କୌଣସି ବିଷୟରେ ସିଦ୍ଧାନ୍ତ ନେବାକୁ ଭୟ କରୁଥିଲେ, ଏହା ଡିସାଇଡୋଫୋବିଆର ଲକ୍ଷଣ ହୋଇପାରେ। (Decidophobia: Causes and Symptoms in Odia)

ଅନେକ ଲୋକ ଜୀବନରେ କୌଣସି ନିଷ୍ପତ୍ତି ନେବାକୁ ଭୟ କରନ୍ତି। କାଳେ ସେମାନଙ୍କର ନିଷ୍ପତ୍ତି ଭୁଲ୍ ହୋଇଯିବ, ଏହାଯୋଗୁଁ କିଛି କ୍ଷତି ହୋଇଯିବ ସେହି ଭୟରେ ସେମାନେ କିଛି ନିର୍ଣ୍ଣୟ ନେଇପାରନ୍ତି ନାହିଁ। ମନସ୍ତତ୍ତ୍ୱବିଦ୍‌ଙ୍କ ଅନୁସାରେ ଏହା ଏକ ପ୍ରକାର ଭୟ ବା ଡିସାଇଡୋଫୋବିଆର ଲକ୍ଷଣ।

କାରଣ କ’ଣ: (Causes of decidophobia in Odia)

ଡିସାଇଡୋଫୋବିଆ ହେବାର ଅନେକ କାରଣ ଥାଏ। ଯେପରିକି ପୂର୍ବରୁ ବ୍ୟକ୍ତିଜଣକ ସହ କୌଣସି ପ୍ରକାର ଦୁଃଖଦାୟକ ଘଟଣା ହୋଇଥିଲେ ସେ ସବୁ କଥାକୁ ତା ସହିତ ସଂଯୋଗ କରି ଦେଖିଥାଏ। କିଛି ଆନୁବଂଶିକ ଗୁଣ ବି ଏଥିପାଇଁ ଦାୟୀ। ଗବେଷଣା ଅନୁସାରେ ଆନୁବଂଶିକତା ଏବଂ ବ୍ରେନ୍ କେମେଷ୍ଟ୍ରି ସହିତ ଜୀବନର ଦୁଃଖଦ ଅଭିଜ୍ଞତା ମିଶି ଏଭଳି ସ୍ଥିତି ସୃଷ୍ଟି କରିଥାଏ। ଏହାଛଡ଼ା ଯେଉଁ ଲୋକମାନେ ମାନସିକ ଭାବେ ଚାପଗ୍ରସ୍ତ ଥିବେ ସେମାନେ ନିର୍ଣ୍ଣୟ ନେବାକୁ ଭୟ କରିଥା’ନ୍ତି।

ଲକ୍ଷଣ: (Symptoms of decidophobia in Odia) 

ଆପଣ ଡିସାଇଡୋଫୋବିଆର କେଉଁ ପର୍ଯ୍ୟାୟରେ ଅଛନ୍ତି ତା’ ଉପରେ ଲକ୍ଷଣ ନିର୍ଭର କରିଥାଏ। ସାଧାରଣତଃ ଡିସାଇଡୋଫୋବିଆର ଶିକାର ଲୋକମାନେ ଭୟଭୀତ, ବିଚଳିତ ରହିଥା’ନ୍ତି। ଶ୍ୱାସକ୍ରିୟା ସମ୍ପାଦନରେ ସମସ୍ୟା ଭୋଗିଥା’ନ୍ତି। ଏମାନଙ୍କର ଝାଳ ଅଧିକ ବୋହିଥାଏ, ହୃଦୟର ଗତି ତୀବ୍ର ହୁଏ, ତଣ୍ଟି ଶୁଖିଯିବା ଭଳି ଲାଗିଥାଏ। ଏହାଛଡ଼ା ସେମାନେ ସମୟ ସମୟରେ ଠିକ୍ ଭାବେ କଥା କହି ପାରନ୍ତି ନାହିଁ। ଅବଶ୍ୟ ଏହାଯୋଗୁଁ ବ୍ୟକ୍ତିଙ୍କୁ ସେଭଳି କିଛି ସମସ୍ୟା ହୋଇନଥାଏ। ତେବେ ଯଦି ଏହା ସାଧାରଣ ଜୀବନ ବିତାଇବା ଉପରେ ପ୍ରଭାବ ପକାଏ ତା’ ହେଲେ ବିଶେଷଜ୍ଞଙ୍କ ପରାମର୍ଶ ଜରୁରୀ।

doctor consulting alcoholic patient

କେତେବେଳେ କାଉନସିଲରଙ୍କ ପାଖକୁ ଯିବେ?

