ଛୋଟ ବେଳେ ଅନେକ ପିଲାଙ୍କର ନଖ କାମୁଡ଼ିବା ଅଭ୍ୟାସ ରହିଛି। ନଖ କାମୁଡ଼ିବା ଦ୍ୱାରା ଶରୀରରେ ଅନେକ ସମସ୍ୟା ଦେଖାଯାଇଥାଏ।

Nail bitingହାତରେ ନଖ ରହିଲେ ବିଭିନ୍ନ ରୋଗ ହୁଏ। ବିଶେଷ କରି ଛୋଟ ବେଳେ ପିଲାମାନଙ୍କର ନଖ କାମୁଡ଼ିବା ଅଭ୍ୟାସ ରହିଛି। ଛୋଟ ଛୁଆମାନଙ୍କର ନୂଆ ଦାନ୍ତ ଉଠିବା ଯୋଗୁଁ ସେମାନେ ସବୁ ଜିନିଷ ଚୋବାଇବାକୁ ପସନ୍ଦ କରିଥାଆନ୍ତି। ତେଣୁ ହାତର ନଖକୁ ବାରମ୍ବାର ମନା କରିବା ସତ୍ତ୍ୱେ ପାଟିରେ ପୁରାଇଥାଆନ୍ତି। କେହି କେହି ଏହାକୁ ଅଧିକ ଗୁରୁତ୍ୱ ଦେଉ ନଥିବା ବେଳେ ଅନେକ ବାପମା’ ଏଥିପାଇଁ ଚିନ୍ତିତ ହୋଇପଡ଼ନ୍ତି।

ଠିକ ସମୟରେ ନଖ କାଟନ୍ତୁ

Nail bitingଛୋଟ ବେଳେ ପିଲାମାନେ ସହଜରେ ସେମାନଙ୍କ ନଖ କାଟିବାକୁ ଦେଇନଥାନ୍ତି। କିନ୍ତୁ ନଖ ବଡ଼ ହୋଇଗଲେ ସେଥିରେ ମଇଳା ଜମି ରହେ। ଫଳରେ ଛୁଆ ସେହି ନଖକୁ ପାଟିରେ ପୁରେଇବା ଯୋଗୁଁ ବିଭିନ୍ନ ରୋଗ ସମସ୍ୟା ଦେଖାଦେଇଥାଏ। ପିଲାଙ୍କ ନଖ କାମୁଡ଼ିବା ଅଭ୍ୟାସ ଛଡ଼ାଇବା ଲାଗି ସେମାନଙ୍କ ନଖ ବଡ଼ ହେବାକୁ ସୁଯୋଗ ଦିଅନ୍ତୁନି। ଠିକ ସମୟରେ ସେମାନଙ୍କ ନଖ କାଟନ୍ତୁ।

କିଛି ଚୋବାଇବାକୁ ଦିଅନ୍ତୁ

Nail bitingଯେତେବେଳେ ବି ପିଲା ନଖ ପାଟିରେ ପୁରାଉଛି ସେତେବେଳେ ସେମାନଙ୍କୁ ରୋକନ୍ତୁ। ଖେଳିବା ସମୟରେ ସେମାନଙ୍କ ପାଖରେ ବାଦାମ, ଚଣା, ପପକର୍ଣ୍ଣ ଭଳି ଖାଦ୍ୟ ରଖନ୍ତୁ। ଏହାଫଳରେ ସେମାନଙ୍କ ପାଟି ବ୍ୟସ୍ତ ରହିବା ସହ ଅନ୍ୟ ଆଡ଼କୁ ଧ୍ୟାନ ଚାଲିଯାଇଥାଏ।

