ବର୍ଷା ଦିନରେ କେଶ ଓଦା ହୋଇ ନଷ୍ଟ ହେବାର ସମ୍ଭାବନା ଥାଏ। ତେଣୁ ଏହି ଋତୁରେ ନିଜ କେଶର ଅଧିକ ଯତ୍ନ ନେବାର ଆବଶ୍ୟକତା ରହିଛି।

ସୁନ୍ଦର କେଶ ଝିଅମାନଙ୍କୁ ଅଧିକ ସୁନ୍ଦର କରିଥାଏ। ହେଲେ ବର୍ତ୍ତମାନ କେଶ ଝଡ଼ିବା ସମସ୍ତଙ୍କ ଚିନ୍ତାର କାରଣ ସାଜିଛି। ମୁଖ୍ୟତଃ ବର୍ଷା ଦିନେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖାଦିଏ। ଯଦି ଆପଣଙ୍କର ଦିନକୁ ୨୦୦ରୁ ଅଧିକ କେଶ ଝଡ଼ିଥାଏ ତେବେ ଆପଣ ଚନ୍ଦାପଣର ଶିକାର ହୋଇଥା’ନ୍ତିା ତେବେ ବର୍ଷା ଦିନରେ କିପରି କେଶର ଯତ୍ନ ନେବେ ସେ ବିଷୟରେ ଜାଣି ରଖନ୍ତୁ।

କେଶ ଶୁଖିଲା ରଖନ୍ତୁ

କେଶକୁ ବର୍ଷା ପାଣିରେ ଓଦା କରନ୍ତୁ ନାହିଁ। ମନେରଖନ୍ତୁ ବର୍ଷା ଜଳ ଅପରିଷ୍କାର ଏବଂ ଅମ୍ଳୀୟ, ଯାହା ତୁମ କେଶ ପାଇଁ ଖରାପ ହୋଇଥାଏ। ତେଣୁ ଓଦା ହେଲା ମାତ୍ରକେ ସଫା କପଡ଼ାରେ ଭଲ ଭାବେ ପୋଛି ଦିଅନ୍ତୁ।

ସପ୍ତାହରେ ଦୁଇଥର ସାମ୍ପୁ କରନ୍ତୁ

ବର୍ଷା ଦିନେ କେହି କେହି ଥଣ୍ଡା ଲାଗିବା କାରଣରୁ ଗାଧାନ୍ତି ନାହିଁ। କିନ୍ତୁ ବର୍ଷା ପାଣିରେ ଓଦା ହୋଇଥିବା କେଶକୁ ଧୋଇବା ନିହାତି ଜରୁରୀ। ବର୍ଷା ପାଣି ଯୋଗୁଁ ମୁଣ୍ଡର ଚର୍ମରେ କିଛି ଚମଡ଼ା ଉଠିଯାଏ। ସେସବୁ କେଶ ମୂଳରେ ରହି କେଶ ବୃଦ୍ଧିରେ ବାଧା ଦେଇଥାଏ। ତେଣୁ ସେସବୁକୁ ବାହାର କରିବା ପାଇଁ ସାମ୍ପୁ ବ୍ୟବହାର କରନ୍ତୁ। ଭଲ ସାମ୍ପୁ ବ୍ୟବହାର କରିବା ଦ୍ୱାରା କେଶର ଟ୍ରେସ ପୋଷଣ ଏବଂ ଫଙ୍ଗାଲ କିମ୍ବା ଜୀବାଣୁ ସଂକ୍ରମଣକୁ ରୋକି ହେବ।

ତେଲ ମାଲିସ କରନ୍ତୁ

ମୌସୁମୀ ସମୟରେ ଆପଣଙ୍କ କେଶ ପାଇଁ ତେଲ ମସାଜ କାମ ଦେଇଥାଏ। ତେଲ ସ୍ୱାଭାବିକ ଭାବେ କେଶର ଆଦ୍ରତା ବଢ଼ାଇ ଥାଏ। ତେଲ କଣ୍ଡିସନର ଭଳି କାମ କରିଥାଏ।

ଅଧିକ ତେଲ ବ୍ୟବହାର କରନ୍ତୁ ନାହିଁ। ଅନ୍ୟଥା ମୁଣ୍ଡ ଧୋଇବା ସମୟରେ ଅତ୍ୟଧିକ ସାମ୍ପୁ ବ୍ୟବହାର କରିବାକୁ ପଡ଼ିବ, ଯାହା ଆପଣଙ୍କ କେଶକୁ କ୍ଷତି ପହଞ୍ଚାଇପାରେ।

କେଶ ବାନ୍ଧିବା ବନ୍ଦ କରନ୍ତୁ

ବର୍ଷା ଦିନରେ କେଶ ବାନ୍ଧିବା ଦ୍ୱାରା କେଶରେ ପବନ ବାଜି ପାରେ ନାହିଁ। ତେଣୁ କେଶ ଶୁଖି ନ ପାରି କେଶରେ ରୂପି, ଉକୁଣୀ ହୋଇଯାଏ। କେଶ ଅଧିକ ସମୟ ବାନ୍ଧିବା ଦ୍ୱାରା ସେଥିରୁ ଏକ ପ୍ରକାର ଦୁର୍ଗନ୍ଧ ବାହାରିଥାଏ।

