ବର୍ତ୍ତମାନ ସମୟରେ ଅନେକ ଲୋକ କିଛି କାରଣ ନଥାଇ ବିରକ୍ତି ଭାବ ପ୍ରକାଶ କରିଥାଆନ୍ତି। ଅନ୍ୟମାନଙ୍କ ଉପରେ ରାଗିଥା’ନ୍ତି। ତେବେ କେବେ ଭାବିଛନ୍ତି କାହିଁକି ଏମିତି ହେଉଛି, କେତେ ଦିନ ହେବ ଏମିତି ହେଉଛି, ଏହା ପଛରେ କାରଣ କ’ଣ ହୋଇପାରେ?
ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ କାମର ଚାପ, ଘରର ଦାୟିତ୍ୱ ଆଦି ଯୋଗୁଁ ଚିନ୍ତାରେ ରହିଥାଆନ୍ତି। ଏହା ତାଙ୍କ ନିତିଦିନିଆ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ।
ଯଦି କାମର ଚାପ ବଢ଼ୁଛି ତେବେ ସେ ବ୍ୟକ୍ତିଜଣଙ୍କ ନିଜପାଇଁ ସମୟ ଦେବାକୁ ଭୁଲିଯାଆନ୍ତି, ଖାଇବାକୁ ଭୁଲିଯାଆନ୍ତି, ଯେଉଁଥିପାଇଁ ରାଗ, ବିରକ୍ତିଭାବ ପ୍ରକାଶ ପାଇଥାଏ। ଫଳରେ ବ୍ୟକ୍ତି ସମସ୍ତଙ୍କ ଉପରେ ଚିଡ଼ଚିଡ଼ ହୋଇଥାଆନ୍ତି।
ଯଦି ଏମିତି ହେଉଛି ତେବେ ନିଜ ନିତିଦିନିଆ କାର୍ଯ୍ୟ ତାଲିକାର ଏକ ରୁଟିନ୍ ପ୍ରସ୍ତୁତ କରନ୍ତୁ। ସବୁକାମ ଲାଗି ପ୍ରତିଦିନ ଅଳ୍ପସମୟ ହେଲେବି ସମୟ ବାହାର କରନ୍ତୁ।
ଅନ୍ୟମାନଙ୍କ ପାଇଁ ନୁହେଁ କେମିତି ନିଜେ ଖୁସି ରହିବେ ତାହା ଚିନ୍ତା କରିବା ଦରକାର, କ’ଣ କଲେ ଆପଣଙ୍କୁ ଖୁସି ଲାଗିବା, ସେହିଭଳି କାର୍ଯ୍ୟ କରନ୍ତୁ।
ନିଜ ପରିବାର ଓ ସାଙ୍ଗସାଥୀଙ୍କ ସହ କଥାବାର୍ତ୍ତା ହୁଅନ୍ତୁ।
ସାଙ୍ଗସାଥୀ ଅଥବା ନିଜ ପ୍ରିୟଜନ ଙ୍କ ସହ ବାହାରକୁ ବୁଲିବାକୁ ଯାଆନ୍ତୁ।
ମନପସନ୍ଦର ଗୀତ ଶୁଣନ୍ତୁ।
ନିୟମିତ ବ୍ୟାୟାମ, ଯୋଗ ଏବଂ ମେଡିଟେସନ୍ କରନ୍ତୁ।