଡ ହୋଇଥାଏ।

ଶିଶୁର ଆକାର ଏବଂ ସ୍ଥିତି ବାବଦରେ ଜାଣିବା ପାଇଁ ୩୬ ସପ୍ତାହରେ ତୃତୀୟ ଅଲ୍ଟ୍ରାସାଉଣ୍ଡ ହୋଇଥାଏ।

ଗର୍ଭାବସ୍ଥାରେ ଜୀବନଶୈଳୀ କିପରି ହେବା ଉଚିତ?

ଗର୍ଭବତୀ ମହିଳାମାନେ ଦିନକୁ ୮ ଘଣ୍ଟା ଶୋଇବା ଆବଶ୍ୟକ। ମଧ୍ୟାହ୍ନରେ ୨ ଘଣ୍ଟା ଏବଂ ରାତିରେ ୬ ଘଣ୍ଟା ଶୋଇଲେ ଉଭୟ ମା’ ଏବଂ ଶିଶୁ ସ୍ୱାସ୍ଥ୍ୟ ଭଲ ରହିଥାଏ।

ଶୋଇବା ସମୟରେ ବାମ କଡ଼ରେ ଶୋଇବା ଫଳରେ ଶିଶୁ ନିକଟକୁ ସଠିକ ଭାବେ ରକ୍ତ ସଞ୍ଚାଳନ ହୋଇଥାଏ।

ଗର୍ଭବତୀ ମହିଳାମାନେ ପ୍ରୋଟିନ ଯୁକ୍ତ ଖାଦ୍ୟ ଏବଂ କମ କାର୍ବୋହାଇଡ୍ରେଟ୍ସ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ସବୁଜ ପନିପରିବା ଏବଂ ଫଳମୂଳ ଏହି ସମୟରେ ଖାଇବା ଫଳରେ ଶିଶୁର ବିକାଶ ହୋଇଥାଏ।

ଶରୀରରେ ପାଣିର ଅଭାବ ଦେଖାଦେଲେ ଉଭୟ ମା’ ଏବଂ ଗର୍ଭସ୍ଥ ଶିଶୁ ପ୍ରତି ବିପଦ। ତେଣୁ ଗର୍ଭାବସ୍ଥାରେ ପ୍ରଚୁର ପାଣି ପିଇବା ଉଚିତ।

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ମହିଳାମାନଙ୍କ ଋତୁସ୍ରାବର ପ୍ରକାର ଭେଦ ବାବଦରେ