ଶୀତଦିନେ ପାଦ ଫାଟିବା ଏକ ସାଧାରଣ ସମସ୍ୟା। ପାଦ ଫାଟିଲେ ବହୁତ କଷ୍ଟ ହୋଇଥାଏ। ବିଶେଷ କରି ପାଣି ବାଜିଲେ ଅଧିକ କଷ୍ଟ ହୋଇଥାଏ। ତେବେ କିଛି ଉପାୟ ଆପଣେଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।
ପ୍ରଥମେ ଟବ୍ରେ ଦୁଇ ଲିଟର ଉଷୁମ ପାଣି ଭର୍ତ୍ତି ରଖନ୍ତୁ। ସେଥିରେ ଏକ କପ୍ ଖିର, ଦୁଇ ଚାମଚ ରାଶି ତେଲ, ଦୁଇ ଚାମଚ ଲେମ୍ବୁ ରସ, ଏକ ଚାମଚ ଡାଲଚିନ୍ ଗୁଣ୍ଡ ମିଶାନ୍ତୁ। ସେହି ପାଣିରେ ପାଦକୁ ୧୫ ମିନିଟ୍ରୁ ଅଧଘଣ୍ଟା ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ। ଏହା ପରେ ପାଦକୁ ପାଣି କାଢ଼ି ସଫା କପଡ଼ାରେ ଫୋଛି ଦିଅନ୍ତୁ। ପରେ ଏକ ପାଚିଲା କଦଳୀ ଚକଟି ଫାଠିଥିବା ପାଦରେ ଲଗାନ୍ତୁ। ଏହାକୁ ୧୦ ମିନିଟ୍ ସେହିପରି ରଖି ଧୋଇଦିଅନ୍ତୁ। ଏହାକୁ ସପ୍ତାହରେ ୨ରୁ ୩ଥର କଲେ ପାଦ ଫଟା ସମସ୍ୟାରୁ ମୁକ୍ତି ପାଇବେ।
ସାଧାରଣତଃ ଶୀତଦିନେ ପାଦ ମଇଳା ଓ ଶୁଷ୍କ ହୋଇଯାଏ। ତେଣୁ, ପ୍ରତିଦିନ ରାତିରେ ପାଦକୁ ଭଲ ଭାବରେ ଧୋଇ ଭ୍ୟାସେଲିନ୍ ଲଗାଇ ଶୁଅନ୍ତୁ।
ଆଙ୍ଗୁଠିର ସନ୍ଧି ଓ ଆଙ୍ଗୁଠି କଣକୁ ପରିଷ୍କାର ରଖନ୍ତୁ।
ଶୀତଦିନେ ଘରେ ନରମ ଚପଲ ଓ ମୋଜା ପିନ୍ଧନ୍ତୁ। ବାହାରକୁ ଯାଉଥିଲେ ଜୋତାର ବ୍ୟବହାର କରନ୍ତୁ।