କୌଣସି ସିଗନାଲ ବ୍ୟବହାର କରନ୍ତୁ

ପିଲାମାନଙ୍କର ଅନେକ କଥାକୁ ଧ୍ୟାନ ଦେଇନଥାଆନ୍ତି। ଅଭ୍ୟାସଗତ କାରଣରୁ ସେମାନେ ଅଜାଣତରେ ମଧ୍ୟ ନଖ କାମୁଡ଼ି ଥାଆନ୍ତି। ଏପରିସ୍ଥଳେ ଆପଣ ପିଲାର କାନ୍ଧକୁ କିମ୍ବା ମୁଣ୍ଡକୁ ଛୁଇଁବା ଫଳରେ ପିଲାର ସେଥି ପ୍ରତି ଧ୍ୟାନ ରୁହେ ନାହିଁ। ଏହି ଅଭ୍ୟାସ ଛଡ଼େଇବା ପାଇଁ ଆପଣ କୋଡ ଶବ୍ଦ ମଧ୍ୟ ବ୍ୟବହାର କରିପାରିବେ।

Nail bitingବାରମ୍ବାର ବୁଝାନ୍ତୁ

ପିଲାକୁ କୁହନ୍ତୁ ଯେ ଯଦି ସେ ନଖ କାମୁଡ଼ିବା ବନ୍ଦ କରେ, ତେବେ ତାକୁ ଚକୋଲେଟ ମିଳିବ। ପରେ ଆପଣ ଛୁଆକୁ ଆଇସକ୍ରିମ, ବିସ୍କୁଟ, ଚକୋଲେଟ, ପେନସିଲ, ଖେଳନା ଦେଇପାରିବେ। ଖାଇବା ବେଳେ, ପାଖରେ ଶୋଇଥିବା ସମୟରେ ନଖ କାମୁଡ଼ିଲେ ଅନେକ ରୋଗ ହୁଏ ବୋଲି ବାରମ୍ବାର ବୁଝାଇପାରିବେ।

Nail bitingପିଲା ନଖ କାମୁଡ଼ିବାବେଳେ ପିଲାଙ୍କୁ ରୋକନ୍ତୁ। ପିଲାମାନଙ୍କୁ ଧୈର୍ଯ୍ୟ ସହକାରେ ବୁଝାନ୍ତୁ। ମନେ ରଖନ୍ତୁ, ପିଲାକୁ ଯେପରି କୌଣସି ଆଘାତ ନ ପାଆନ୍ତି। ଅନେକ ବାପା ମା’ କିଛି ନ ବୁଝି ଅତ୍ୟଧିକ ରାଗ କାରଣରୁ ପିଲାଙ୍କୁ ଗାଳି ଦେଇଥାନ୍ତି। ଏପରି କରିବା ଫଳରେ ପିଲା ଆହୁରି ଚିଡ଼ଚିଡ଼ ହୋଇଯାଏ। ବାହାର ଜାଗାରେ ପିଲା ନଖ କାମୁଡ଼ିଲେ ତା ନାମ ଧରି ଡାକନ୍ତୁ ଏବଂ ଅନ୍ୟ କୌଣସି କାମରେ ତାକୁ ବ୍ୟସ୍ତ ରଖନ୍ତୁ। ଏପରି କରିବା ଦ୍ବାରା ପିଲା ନଖ କାମୁଡ଼ିବାଠାରୁ ଦୂରେଇ ରହିବେ।

ଅନେକ ସମୟରେ ଛୋଟ ପିଲାମାନଙ୍କ ବ୍ୟତୀତ ବଡ଼ ପିଲାମାନେ ମଧ୍ୟ କଥା ମଝିରେ କିମ୍ଵା କାମ କରୁଥିବା ସମୟରେ ନଖ କାମୁଡ଼ନ୍ତି। ସାଧାରଣତଃ ଚାପ ଓ ଅଭ୍ୟାସ କାରଣରୁ ମଧ୍ୟ ଏପରି ହୋଇଥାଇପାରେ। ତେଣୁ ଯଥାସମ୍ଭବ ସେମାନଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରନ୍ତୁ। ଶିଶୁ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।