ଡିସାଇଡୋଫୋବିଆ ହୋଇଥିଲେ କାଉନସିଲରଙ୍କ ପରାମର୍ଶ ନେବା ଖୁବ୍ ଜରୁରୀ। ତେବେ କେତେବେଳେ କାଉନସିଲରଙ୍କର ସାହାଯ୍ୟ ନେବା ଆବଶ୍ୟକ ତାହା ଜାଣିରଖନ୍ତୁ। ଯେତେବେଳେ ଆପଣଙ୍କୁ କୌଣସି ନିର୍ଣ୍ଣୟ ନେବାର ଥିବ, କିନ୍ତୁ ଭୟରେ ଆପଣ ସେହି ନିର୍ଣ୍ଣୟ କରିପାରୁନଥିବେ; ଅଧିକନ୍ତୁ ସେହି ଡର ଆପଣଙ୍କୁ ଏଭଳି ବିଚଳିତ କରିଦେବ ଯେ ସେଥିରୁ ରକ୍ଷା ପାଇବା ଲାଗି ଆପଣ ବିଭିନ୍ନ ଉପାୟ ଅବଲମ୍ବନ କରିବେ। ଏଭଳି ସ୍ଥିତି ଆପଣଙ୍କର ବ୍ୟକ୍ତିଗତ ସଂପର୍କ ଏବଂ ପ୍ରଫେସନାଲ ଲାଇଫକୁ ପ୍ରଭାବିତ କରିଥାଏ। ଏପରି ଦେଖାଗଲେ ତୁରନ୍ତ କାଉନସିଲରଙ୍କ ପାଖକୁ ଯାଆନ୍ତୁ।

ନିର୍ଣ୍ଣୟ ନେବାପାଇଁ ଆପଣ ଅନ୍ୟ ଉପରେ ନିର୍ଭର କରିବେ: ଡିସାଇଡୋଫୋବିଆ ହୋଇଥିଲେ ଗୋଟିଏ ସମୟରେ ଏଭଳି ଅବସ୍ଥା ଆସିବ ଯେତେବେଳେ କି ଆପଣ ନିର୍ଣ୍ଣୟ ନେବାକୁ ଅନ୍ୟ ଉପରେ ନିର୍ଭର କରିବେ। ଏହାଯୋଗୁଁ ଧୀରେ ଧୀରେ ଆପଣ ନିଜେ କିଛି ନିର୍ଣ୍ଣୟ ନେଇପାରିବେ ନାହିଁ। ଏଭଳି ସ୍ଥିତିରେ କାଉନସିଲରଙ୍କ ପାଖକୁ ଯାଆନ୍ତୁ।

ଜ୍ୟୋତିଷ, ବାବାଙ୍କ ପରାମର୍ଶ ନେବା: ନିଜେ ସିଦ୍ଧାନ୍ତ ନେଇ ନ ପାରୁଥିବାରୁ ଅନେକ ସମୟରେ ଲୋକମାନେ ଜ୍ୟୋତିଷ, ବାବାମାନଙ୍କ ଶରଣକୁ ଯାଇଥା’ନ୍ତି। ଯଦି ବାରମ୍ବାର ଏପରି ହୁଏ ତା’ ହେଲେ ଏହା ଚିନ୍ତାଜନକ।

