ସ୍ନିଗ୍ଧାରାଣୀ ଷଡ଼ଙ୍ଗୀ

ଶରୀର ପାଇଁ ପାଳଙ୍ଗ ଶାଗ ବେଶ୍‌ ଲାଭଦାୟକ। ଏଥିରେ ଭିଟାମିନ୍‌ ଏ, ସି, କେ, ମ୍ୟାଗ୍ନେସିୟମ, ଆଇରନ ଏବଂ ମାଙ୍ଗାନିଜ୍‌ ଭରପୁର ମାତ୍ରାରେ ରହିଥାଏ। ପାଳଙ୍ଗ ଶାଗ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତିରେ ସୁଧାର ଆସିଥାଏ, ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।

ତେଣୁ, ପାଳଙ୍ଗ ଖାଇବାର ପାଞ୍ଚୋଟି ଫାଇଦା ବିଷୟରେ ଜାଣନ୍ତୁ।

୧) ପାଳଙ୍ଗରେ ଭରପୂର ମାତ୍ରାରେ ଭିଟାମିନ୍ ଏ, ବି, ସି, ଆଇରନ୍, କ୍ୟାଲସିୟମ୍, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଫାଇବର୍, ଖଣିଜ ପଦାର୍ଥ, ମ୍ୟାଗ୍ନେସିୟମ୍ ଭଳି ତତ୍ତ୍ୱ ମହଜୁଦ୍ ରହିଛି। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭକାରୀ। 

୨) ଏହା ଦୃଷ୍ଟିଶକ୍ତି ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ମଜଭୁତ କରିଥାଏ।

୩) ପାଳଙ୍ଗରେ ପ୍ରଚୁର ମାତ୍ରାରେ ଆଇରନ୍ ଥିବାରୁ ଏହା ହିମୋଗ୍ଲୋବିନ୍ ସ୍ତରକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ତେଣୁ ଗର୍ଭବତୀ ମହିଳାମାନେ ଖାଦ୍ୟରେ ପାଳଙ୍ଗ ଶାଗକୁ ସାମିଲ କରିବା ଦରକାର।

୪) ପାଳଙ୍ଗ ଶରୀରକୁ ଫାଇବର ପ୍ରଦାନ କରିବା ସହ କ୍ୟାଲୋରିକୁ ମଧ୍ୟ ନିୟନ୍ତ୍ରଣ କରିଥାଏା ଆପଣ ଯଦି ଦୈନିକ ନିଜ ଖାଦ୍ୟ ସହ ଗୋଟେ କପ୍‌ ପାଳଙ୍ଗକୁ ମିଶାଇ ଖାଇବେ ତେବେ ଆପଣ ଶରୀରରେ ଫରକ୍ ଦେଖିପାରିବୋ

୫) ନିୟମିତ ପାଳଙ୍ଗ ଶାଗ ଖାଇବା ଦ୍ୱାରା ତ୍ୱଚା ସୁସ୍ଥ ରହିଥାଏ।