ଅଧିକ ପଢ଼ନ୍ତୁ: ମେ’ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଦିଆଯିବ କରୋନା ଟିକା – ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ?

କରୋନା ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବଢୁଥିବା ବେଳେ ମେ’ ପହିଲାରୁ ଦେଶରେ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହେବ। ଏଥିରେ ୧୮ ବର୍ଷରୁ ଊର୍ଦ୍ଧ୍ଵ ନାଗରିକମାନେ ଟିକା ନେବେ। ଏଥିପାଇଁ ଏପ୍ରିଲ ୨୮ରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେଉଛି। ଟିକା ନେବା ପାଇଁ କୋଓ୍ଵିନ୍ ପୋର୍ଟାଲ୍ ଏବଂ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ମାଧ୍ୟମରେ ପଞ୍ଜୀକରଣର ବ୍ୟବସ୍ଥା କରାଯାଇଛି। ଆସନ୍ତୁ ଜାଣିବା ଆରୋଗ୍ୟ ସେତୁ ମୋବାଇଲ୍ ଆପ୍‌ରେ କିପରି ପଞ୍ଜୀକରଣ କରିବେ।

ଟିକା ପାଇଁ କେମିତି କରିବେ ପଞ୍ଜୀକରଣ?

  • ପ୍ରଥମେ ଆପଣଙ୍କ ଆରୋଗ୍ୟ ସେତୁ ଆପକୁ ଅପଡେଟ୍ କରେଇ ନିଅନ୍ତୁ।
  • ଏହାପରେ ଆରୋଗ୍ୟ ସେତୁ ଆପର ହୋମପେଜକୁ ଯାଇ ଡାହାଣ ପାର୍ଶ୍ଵରେ ଥିବା କୋ-ଓ୍ଵିନ୍ ଉପରେ କ୍ଲିକ୍ କରନ୍ତୁ।
  • କୋ-ଓ୍ଵିନ୍‌ ପେଜ ଖୋଲିବା ପରେ ସେଠାରେ ଆପଣଙ୍କୁ ୪ଟି ଅପସନ୍ ଦେଖିବାକୁ ମିଳିବ। ଭ୍ୟକ୍ସିନ ବିଷୟରେ ସୂଚନା, ଭ୍ୟକ୍ସିନେସନ, ଭ୍ୟକ୍ସିନ ସାର୍ଟିଫିକେଟ ଏବଂ ଭ୍ୟାକ୍ସିନ ଡାସବୋର୍ଡ।
  • ଭ୍ୟାକ୍ସିନେସନ ଅପସନ ଉପରେ କ୍ଲିକ୍ କରନ୍ତୁ।
  • ଏହାପରେ ନିଜ ମୋବାଇଲ ନମ୍ଵର ଦେଇ ଲଗ୍‌ଇନ୍ ବା ରେଜିଷ୍ଟର କରନ୍ତୁ।
  • ଲଗ୍‌ଇନ୍ କରିବା ପରେ ଆପଣଙ୍କ ନମ୍ଵରକୁ ଏକ ୬ ଅଙ୍କ ବିଶିଷ୍ଟ ନମ୍ଵର ବା ଓଟିପି ଆସିବ, ଏହାକୁ ସେଠାରେ ଭେରିଫାଇ କରନ୍ତୁ।
  • ଥରେ ଆପଣଙ୍କ ନମ୍ଵର ଭେରିଫାଇ ହେବା ପରେ ଆପଣଙ୍କୁ ନିଜର ପରିଚୟ ପତ୍ରକୁ ଏଥିରେ ଅପଲୋଡ କରିବାକୁ ପଡ଼ିବ।
  • ଏଥିପାଇଁ ଆପଣ ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ, ପାସପୋର୍ଟ, ପେନସନ୍ ପାସ୍ ବୁକ୍, ଏନପିଆର୍ ସ୍ମାର୍ଟ କାର୍ଡ ଏବଂ ଭୋଟର ପରିଚୟପତ୍ର ଇତ୍ୟାଦି ମଧ୍ୟରୁ କୌଣସି ଗୋଟିଏ ଦେଇ ପାରିବେ।
  • ଏହାପରେ ନିଜ ନାମ, ଲିଙ୍ଗ, ଜନ୍ମ ତାରିଖ ଇତ୍ୟାଦି ପୂରଣ କରନ୍ତୁ।
  • ଆପଣ ଗୋଟିଏ ଆପ୍‌ରୁ ସର୍ବାଧିକ ୪ ଜଣଙ୍କ ଟିକା ପାଇଁ ପଞ୍ଜୀକରଣ କରି ପାରିବେ।
  • ପଞ୍ଜୀକୃତ ହୋଇଯିବା ପରେ ଆପଣ ନିକଟସ୍ଥ ଟିକା କେନ୍ଦ୍ର ବାଝିପାରିବେ।
  • ଶେଷରେ ଆପଣଙ୍କ ପଞ୍ଜୀକରଣ ସଫଳ ହୋଇଛି ବୋଲି ମୋବାଇଲକୁ ଏକ ଏସଏମଏସ ଆସିବ। ଏଥିରେ ଆପଣ କେଉଁଦିନ ଆଉ କେତେବେଳେ ଟିକା ନେବେ ସୂଚନା ପାଇପାରିବେ।

ସୌଜନ୍ୟ: ଓଡ଼ିଶାଲାଇଭ୍‌