ଖାଦ୍ୟରେ ସ୍ୱାଦ ବଢ଼ାଇବାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପାଇଁ ହିତକର ସୋରିଷ ତେଲ।

ସୋରିଷ ତେଲରେ ମନୋଅନ୍‌ସାଚୁରେଟେଡ୍‌ ଫ୍ୟାଟି ଏସିଡ୍‌ (MUFA), ପଲି ଅନ୍‌ସାଚୁରେଟେଡ୍‌ ଫ୍ୟାଟି ଏସିଡ୍‌(PUFA), ଓମେଗା-୩ ଓ ୬, ଭିଟାମିନ୍‌ ଇ, ମିନେରାଲ୍ସ, ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ମାଇକ୍ରୋବାୟଲ୍‌, ଆଣ୍ଟି ଇନ୍‌ଫ୍ଲାମେଟୋରି ଗୁଣ ଭରି ରହିଛି। ଏହା ହୃଦ୍‌ରୋଗର ଆଶଙ୍କାକୁ ଦୂର କରିବା ସହ କର୍କଟ ରୋଗର ଆଶଙ୍କାକୁ କମ୍‌ କରେ।

ସୋରିଷ ତେଲରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତତ୍ୱ ଶରୀରର ମୋଟାପଣକୁ କମ୍‌ କରିବା ସହ ପୋଷକତତ୍ୱ ମଧ୍ୟ ଯୋଗାଇଥାଏ। ଏଥିରେ ମୁଫା ବା ମନୋ ଅନ୍‌ସାଚୁରେଟେଡ୍‌ ଫ୍ୟାଟି ଏସିଡ୍‌ ରହିଛି, ଯାହା ହୃଦଘାତର ଆଶଙ୍କାକୁ କମ୍‌ କରିଥାଏ।

ରୋଷେଇରେ ସୋରିଷ ତେଲ ସାମିଲ କଲେ ଏହା ଶରୀରରେ ଭଲ କୋଲେଷ୍ଟ୍ରୋଲକୁ ବୃଦ୍ଧି କରିଥାଏ।

ସୋରିଷ ତେଲରେ ଥିବା ଆଲଫା ଲିନୋଲେନିକ୍‌ ଏସିଡ୍‌ ତତ୍ୱ ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ୍‌ କରେ।

ଥଣ୍ଡା, ସର୍ଦ୍ଦି ହେଉଥିବା ଲୋକଙ୍କ ପାଇଁ ସୋରିଷ ତେଲ ଔଷଧ ଭଳି କାର୍ଯ୍ୟ କରେ। ଗୋଟେ କପ୍‌ ସୋରିଷ ତେଲରେ ତିନି ଚାରି କୋଲା ରସୁଣ ପକାଇ ଫୁଟାନ୍ତୁ। ରାତିରେ ଶୋଇବା ବେଳେ ଉଷୁମ ଉଷୁମ ସୋରିଷ ତେଲକୁ ପାଦରେ ମାଲିସ୍‌ କରିବା ଦ୍ଵାରା ଶୀଘ୍ର ଥଣ୍ଡା ଭଲ ହୋଇଥାଏ।

ସୋରିଷ ତେଲ କେଶ ସମସ୍ୟା ଦୂର କରିଥାଏ। ନିୟମିତ କେଶରେ ସୋରିଷ ତେଲର ବ୍ୟବହାର ଫଳରେ କେଶ ବଢ଼ିବା ସହିତ କେଶ ସୁସ୍ଥ ରହିଥାଏ।

ଛୋଟ ଛୁଆଙ୍କୁ ସୋରିଷ ତେଲରେ ମାଲିସ୍‌ କରିବା ଦ୍ୱାରା ସେମାନଙ୍କ ହାଡ଼ ମଜଭୁତ ହୋଇଥାଏ। ଏହାସହ ତାଙ୍କୁ ଥଣ୍ଡା ସହଜରେ ଧରେ ନାହିଁ।

ରାତିରେ ଶୋଇବା ପୂର୍ବରୁ ପାଦରେ ଉଷୁମ ସୋରିଷ ତେଲ ମାଲିସ କରିବା ଦ୍ୱାରା ଭଲ ନିଦ ହୋଇଥାଏ।