ଅର୍ଶ, ମଳକଣ୍ଟକ, ଭଗନ୍ଦର କାହିଁକି ହୁଏ? କେମିତି କରିବେ ଏହି ରୋଗର ଚିକିତ୍ସା? ଏନେଇ ବରିଷ୍ଠ ସର୍ଜରୀ କନସଲଟାଣ୍ଟ ଡାକ୍ତର ନରହରି ପଣ୍ଡା କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ଅର୍ଶ, ମଳକଣ୍ଟକ ଓ ଭଗନ୍ଦର ଏ ସମସ୍ତ ହେଉଛି ମଳାଶୟ ଓ ମଳଦ୍ଵାରଗତ ରୋଗ। କେତେକ ବ୍ୟକ୍ତିଙ୍କର ମଳତ୍ୟାଗ ସମୟରେ ବା ପରେ ମଳଦ୍ଵାରରୁ ରକ୍ତ ନିର୍ଗତ ହୋଇଥାଏ। ଏହା ସହିତ ମଳତ୍ୟାଗ ସମୟରେ ପ୍ରବଳ କଷ୍ଟ ମଧ୍ୟ ହୁଏ। ଏହା ମଳକଣ୍ଟକ, ଅର୍ଶ ହୋଇପାରେ। ଅନ୍ୟ କେତେକଙ୍କ ମଳଦ୍ଵାର ପାର୍ଶ୍ୱରେ ଏକ ଛିଦ୍ର ହେବା ସହ ସେଥିରୁ ମଳ, ରକ୍ତ ପଡ଼ିଥାଏ। ଏହାର ଭଗନ୍ଦର ବୋଲି କୁହାଯାଏ?

ମଳକଣ୍ଟକ ହେଉଛି ଏକ ପ୍ରକାର ଘା’। ଏହି ଘା’ ଧୀରେ ଧୀରେ ବୃଦ୍ଧି ପାଇ ମଳକଣ୍ଟକରେ ପରିଣତ ହୋଇଥାଏ। ମଳକଣ୍ଟକ ହେଲେ ମଳତ୍ୟାଗ ବେଳେ କଷ୍ଟ ଅନୁଭବ ହୁଏ ଓ ରକ୍ତ ବି ପଡ଼ିଥାଏ। ଏହି ସମସ୍ୟା ୭୮ ପ୍ରତିଶତ ଲୋକଙ୍କଠାରେ ଦେଖାଦିଏ।

ଅର୍ଶ: ମଳତ୍ୟାଗ ବେଳେ କୌଣସି କଷ୍ଟ ଅନୁଭବ ହୁଏ ନାହିଁ କିନ୍ତୁ ଅଧିକ ପରିମାଣରେ ରକ୍ତ ନିର୍ଗତ ହୋଇଥାଏ।

ଭଗନ୍ଦର: ମଳଦ୍ୱାର ବାହାରେ ଗୋଟିଏ କଣା ହୋଇଯାଏ ଓ ଏଥିରୁ ପୁଜ, ପାଣି ଓ ମଳ ନିର୍ଗତ ହୁଏ।

constipation

ଅଧିକ ପଢ଼ନ୍ତୁ: କୋଷ୍ଠକାଠିନ୍ୟ ଦୂର କରିଥାଏ ପଦ୍ମାସନ

ମଳକଣ୍ଟକ, ଅର୍ଶ ଓ ଭଗନ୍ଦରର ପ୍ରକାରଭେଦ (Different types of Fissure, Piles and Fistula in Odia)

ମଳକଣ୍ଟକ ଦୁଇପ୍ରକାର: ଯେପରିକି ଅଳ୍ପ କିଛି ଦିନ ଧରି ହୋଇଥିବା ଘା’ ଓ ଅନେକ ଦିନରୁ ଶୁଖିଯାଇଥିବା ଘା’।

ଅର୍ଶ ମଧ୍ୟ ଦୁଇ ପ୍ରକାର: ମଳକଣ୍ଟକ ଯୋଗୁଁ ଅର୍ଶ ହେବା ଏବଂ ବଂଶଗତ କାରଣରୁ ଅର୍ଶ ହେବା।

ଭଗନ୍ଦର ଦୁଇ ପ୍ରକାରର: ଅଳ୍ପ ଦୂର ଭଗନ୍ଦର, ବହୁ ଦୂର ଭଗନ୍ଦର।

ମଳକଣ୍ଟକ, ଅର୍ଶ ଓ ଭଗନ୍ଦର ହେବାର କାରଣ (Causes of Fissure, Piles and Fistula in Odia)

ମଳକଣ୍ଟକ ହେବାର ପ୍ରଥମ କାରଣ ହେଉଛି ପାଣି ନ ପିଇବା। ଅନେକ ଲୋକ ଅଛନ୍ତି ଦିନ ଯାକ ପାଣି ପିଅନ୍ତି ନାହିଁ। ମଳକଣ୍ଟର ଆଉ ଏକ କାରଣ ହେଉଛି ମାଂସ, ମସଲାଜାତୀୟ ଖାଦ୍ୟ ଅଧିକ ଖାଇବା ଦ୍ୱାରା ମଳଦ୍ୱାର ସଙ୍କୁଚିତ ହୋଇ ମଳଦ୍ୱାରରେ ଘା’ ସୃଷ୍ଟି ହୁଏ। ପ୍ରତିଦିନ ମଳତ୍ୟାଗ କରନ୍ତୁ। ମଳଦ୍ୱାରରେ କଠିନ ଝାଡ଼ା ହେଲେ ଆଘାତ ହୋଇ ସେଠାରେ ଘା’ ସୃଷ୍ଟି ହୋଇଥାଏ। ଘା’ ହେଉଛି ମଳକଣ୍ଟକର ଆରମ୍ଭ। ମଳକଣ୍ଟକ ଯୋଗୁଁ ଅର୍ଶ ଓ ଭଗନ୍ଦର ସମସ୍ୟା ସୃଷ୍ଟି ହୋଇଥାଏ।

fistula

ଅଧିକ ପଢ଼ନ୍ତୁ: କୋଷ୍ଠକାଠିନ୍ୟ ଦୂର କରେ ଓଲୁଅ

ମଳକଣ୍ଟକ, ଅର୍ଶ ଓ ଭଗନ୍ଦର ଲକ୍ଷଣ (Symptoms of Fissure, Piles and Fistula in Odia)

