କମ୍‌ କ୍ୟାଲୋରିଯୁକ୍ତ ପନିପରିବା ଖାଇବା ଫଳରେ ଶରୀର ସୁସ୍ଥ ରହିବା ସହ ପୋଷକ ମଧ୍ୟ ମିଳିଥାଏ।

vegetables for healthy life

ଅଧିକ ପଢ଼ନ୍ତୁ: ଗର୍ଭବତୀ ମହିଳାଙ୍କ ପାଇଁ ବେଷ୍ଟ ଫୁଡ, ଶିଶୁ ବୁଦ୍ଧିମାନ ସହ ରହିବ ରୋଗ ମୁକ୍ତ

ଅଧିକ କ୍ୟାଲୋରି ଥିବା ଭୟରେ ଆମେ ଅନେକ ଖାଦ୍ୟ ଖାଇନଥାଉ। ଅତ୍ୟଧିକ କ୍ୟାଲୋରି ଥିବା ଖାଦ୍ୟ ଖାଇବା ଫଳରେ ଶରୀରର ଓଜନ ବୃଦ୍ଧି ହୋଇଥାଏ। ତେଣୁ ଯେଉଁ ଖାଇବାରେ କମ କ୍ୟାଲୋରୀ ରହିଛି ସେହି ଭଳି ଖାଦ୍ୟ ଖାଆନ୍ତୁ।

ଅଧିକାଂଶ ଖାଦ୍ୟପଦାର୍ଥ ୨୫ କିମ୍ବା କମ କ୍ୟାଲୋରି ଥାଏ। ତାହାକୁ କ୍ୟାଲୋରି ମୁକ୍ତ ଖାଦ୍ୟ ବୋଲି କୁହାଯାଇଥାଏ। ଏସବୁ ଖାଦ୍ୟ ଶରୀରକୁ ପୋଷକ ତତ୍ତ୍ୱ ଯୋଗାଇବା ସହ ଓଜନରେ ନିୟନ୍ତ୍ରଣ ଆଣିଥାଏ।

curliflower

ଫୁଲକୋବି

ଫୁଲକୋବିରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ୍ସ ରହିଛି। ୧୦୦ ଗ୍ରାମ ଫୁଲକୋବିରେ ୨୫ ଗ୍ରାମ କ୍ୟାଲୋରି ରହିଛି। ଫୁଲକୋବିରେ ଫାଇବରର ମାତ୍ରା ମଧ୍ୟ ରହିଛି।

ବନ୍ଧା କୋବି

ବନ୍ଧା କୋବିକୁ ରାନ୍ଧି କରି କିମ୍ବା ସାଲାଡ କରି ଖାଇହେବ। ଅନ୍ୟ ପରିବା ତୁଳନାରେ ଏଥିରେ କମ କ୍ୟାଲୋରି ଥାଏ। ୧୦୦ ଗ୍ରାମ ବନ୍ଧା କୋବିରେ ୨୨ ଗ୍ରାମ କ୍ୟାଲୋରୀ ଥାଏ। ତେଣୁ ଆପଣ ଖାଦ୍ୟରେ ବନ୍ଧା କୋବି ସାମିଲ କରିପାରିବେ।

broccoli

ଅଧିକ ପଢ଼ନ୍ତୁ: ପିଲାଙ୍କୁ ଦିଅନ୍ତୁ ଏହି ଖାଦ୍ୟ, ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି

ବ୍ରୋକଲି

୧୦୦ ଗ୍ରାମ ବ୍ରୋକଲିରୁ ୩୧ କ୍ୟାଲୋରୀ ମିଳିଥାଏ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ସି ରହିଛି। ବ୍ରୋକଲି ଖାଇବା ଫଳରେ ପୋଷକ ମିଳିବା ସହ ତ୍ୱଚା ସୁସ୍ଥ ରହିଥାଏ। ଏହାକୁ ଖାଇବା ଫଳରେ ଶରୀରରେ ଭିଟାମିନ ସି ର ଅଭାଵ ରହେ ନାହିଁ। ତେଣୁ କେବଳ କମ କ୍ୟାଲୋରି ନୁହେଁ ସୁସ୍ଥ ଶରୀର ପାଇଁ ମଧ୍ୟ ବ୍ରୋକଲି ଖାଇବା ଆବଶ୍ୟକ।

carrot

ଗାଜର

ଶରୀରରେ ରକ୍ତ ଠିକ ଭାବେ ହେବା ପାଇଁ ଲୋକମାନେ ଗାଜର ଖାଇଥାନ୍ତି। ଅନେକ ବ୍ୟକ୍ତି ଦୃଷ୍ଟି ଶକ୍ତି ବଢ଼ାଇବା ପାଇଁ ଗାଜର ଖାଆନ୍ତି। ଏଥିରେ ବିଟା କେରୋଟିନ ରହିଛି। ୫୦ ଗ୍ରାମ ଗାଜରରେ ୨୫ କ୍ୟାଲୋରି ଥାଏ। ଆହୁରି ମଧ୍ୟ ଗାଜରରେ ଭିଟାମିନ ଏ ଭରପୂର ରହିଛି।

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ଶ୍ଵାସ ରୋଗୀଙ୍କ ପାଇଁ ସୁପର ଫୁଡ୍