ପିଲାମାନେ ବିଛଣାରେ ପରିସ୍ରା କରିବା ଏକ ସାଧାରଣ କଥା। ମାତ୍ର ପିଲା ସାମାନ୍ୟ ବଡ଼ ହୋଇଗଲା ପରେ ଏପରି କଲେ ସମସ୍ୟା ହୋଇଥାଏ। ଆସନ୍ତୁ ଜାଣିବା ଏପରିସ୍ଥଳେ କ’ଣ କରିବା ଆବଶ୍ୟକ।

Childଛୋଟ ବେଳେ ବିଛଣାରେ ପରିସ୍ରା କରିବା କୌଣସି ସମସ୍ୟା ଭାବେ ଗଣତି କରାଯାଇନଥାଏ। କିନ୍ତୁ ଅନେକ ପିଲା ବଡ଼ ହୋଇଗଲା ପରେ ମଧ୍ୟ ବିଛଣାରେ ପରିସ୍ରା କରିବା ଅଭ୍ୟାସ ଛାଡ଼ି ନଥାଆନ୍ତି। ଏହି ସମସ୍ୟାରୁ ମୁକ୍ତି ନିମନ୍ତେ ଅନେକ ସମୟରେ ଚିକିତ୍ସା କରିବା ସତ୍ତ୍ୱେ କୌଣସି ସୁଫଳ ମିଳି ନଥାଏ। ଏପରିସ୍ଥଳେ ବାପା ମା’ଙ୍କୁ ଅଧିକ ଚିନ୍ତିତ ହେବା ଆବଶ୍ୟକ ନାହିଁ। ସମୟ ଅନୁସାରେ ଏହି ସମସ୍ୟାର ମଧ୍ୟ ସମାଧାନ ହୋଇପାରିବ।

ପିଲା ବିଛଣାରେ କାହିଁକି ପରିସ୍ରା କରନ୍ତି?

Childଅଧିକାଂଶ ପିଲାମାନଙ୍କର ମୂତ୍ରାଶୟ କୌଣସି କାରଣରୁ ସଠିକ ଭାବେ ବୃଦ୍ଧି ହୋଇପାରିନଥାଏ। ଏପରିସ୍ଥଳେ ପିଲା ଅଧିକ ସମୟ ପରିସ୍ରା ଅଟକାଇପାରେ ନାହିଁ। ଫଳରେ ବିଛଣାରେ ପରିସ୍ରା କରିଦେଇଥାଏ।

ଅନେକ ସମୟରେ ଶରୀରର ସ୍ନାୟୁତନ୍ତ୍ର ଠିକ ରୂପେ କାର୍ଯ୍ୟ କରିନଥାଏ। ସେହି କାରଣରୁ କେତେବେଳେ ପରିସ୍ରା କରିବା ଉଚିତ ପିଲା ଜାଣିପାରେ ନାହିଁ ଏବଂ ବିଛଣାରେ ପରିସ୍ରା କରିଦିଏ।

Childକେତେକ ପିଲାମାନଙ୍କର ଶରୀରରେ ଆଣ୍ଟି ଡାଇୟୁରେଟିକ ହରମୋନ ତିଆରି ହୋଇପାରେ ନାହିଁ। ସେଥିପାଇଁ ପିଲାମାନେ ଶୋଇବା ସମୟରେ ନିଜ ପରିସ୍ରା ଉପରେ ନିୟନ୍ତ୍ରଣ ରଖିପାରନ୍ତି ନାହିଁ।

ଛୋଟ ବେଳେ ଅନେକ ପିଲା ଡାଇବେଟିସରେ ଆକ୍ରାନ୍ତ ହୋଇଥାଆନ୍ତି। ଶରୀରରେ ଅଧିକ ଶର୍କରା କ୍ଷରଣ କାରଣରୁ ସେମାନେ ବାରମ୍ବାର ପରିସ୍ରା କରିଥାଆନ୍ତି।

Childମାନସିକ ଚାପ କାରଣରୁ ପିଲାମାନେ ବିଛଣାରେ ପରିସ୍ରା କରିଦିଅନ୍ତି। କେହି କେହି ପିଲା ପାଠ ପଢ଼ିବାକୁ ନେଇ ଅଧିକ ଭୟଭୀତ ହୋଇଯାଇଥାଆନ୍ତି। ପାଠ ପଢ଼ାକୁ ନେଇ ଘରର ଚାପ ସେମାନେ ବରଦାସ୍ତ କରିପାରନ୍ତି ନାହିଁ। ଫଳରେ ରାତିରେ ଶୋଇବା ବେଳେ ବିଛଣାରେ ପରିସ୍ରା କରିଦିଅନ୍ତି।

ପିଲାମାନେ ଦିନ ସାରା ଖେଳିବା ଯୋଗୁଁ କ୍ଲାନ୍ତି ଅନୁଭବ କରିଥାଆନ୍ତି। ରାତିରେ ଶୋଇବା ସମୟରେ ସେମାନେ କେଉଁଠି ପରିସ୍ରା କରୁଛନ୍ତି ଜାଣିପାରିନଥାନ୍ତି। ତେଣୁ ସେମାନେ ଶୋଇଥିବା ସ୍ଥାନରେ ପରିସ୍ରା କରିଦେଇଥାଆନ୍ତି।

Childଭାବବିହ୍ବଳ ହୋଇ ପିଲାମାନେ ବିଛଣାରେ ପରିସ୍ରା କରନ୍ତି। ଅନେକ ସମୟରେ ପିଲାଙ୍କୁ ବାରମ୍ବାର ଗାଳିଦେବା ଫଳରେ ସେହି କଥା ସବୁ ତାଙ୍କ ମସ୍ତିଷ୍କରେ ରହିଯାଏ। ଯାହାଫଳରେ ଡରିଯାଇ ସେମାନେ ବିଛଣାରେ ପରିସ୍ରା କରି ଦିଅନ୍ତି।

