ସ୍ନିଗ୍ଧାରାଣୀ ଷଡ଼ଙ୍ଗୀ

saffron

ଶୀତଋତୁରେ କେଶର ସେବନ ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ।

କେଶରକୁ କମ୍‌ ମାତ୍ରାରେ ସେବନ କରିବା ପାଇଁ ପରାମର୍ଶ ଦିଆଯାଇଥାଏ। କେଶର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଗୋଟିଏ ଅଧ୍ୟୟନ ଅନୁସାରେ ପ୍ରାଚୀନ କାଳରୁ ଭିନ୍ନ ଭିନ୍ନ ପ୍ରକାର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ। ଏହା ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର ଥାଏ। ଶୀତଦିନେ ଏହି ମସଲାର ପ୍ରୟୋଗ ପ୍ରତିଦିନ କରିବା ଫଳରେ ଶରୀର ଗରମ ରହିଥାଏ।

ଶରୀର ପାଇଁ କେଶରର ପାଞ୍ଚଟି ଲାଭ……

୧- କ୍ୟାନସରରୁ ବଞ୍ଚିବା ପାଇଁ କେଶର ଲାଭଦାୟକ ହୋଇଥାଏ।

୨- ହଜମ କ୍ରିୟାକୁ ମଜଭୁତ କରିଥାଏ କେଶର।

୩- ଆଖିର ଦୃଷ୍ଟିଶକ୍ତିରେ ସୁଧାର ପାଇଁ କେଶର ଲାଭଦାୟକ ହୋଇଥାଏ।

୪- ଓଜନ କମାଇବା ପାଇଁ କେଶର ସହାୟକ ହୋଇଥାଏ।

୫- ପ୍ରତିରୋଧକ କ୍ଷମତା ଏବଂ ଉର୍ଜା ପାଇଁ କେଶର ଲାଭଦାୟକ ହୋଇଥାଏ।

୧- କେଶରର ବ୍ୟବହାର କ୍ୟାନସରରୁ ବଞ୍ଚିବା ପାଇଁ ବହୁତ ଲାଭକାରୀ। ଏକ ବୈଜ୍ଞାନିକ ଗବେଷଣା ଅନୁସାରେ କେଶରରେ କ୍ରାକେଂଟିନ କୋଲେଷ୍ଟ୍ରଲ ବହୁତ ମାତ୍ରାରେ ମହଜୁଦ ହୋଇଥାଏ। କେଶର ପ୍ରୟୋଗରେ ପ୍ରୋଷ୍ଟେଟ୍‌ କ୍ୟାନସର ଓ ସ୍କିନ କ୍ୟାନସରର ବିପଦରୁ କମ୍‌ କରିଥାଏ।

୨- ହଜମ କ୍ରିୟାକୁ ମଜଭୁତ କରିବା ପାଇଁ କେଶର ଏକ ଲାଭଦାୟକ ଔଷଧ ଅଟେ – କେଶର ପାଚନ କ୍ରିୟାକୁ ଠିକ୍‌ ରଖିଥାଏ। ଏହା ସହିତ କେଶର ଭୋକ ଏବଂ ଗ୍ୟାସ୍‌ଟ୍ରିକ ଏସିଡ୍‌କୁ କମ୍‌ କରିବା ପାଇଁ ସହାୟକ ହୋଇଥାଏ।

୩- ଓଜନ କମାଇବା ପାଇଁ କେଶର ସହାୟକ ହୋଇଥାଏ- ଏକ ଅଧ୍ୟୟନରୁ ଜଣାପଡିଛି କି ମେଟାବୋଲିଜିମ ପାଇଁ କେଶର ମହତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। କେଶର ଆପଣଙ୍କ ଭୋକକୁ ନିୟନ୍ତ୍ରଣରେ ରଖିଥାଏ ଫଳରେ ଆପଣ ଅଧିକ ଖାଇବେ ନାହିଁ। ଓଜନ କମ୍‌ କରିବାକୁ ଚାହୁଁଥିବା ବ୍ୟକ୍ତି ଖାଦ୍ୟରେ କେଶର ସାମିଲ କରନ୍ତୁ।

୪- ପ୍ରତିରୋଧକ କ୍ଷମତା ଏବଂ ଉର୍ଜା ପାଇଁ କେଶର ଲାଭଦାୟକ ହୋଇଥାଏ – କେଶର ଖାଇବା ଦ୍ୱାରା ଶରୀରରେ ପ୍ରତିରୋଧକ କ୍ଷମତା ବଢ଼ିଥାଏ। ଫଳରେ ବିଭିନ୍ନ ସଂକ୍ରମଣ ଦାଉରୁ ରକ୍ଷା ମିଳିଥାଏ। କେଶରରେ ଭରପୂର ମାତ୍ରାରେ କ୍ୟାଲୋରୀ ଥାଏ। ଯାହାଫଳରେ ଶରୀରକୁ ଶକ୍ତି ମିଳିଥାଏ।