ପାଚନ କ୍ରିୟାରେ ଅସୁବିଧା ଦେଖା ଦେଲେ ଖାଦ୍ୟ ସଠିକ ଭାବେ ହଜମ ହୋଇ ପାରେ ନାହିଁ। ଫଳରେ ବ୍ୟକ୍ତି ଅସୁସ୍ଥ ହୋଇପଡ଼େ। ତେବେ ଶାରୀରିକ ଲକ୍ଷଣରୁ ଜାଣନ୍ତୁ ପାଚନ କ୍ରିୟା ଠିକ ଅଛି କି ନାହିଁ।
ପାଚନ ତନ୍ତ୍ର ସୁସ୍ଥ ରହିଲେ ଶରୀର ସୁସ୍ଥ ରହିଥାଏ। ଆମେ ପ୍ରତିଦିନ ଖାଉଥିବା ଖାଦ୍ୟ ସଠିକ ଭାବେ ହଜମ ହୋଇ ଶରୀରକୁ ଶକ୍ତି ଯୋଗାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ମାତ୍ର ପାଚନ କ୍ରିୟାରେ କୌଣସି ସମସ୍ୟା ଦେଖାଦେଲେ ଖାଦ୍ୟ ସଠିକ ଭାବେ ହଜମ ହୋଇପାରେ ନାହିଁ। ଫଳରେ ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ।
ପାଚନ କ୍ରିୟା ଠିକ ନ ରହିଲେ ଶରୀରରୁ ଦୁର୍ଗନ୍ଧ ବାହାରିଥାଏ। ଦେହରୁ ଅଧିକ ଝାଳ ବାହାରିବା ଏବଂ ପାଦରୁ ଗନ୍ଧ ବାହାରିବା ପାଚନ କ୍ରିୟା ଖରାପ ଅଛି ବୋଲି ଜାଣନ୍ତୁ। ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ନ ପାରିବାରୁ ରକ୍ତରେ ସେସବୁ ଖେଳେଇ ଯାଇଥାଏ। ଫଳରେ ଶରୀରରୁ ଦୁର୍ଗନ୍ଧ ବାହାରିଥାଏ।
ଦୀର୍ଘ ସମୟ ଧରି ଶରୀରର ପାଚନ କ୍ରିୟା ଖରାପ ରହିବା ଦ୍ୱାରା ତ୍ୱଚା ଜନିତ ସମସ୍ୟା ଦେଖାଯାଇଥାଏ। ପାଚନ କ୍ରିୟା ଖରାପ ହେଲେ ମୁହଁରେ ବିଭିନ୍ନ ଦାଗ ହୋଇଥାଏ। ଏଭଳି ଲକ୍ଷଣ ଦେଖା ଯାଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ପାଚନ କ୍ରିୟାରେ କୌଣସି ସମସ୍ୟା ଦେଖା ହେଲେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ଦିନରୁ ଦୁଇ ଥର ଦାନ୍ତ ଘଷିବା ପରେ ମଧ୍ୟ ଏହି ସମସ୍ୟା ଦେଖାଯାଇଥାଏ।
ପାଚନ କ୍ରିୟା ଖରାପ ହେଲେ କେଶ ଝଡ଼ିବା ଭଳି ସମସ୍ୟା ଦେଖା ଦେଇଥାଏ। ଖାଦ୍ୟ ସଠିକ ଭାବେ ହଜମ ନ ହୋଇ ପାରିଲେ କେଶ ଆବଶ୍ୟକୀୟ ପୋଷଣ ପାଇ ପାରେ ନାହିଁ। ତେଣୁ କେଶ ଝଡ଼ିବା, ପତଳା ହେବା ଏବଂ ଧଳା ହୋଇଯିବା ଭଳି ସମସ୍ୟା ଦେଖାଦେଇଥାଏ।
ଗ୍ୟାସ ହେବା, ପେଟ ଫୁଲିଯିବା ଏବଂ କୋଷ୍ଠ କାଠିନ୍ୟ ପାଚନ କ୍ରିୟାରେ କୌଣସି ସମସ୍ୟା ଥିବାର ସୂଚନା ଦେଇଥାଏ।
ପାଚନ କ୍ରିୟା ଖରାପ ହୋଇଯାଇଥିଲେ ଅଚାନକ ଓଜନର ପରିବର୍ତ୍ତନ ହୋଇଥାଏ।
ସେରୋଟନିନ ହରମୋନ ଶରୀରର ଅନ୍ତନଳୀରେ ଉତ୍ପନ୍ନ ହୋଇଥାଏ। ଏହି ହରମୋନ ନିଦ ଉପରେ ନିୟନ୍ତ୍ରଣ ଆଣିଥାଏ। ତେଣୁ ପାଚନ କ୍ରିୟାରେ ସମସ୍ୟା ଦେଖାଦେଲେ ଶୋଇବାରେ ମଧ୍ୟ ବ୍ୟାଘାତ ଦେଖା ଦେଇଥାଏ।
ଖାଦ୍ୟ ଠିକ ଭାବେ ହଜମ ନ ହେବା କାରଣରୁ ଖାଦ୍ୟ ଖାଇବା ପାଇଁ ଇଚ୍ଛା ହୁଏ ନାହିଁ। ଫଳରେ ବ୍ୟକ୍ତି ଦିନକୁ ଦିନ ଅସୁସ୍ଥ ହୋଇପଡ଼ି ଥାଏ।