ରେନିକୋଟ ବ୍ୟବହାର କରନ୍ତୁ

ବର୍ଷା ସମୟରେ ବାହାରକୁ ଯାଉଥିଲେ ରେନିକୋଟ ବ୍ୟବହାର କରନ୍ତୁ। ଏହା ଦ୍ୱାରା ଆପଣଙ୍କ ଶରୀର ଏବଂ କେଶ ସୁରକ୍ଷିତ ରହିପାରିବା। ୱାଟରପ୍ରୁଫ୍ ଜ୍ୟାକେଟ ଏବଂ ହୁଡି ମଧ୍ୟ ବ୍ୟବହାର କରିପାରିବେ।

ସଠିକ ଉପାୟରେ କଣ୍ଡିସନର ଲଗାନ୍ତୁ

ଅତ୍ୟଧିକ କଣ୍ଡିସନର ବ୍ୟବହାର କରିବାଠାରୁ ଦୂରେଇ ରହନ୍ତୁ। କେବଳ ଆପଣଙ୍କ କେଶର ଶେଷ ଏବଂ ଲମ୍ବରେ କଣ୍ଡିସନର ପ୍ରୟୋଗ କରନ୍ତୁ।

ଠିକ ଖାଦ୍ୟ ଖାଆନ୍ତୁ

କେଶ ଫୋଲିକଲକୁ ମଜବୁତ କରିବା ପାଇଁ ଉପଯୁକ୍ତ ଖାଦ୍ୟ ଯେପରିକି ପ୍ରୋଟିନ, ଆଇରନ ଏବଂ ଓମେଗା ଫ୍ୟାଟି ଏସିଡ ଥିବା ଖାଦ୍ୟ ଖାଇବାକୁ ହେବ।

ଘରୋଇ ଉପଚାର ଆପଣାନ୍ତୁ

ପ୍ରଚୁର ସାମ୍ପୁ ଏବଂ କଣ୍ଡିସନର ଲଗାଇବା କେଶ ପାଇଁ ଭଲ ହୋଇନଥାଏ। ତେଣୁ ଘରୋଇ ଉପଚାର ମାଧ୍ୟମରେ ବି କେଶର ଯତ୍ନ ନେଇହେବ। ଓଦା କେଶ କୁଣ୍ଡାନ୍ତୁନାହିଁ, ଶୁଖିବା ପରେ କୁଣ୍ଡାନ୍ତୁ। ଏହା ଦ୍ୱାରା କେଶ ଛିଣ୍ଡିବା ଏବଂ ଝଡ଼ିବା କମିଥାଏ।

ଏହି ଋତୁରେ ଆଲକହଲଯୁକ୍ତ ସାମ୍ପୁ, କଣ୍ଡିସନର ତଥା ଅନ୍ୟାନ୍ୟ ସାମଗ୍ରୀ କେଶରେ ଲଗାନ୍ତୁନାହିଁ।

ବସାଦହି କେଶ ପାଇଁ ପ୍ରାକୃତିକ କଣ୍ଡିସନର୍‌ ଭାବେ କାମକରେ। ବସାଦହିକୁ କେଶରେ ଲଗାଇ ତଉଲିଆରେ ଗୁଡ଼ାଇଦିଅନ୍ତୁ। ପନ୍ଦର ମିନିଟ ପରେ ଧୁଅନ୍ତୁ।

ସାମ୍ପୁ କରିବା ପୂର୍ବରୁ ବଡ଼ ଦାନ୍ତ ପାନିଆରେ କେଶ କୁଣ୍ଡାନ୍ତ। ଏପରି କଲେ ସାମ୍ପୁ ଲଗାଇବା ବେଳେ କେଶ ଜଟା ହୁଏନାହି।

ଅଳ୍ପ ପାଣିରେ ସାମ୍ପୁ ଗୋଳାଇ କେଶରେ ଲଗାନ୍ତୁ। ହାଲୁକା ମାଲିସ ପରେ ଧୁଅନ୍ତୁ। ସପ୍ତାହରେ ଅତି କମରେ ତିନି ଥର ସାମ୍ପୁକରନ୍ତୁ।

ସାମ୍ପୁ ପରେ ଅଳ୍ପ କଣ୍ଡିସନର୍‌ ଲଗାନ୍ତୁ। ଏହା ଦ୍ୱାରା କେଶ ନରମ ଓ ମଜଭୁତ ହେବା ସହ ଚମକ ବଢ଼ିଥାଏ। ଏହାକୁ କେଶର ମୂଳ ଭାଗରେ ନ ଲଗାଇ କେବଳ କେଶରେ ଲଗାନ୍ତୁ।

ବର୍ଷା ଦିନରେ କେଶ ନ ଝଡ଼ିବା ପାଇଁ ନିଆ ଯାଉଥିବା କେତେକ ପଦକ୍ଷେପ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନ ହୋଇପାରେ। ସମସ୍ତଙ୍କ ଚର୍ମ ସମାନ ନ ହୋଇଥିବା କାରଣରୁ ଅନେକଙ୍କ ନିକଟରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଏ। ତେଣୁ ବ୍ୟବହାର କରିବା ପୂର୍ବରୁ କେଶର କିମ୍ବା ଶରୀରର କୌଣସି ସ୍ଥାନରେ ପ୍ରଥମେ ବ୍ୟବହାର କରନ୍ତୁ। ପରେ ନିଜ ଆବଶ୍ୟକତା ଅନୁସାରେ ଜିନିଷକୁ ବ୍ୟବହାର କରନ୍ତୁ।