ଅନେକ ସମୟରେ ବିଛଣାରେ ପରିସ୍ରା କରିବା ବଂଶାନୁକ୍ରମିକ ହୋଇଥାଏ। ଘରର ଅନ୍ୟ ବଡ଼ ପିଲା କିମ୍ବା ବଡ଼ଲୋକମାନେ ତାଙ୍କ ପିଲା ଦିନେ ବିଛଣାରେ ପରିସ୍ରା କରିବା ମଧ୍ୟ ଏହାର କାରଣ ହୋଇପାରେ।

Childସ୍ବପ୍ନ ଦୋଷ ଯୋଗୁଁ ବିଛଣାରେ ପରିସ୍ରା ହୋଇଯାଏ। କୌଣସି ଭୟାନକ ସ୍ବପ୍ନ ଦେଖି ପିଲା ଡରି ଯାଏ। ତେଣୁ ବିଛଣାରେ ପରିସ୍ରା କରିଦେଇଥାଏ।

ଅତ୍ୟଧିକ ଖାଦ୍ୟ ଖାଇବା ଯୋଗୁଁ ମଧ୍ୟ ବିଛଣାରେ ପରିସ୍ରା ହୁଏ। ପିଲାମାନେ ଅଜାଣତରେ ଅଧିକ ଖାଦ୍ୟ ଖାଇଦେଇଥାଆନ୍ତି। ଫଳରେ ବିଛଣାରେ ପରିସ୍ରା ହୋଇଗଲେ ମଧ୍ୟ ଜାଣିପାରିନଥାଆନ୍ତି।

ୟୁରିନାରି ଟ୍ରାକ୍ଟ ବା ମୂତ୍ର ନଳୀ ଇନଫେକସନ ହୋଇଗଲେ ପିଲା ବାରମ୍ବାର ପରିସ୍ରା କରିଥାଏ। ତେଣୁ ବିଛଣାରେ ଅଜାଣତରେ ପିଲା ପରିସ୍ରା କରିଦେଇଥାଏ।

childଅସନ୍ତୁଳିତ ହର‌ମୋନ ଯୋଗୁଁ ମଧ୍ୟ ପିଲାମାନଙ୍କର ବିଛଣାରେ ପରିସ୍ରା ହୋଇଯାଇଥାଏ।

ପିଲାମାନେ ବିଛଣାକୁ ଯିବା ପୂର୍ବରୁ ଅଧିକ ପାଣି କିମ୍ବା ତରଳ ଖାଦ୍ୟ ସେବନ କରିବା ଦ୍ବାରା ମଧ୍ୟ ସେମାନେ ବିଛଣାରେ ପରିସ୍ରା କରିଥାନ୍ତି।

କିପରି ରୋକିବେ ଏହି ଅଭ୍ୟାସ?

ପିଲାଙ୍କ ଶୋଇବା ଘରେ ଆଲାର୍ମ ରଖନ୍ତୁ। ଏପରି କରିବା ଫଳରେ ଉଭୟ ବାପା ମା’ ଏବଂ ପିଲା ପରିସ୍ରାକୁ ନେଇ ସଜାଗ ରହିପାରିବ।

Childପିଲାଙ୍କୁ ଶୋଇବା ପୂର୍ବରୁ ବାଥ୍‌ରୁମ୍‌ ନିଅନ୍ତୁ। ଏହାଫଳରେ ସେମାନଙ୍କ ବିଛଣାରେ ପରିସ୍ରା କରିବା ଅଭ୍ୟାସ ଧିରେ ଧିରେ କମିଯିବ।

ପିଲାଙ୍କୁ କଫିନ୍ଯୁକ୍ତ ପାନୀୟ କମ ଦିଅନ୍ତୁ। କଫିନଯୁକ୍ତ ପାନୀୟ ସେବନ ଦ୍ବାରା ମଧ୍ୟ ପିଲା ବିଛଣାରେ ପରିସ୍ରା କରିଥାନ୍ତି।

ପିଲାଙ୍କ କୋଠରୀରେ ହାଲୁକା ଲାଇଟ ଲଗାନ୍ତୁ। ଅନେକ ସମୟରେ ଅନ୍ଧାର ପାଇଁ ପରିସ୍ରା ଲାଗୁଥିଲେ ମଧ୍ୟ ପିଲାମାନେ ବିଛଣାରୁ ଉଠନ୍ତି ନାହିଁ। ଏବଂ ନିଦରେ ବିଛଣାରେ ପରିସ୍ରା କରି ଦେଇଥାନ୍ତି।

Childଅନେକ ବାପା ମା’ ପିଲା ବିଛଣାରେ ପରିସ୍ରା କଲେ ଗାଳି ଦେଇଥାନ୍ତି। ମାତ୍ର ଏପରି କରନ୍ତୁ ନାହିଁ। ପିଲାଙ୍କୁ ବାରମ୍ବାର ବୁଝାନ୍ତୁ।

ଯେଉଁଦିନ ସେମାନେ ବିଛଣାରେ ପରିସ୍ରା କରୁ ନାହାନ୍ତି ସେଦିନ କିଛି ଉପହାର ଦିଅନ୍ତୁ। ଏପରି କରିବା ସେମାନଙ୍କ ବିଛଣାରେ ପରିସ୍ରା କରିବା ଧୀରେ ଧୀରେ ବନ୍ଦ ହୋଇଯିବ।

ଅନେକ ଚେଷ୍ଟା ସତ୍ତ୍ୱେ କୌଣସି ସୁଫଳ ନ ମିଳିଲେ ଶିଶୁ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।