ମଳତ୍ୟାଗ ବେଳେ ବହୁତ କଷ୍ଟ ହେବା

ଝାଡ଼ା ବସିବା ବେଳେ ବହୁତ କୁନ୍ଥେଇବାକୁ ପଡ଼ୁଛି

ମଳକଣ୍ଟକ ସବୁବେଳେ କଷ୍ଟ ଦାୟକ

ମଳକଣ୍ଟକ ଅଧିକ ବର୍ଷ ଧରି ରହିଲେ କ୍ୟାନ୍‌ସରର ରୂପ ନିଏ। ଗୋଟେ ସ୍ଥାନରେ ବାରମ୍ବାର ବାରମ୍ବାର ଘା’ ହେଲେ ତାହା କ୍ୟାନ୍‌ସରର କାରଣ ପାଲଟେ।

ଅର୍ଶର ଲକ୍ଷଣ

ମଳତ୍ୟାଗ ବେଳେ କଷ୍ଟ ଲାଗେ ନାହିଁ କିନ୍ତୁ ରକ୍ତ ଅତ୍ୟଧିକ ମାତ୍ରାରେ ବାହାରେ

ଭଗନ୍ଦରର ଲକ୍ଷଣ

ମଳଦ୍ୱାର ବ୍ୟତୀତ ମଳଦ୍ୱାର ବାହାରେ ଆଉ ଗୋଟେ କଣା ଥିବ।

ଅର୍ଶ, ମଳକଣ୍ଟକ, ଭଗନ୍ଦରର ଚିକିତ୍ସା (Treatment of Fissure, Piles and Fistula in Odia)

ଯଦି ମଳକଣ୍ଟକ ବର୍ଷେ, ଦୁଇବର୍ଷ କିମ୍ବା ୬ ମାସ ଧରି ହେଲାଣି, ତାହାକୁ ରାଡିକାଲ ପଦ୍ଧତି ମାଧ୍ୟମରେ ଚିକିତ୍ସା କରାଯାଏ। ଏହାଛଡ଼ା ମଳକଣ୍ଟକ ପାଇଁ ଆନାଲ ଡାଇଲେସନ୍‌ ମାଧ୍ୟମରେ ଚିକିତ୍ସା କରାଯାଏ।

ଲୋକଙ୍କର ଧାରଣା ରହିଛି ଯେ ମଳକଣ୍ଟକର ଅପରେସନ୍‌ ଥରେ କଲେ ଦୁଇବର୍ଷ ପରେ ପୁଣି ସମସ୍ୟା ସୃଷ୍ଟି ହୁଏ। କିନ୍ତୁ, ଅପରେସନ୍‌ ଭଲ ଭାବରେ ହେଲେ କୌଣସି ସମସ୍ୟା ହେବ ନାହିଁ। ମଳତ୍ୟାଗ ବେଳେ କଷ୍ଟ ହେଲେ ବା ରକ୍ତସ୍ରାବ ହେଲେ କିଛି ଔଷଧ ଦେଇ ତାହାର ପ୍ରତିକାର କରିହେବ।

ଅଧିକ ପଢ଼ନ୍ତୁ: ଉଷୁମ ପାଣି ପିଇଲେ ଦୂର ହୁଏ କୋଷ୍ଠକାଠିନ୍ୟ ସମସ୍ୟା

ମଳକଣ୍ଟକ, ଅର୍ଶ, ଭଗନ୍ଦରର ନିରାକରଣ (Prevention of Fissure, Piles and Fistula in Odia)

ପ୍ରଚୁର ପରିମାଣରେ ପାଣି ପିଇବେ, ଯେପରି ଦେଢ଼ଲିଟର ପାଣି ପରିସ୍ରା ଭାବେ ବାହାରିଯିବ। ପାଖାପାଖି ୩ରୁ ୪ ଲିଟର ପାଣି ପିଇବା ଦରକାର। ଯେଉଁ ଲୋକମାନଙ୍କର ମଳକଣ୍ଟକ ବା ଅର୍ଶ ହେଉଛି, ସେମାନେ ନିଶ୍ଚିତ ଭାବରେ ପାଣି କମ୍‌ ପିଅନ୍ତି।

ଫଳମୂଳ, ସବୁଜ ପନିପରିବା ଅଧିକ ମାତ୍ରାରେ ଖାଇବା ଦ୍ୱାରା ମଳକଣ୍ଟକ ସମସ୍ୟା ହୋଇନଥାଏ।

ଉପବାସ କରୁଥିବା ଲୋକମାନେ ବି ୩ରୁ ୪ ଲିଟର ପାଣି ପିଇବା ଜରୁରୀ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ନରହରି ପଣ୍ଡାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Piles, Fissures, and Fistula with their causes, symptoms, in Odia language, is based on an extensive interview with  Dr Narhari Panda, Senior surgeon.