decidophobia

ନିଜେ ନିଜର ସହାୟତା କରନ୍ତୁ: ମନେ ରଖନ୍ତୁ ଡିସାଇଡୋଫୋବିଆ କିଛି ଗୁରୁତର ରୋଗ ନୁହେଁ। ଏହା ଏକ ମାନସିକ ଅବସ୍ଥା ମାତ୍ର। ତେଣୁ ଆପଣ ନିଜେ ନିଜର ସବୁଠୁ ଅଧିକ ସହାୟତା କରିପାରିବେ। ଯେତେବେଳେ ନିର୍ଣ୍ଣୟ ନେବାର ପରିସ୍ଥିତି ଆସିବ ସେତେବେଳେ ଏକ ଦୀର୍ଘନିଃଶ୍ୱାସ ନିଅନ୍ତୁ ଏବଂ ପରିସ୍ଥିତିକୁ କିଭଳି ମୁକାବିଲା କରିବେ ତାହା ଚିନ୍ତାକରନ୍ତୁ।

-ନିଜେ ସେହି ନିର୍ଣ୍ଣୟ ନେଇପାରିବେ ବୋଲି ନିଜ ଉପରେ ବିଶ୍ୱାସ କରନ୍ତୁ।

-କେବେହେଲେ ତରତର ହୁଅନ୍ତୁ ନାହିଁ । ସବୁବେଳେ ନିଜ ହୃଦୟର କଥାକୁ ଶୁଅନ୍ତୁ।

-ଯଦି ଆପଣଙ୍କୁ ଲାଗେ ଯେ ଆପଣଙ୍କୁ ଅନ୍ୟ କାହାର ପରାମର୍ଶର ଆବଶ୍ୟକତା ଅଛି, ତା’ ହେଲେ ନିଜର ସବୁଠୁ ଘନିଷ୍ଠ ଲୋକଙ୍କ ସହ ପରାମର୍ଶ କରନ୍ତୁ।

-ଯଦି ନିର୍ଣ୍ଣୟ ଭୁଲ୍ ହୁଏ ତା’ ହେଲେ ବି ତାକୁ ସ୍ୱୀକାର କରିବାକୁ ପଛାନ୍ତୁ ନାହିଁ। କାରଣ ଦୁନିଆରେ ଏପରି କେହି ହେଲେ ଲୋକନାହାନ୍ତି, ଯିଏ ଭୁଲ୍ କରନ୍ତି ନାହିଁ। ଧୀରେ ଧୀରେ ପରିସ୍ଥିତିରେ ପରିବର୍ତ୍ତନ ହେବ ବୋଲି ଆଶା ରଖନ୍ତୁ।

-କିଛି ବ୍ରିଦିଙ୍ଗ୍ ଏକ୍ସରସାଇଜ୍ କରନ୍ତୁ। ନିୟମିତ ଭାବେ ଯୋଗ ଓ ପ୍ରାଣାୟମ ଆପଣଙ୍କୁ ଶାନ୍ତ ରଖିବ। ଏହାଦ୍ୱାରା ଆପଣଙ୍କର ନିର୍ଣ୍ଣୟ ନେବାର କ୍ଷମତା ଦୃଢୀଭୂତ ହେବ।

-ଭୁଲରୁ ଶିଖିବାକୁ ପ୍ରୟାସ କରନ୍ତୁ। ଯଦି ପିଲାଦିନେ ଆପଣଙ୍କ ସହ କୌଣସି ଦୁର୍ଘଟଣା ହୋଇଥାଏ ଯାହାଯୋଗୁ ଆପଣ ନିର୍ଣ୍ଣୟ ନେବାକୁ ଭୟ କରୁଛନ୍ତି, ତା’ ହେଲେ ତାକୁ ବର୍ତ୍ତମାନ ସହ ଯୋଡ଼ନ୍ତୁ ନାହିଁ। ଦୁର୍ଘଟଣା ସମସ୍ତଙ୍କ ସହିତ ହୋଇଥାଏ। କିନ୍ତୁ ତାର ଅର୍ଥ ନୁହେଁ ଯେ ସେଥିରେ ପୀଡ଼ିତ ହୋଇ ଅଟକି ଯିବା। ଜୀବନରେ ସବୁବେଳେ ଆଗକୁ ବଢିବାକୁ ଉଦ୍ୟମ କରନ୍ତୁ ।ଜୀବନର ଜୟଗାନ କରନ୍ତୁ।

Note: Explains Decidophobia, including possible causes and how you can access treatment. Mental Health in Odia.