ଯୋଗ ମନ, ମସ୍ତିଷ୍କ ଏବଂ ଶରୀର ପାଇଁ ବେଶ୍ ଲାଭଦାୟକ। ଯୋଗ ସମ୍ପୂର୍ଣ୍ଣ ଶରୀରକୁ ବାଲାନ୍ସ କରିବାରେ ସାହାଯ୍ୟ କରିଥାଏ। ସେହିପରି ତାଡ଼ାସନ ଏପରି ଏକ ଯୋଗ, ଯାହା ପୂରା ଶରୀରକୁ ଷ୍ଟ୍ରେଚ୍ କରିବା ସହ ଶରୀରର ଗଠନ ସୁନ୍ଦର କରିଥାଏ। ତାଡ଼ାସନ ସମ୍ପୂର୍ଣ୍ଣ ଶରୀରକୁ ସୁସ୍ଥ ରଖିଥାଏ। ଏହା କରିବା ଦ୍ୱାରା ଶରୀରରେ ଦୃଢ଼ତା ରହିଥାଏ।
ଏହି ଆସନକୁ ସଠିକ୍ ଢଙ୍ଗରେ କରିପାରିଲେ ଲାଭ ମିଳିଥାଏ। ଏହି ଆସନ କରିବା ଦ୍ୱାରା ଶରୀରର ମଜଭୁତ ହୋଇଥାଏ। ଜଙ୍ଘ, ଆଣ୍ଠୁ ଓ ଗୋଇଠି ମଜଭୁତ ହୋଇଥାଏ। ଏହି ଆସନକୁ ୧୦ରୁ୧୫ ସେକେଣ୍ଡ କରିବାକୁ ହୋଇଥାଏ। ତେବେ ନିୟମିତ କରିବା ଦ୍ୱାରା ଏହା ଉଭୟ ଶାରୀରିକ ଓ ମାନସିକ ସନ୍ତୁଳନକୁ ବଜାୟ ରଖିଥାଏ।
ଯେଉଁମାନଙ୍କର ହୃଦ୍ରୋଗ, ମୁଣ୍ଡ ବିନ୍ଧା କିମ୍ବା ଗୋଡ଼ରେ ଶିରାପ୍ରଶିରା ବିନ୍ଧା ରୋଗ ଥିବ ସେମାନେ ଏହି ଆସନ କରିବା ଉଚିତ୍ ନୁହେଁ।
ତାଡ଼ାସନ ହୃଦୟକୁ ସୁସ୍ଥ ରଖିବା ସହ ଏହା ଚିନ୍ତା ଏବଂ ଅବସାଦ ଭଳି ସମସ୍ୟାକୁ ଦୂରେଇ ରଖିଥାଏ। ଏହି ମୁଦ୍ରା କରିବା ପାଇଁ ଠିଆ ହୋଇ ଦୁଇ ହାତକୁ ଉପରକୁ କରିବା ସହ ନମସ୍କାର କରିବା ଭଳି ମୁଦ୍ରାରେ ଠିଆ ହୁଅନ୍ତୁ। ଏହା ପରେ ଧୀରେ ଧୀରେ ନିଶ୍ୱାସ ନେବା ସହ ଛାଡ଼ନ୍ତୁ।