ଖାଦ୍ୟ ହଜମଠାରୁ ଆରମ୍ଭ କରି ଓଜନ ନିୟନ୍ତ୍ରଣ କରିଥାଏ ଜିରା।

ଗୋଟେ ଚାମଚ ଜିରାରେ ୭ କ୍ୟାଲୋରି ଥାଏ। ପ୍ରତିଦିନ ସକାଳୁ ଖାଲି ପେଟରେ ଜିରା ପାଣି ପିଇବା ଦ୍ୱାରା ଓଜନ ହ୍ରାସ ହେବା ସହ ଏସିଡିଟି ସମସ୍ୟା ଦୂର ହୋଇଥାଏ।

ପେଟ କାଟୁଥିଲେ ଜିରା ବେଶ୍‌ କାମ ଦିଏ। ଗୋଟେ ଚାମଚ ଜିରାକୁ ଚୋବାଇ ଚୋବାଇ ପାଣି ପିଇବା ଦ୍ୱାରା ପେଟ କଟା ଦୂର ହୋଇଥାଏ।

ତରଳ ଝାଡ଼ା ହେଉଥିଲେ ଜିରାକୁ ବାଟି ଏଥିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ। ଉପଶମ ମିଳିବ।

ଯଦି ଆପଣ କୌଣସି ଜ୍ୱର କିମ୍ବା ଥଣ୍ଡା ରୋଗରେ ପୀଡ଼ିତ ତେବେ ଜିରା ସେବନ କରିବା ଦ୍ୱାରା ଏଥିରୁ ତୁରନ୍ତ ମୁକ୍ତି ମିଳିଥାଏ ।

ସାଧାରଣତଃ ଜିରାକୁ ଗୁଣ୍ଡ କରି ତାକୁ ଚା’ରେ ପକାଇ ସେବନ କରିବା ଦ୍ୱାରା ଅଥବା ଏଥିସହ ଅଦା ଓ ତୁଳସୀ ମିଶାଇ ପିଇବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ।

ଗରମ ପାଣିରେ କିଛି ମାତ୍ରାରେ ଜିରା ପକାଇ ତା’ର ବାମ୍ଫ ନିଅନ୍ତୁ, ଆଉ ବାମ୍ଫ ନେବା ପରେ ମୁହଁକୁ ଏକ ନରମ ଚାଦରରେ ଢାଙ୍କି କିଛି ସମୟ ଶୋଇ ପଡ଼ନ୍ତୁ। ଏହା କରିବା ଦ୍ୱାରା ଥଣ୍ଡା ଜ୍ୱରରୁ ନିସ୍ତାର ମିଳିବା ସହ ଆପଣଙ୍କୁ ଫୁର୍ତ୍ତି ମିଳିଥାଏ।

ଜିରାକୁ ଗୁଣ୍ଡ କରି ତାହାକୁ ଦହିରେ ପକାଇ ପିଇବା ଦ୍ୱାରା ଥଣ୍ଡା ଜ୍ୱର ମଧ୍ୟ ଭଲ ହୋଇଥାଏ।

ଥଣ୍ଡା ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଯିବା ସହ ଶରୀରକୁ ଆରାମ ମିଳିଥାଏ।

ପ୍ରସ୍ତୁତି ପ୍ରଣାଳୀ

ଗୋଟେ ସସ୍‌ପେନ୍‌ରେ ଦୁଇ କପ୍‌ ପାଣିକୁ ଫୁଟାନ୍ତୁ। ପାଣି ଫୁଟିବା ପରେ ଏଥିରେ ଗୋଟେ ଚାମଚ ଜିରା ପକାନ୍ତୁ। ଗୋଟେ ମିନିଟ୍‌ ଫୁଟିବା ପରେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଅଧଘଣ୍ଟା ଛାଡ଼ିଦିଅନ୍ତୁ। ଏହାପରେ ଫାଣିକୁ ଛାଣି ରଖିଦିଅନ୍ତୁ। ତା’ପରଦିନ ସକାଳୁ ଏହି ପାଣିକୁ ଖାଲି ପେଟରେ ପିଅନ୍ତୁ।

ସାବଧାନତା

ଜିରା ପାଣିରେ ସଠିକ୍‌ ପରିମାଣର ଜିରା ନ ମିଶାଇଲେ ବା ଅଧିକ ଜିରା ମିଶାଇ ପିଇଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇପାରେ।

ରକ୍ତଚାପ ସ୍ତର କମିଯାଏ

ଅଧିକ ପରିମାଣର ଜିରା ବ୍ୟବହାର କରିବା ଦ୍ୱାରା ରକ୍ତଚାପ ସ୍ତର କମିଯାଏ। ମଧୁମେହ ରୋଗୀ ଓ ଗର୍ଭବତୀ ମହିଳାମାନେ କେବେ ହେଲେ ଅଧିକ ଜିରା ଖାଇବା ଅନୁଚିତ।