ଆଣ୍ଠୁଗଣ୍ଠି ବ୍ୟଥା ହେଉଥିବା ଲୋକମାନେ ଆପଣାନ୍ତୁ ଏହି ୩ଟି ବ୍ୟାୟାମ

ବୟସ ବଢ଼ିବା ସହ ଲୋକଙ୍କଠାରେ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଦେଇଥାଏ। କିଛି ଲୋକଙ୍କର ଆଣ୍ଠୁରେ ଅସହ୍ୟ ଯନ୍ତ୍ରଣା ହେଉଥିବା ବେଳେ କିଛି ଲୋକ ଅଧିକ ସମୟ ଠିଆ ହେଲେ ବା ଚାଲିଲେ ଥକ୍କି ପଡ଼ନ୍ତି।। ତେବେ ଏହି ଭଳି ସମସ୍ୟା ହେଲେ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ଖାଇବା ସହ କିଛିଟା ବ୍ୟାୟାମ କଲେ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଉପଶମ ମିଳିପାରିବ। ଅଷ୍ଟିଓଆର୍ଥ୍ରାଇଟିସ୍‌ ଓ ଅଷ୍ଟିଓପୋରୋସିସ୍‌ ସମସ୍ୟା ଥିବା ଲୋକମାନେ ଏହି ବ୍ୟାୟାମ କରିପାରିବେ।

୧ – ଏହି ଏକ୍ସରସାଇଜ୍‌ ତଳେ କରିବେ ନାହିଁ। କାରଣ ତଳେ କଲେ ଆଣ୍ଠୁଗଣ୍ଠି ସମସ୍ୟା ଥିବା ଲୋକ ବସା ଉଠା କରିବାରେ ସମସ୍ୟା ହୋଇଥାଏ। ପ୍ରଥମେ ଖଟ ଉପରେ ସିଧା କରି ଶୋଇଯାଆନ୍ତୁ। ଜଙ୍ଘ ତଳେ ଏକ ରୋଲର ବା ଗୋଲାକାର ତକିଆ ରଖନ୍ତୁ। ଏବେ ବାମ ଗୋଡ଼କୁ ୩୦ ଡିଗ୍ରୀ ଉପରକୁ ଟେକନ୍ତୁ, ୧୦ ସେକେଣ୍ଡ ପାଇଁ ଏଭଳି ଟେକିକି ରଖନ୍ତୁ। ପରେ ଗୋଡ଼ ତଳକୁ ନେଇ ଯାଆନ୍ତୁ। ସେହିପରି ଡାହାଣ ଗୋଡ଼ରେ କରନ୍ତୁ। ବାମ ଗୋଡ଼ରେ ୧୦ ଥର ଓ ଡାହାଣ ଗୋଡ଼ରେ ୧୦ ଥର ଏହି ବ୍ୟାୟାମ କରନ୍ତୁ।

୨- ବାମ ଆଣ୍ଠୁର ତଳ ଭାଗରେ ଏକ ବଲ୍‌ ବା ତଉଲିଆ ରଖନ୍ତୁ। ଏବେ ସେହି ତଉଲିଆକୁ ଆଣ୍ଠୁର ତଳ ଭାଗରେ ଚାପି ରଖନ୍ତୁ। ୫ ସେକେଣ୍ଡ ପାଇଁ ଚାପି ରଖିବେ। ଏହିଭଳି ଭାବେ ଡାହାଣ ଆଣ୍ଠୁରେ ବି କରିବ। ଏହିଭଳି ଦୁଇ ଗୋଡ଼ରେ ୧୦ ରାଉଣ୍ଡ କରନ୍ତୁ।

୩ – ଏବେ ଏକ ଚେୟାରରେ ବସନ୍ତୁ। ଗୋଡ଼ ୨ ଟା ସିଧାକରି ଟେକନ୍ତୁ ଓ ଆଙ୍ଗୁଠିକୁ ନିଜ ଆଡ଼କୁ ୫ ସେକେଣ୍ଡ ପାଇଁ ଟାଣି ଧରନ୍ତୁ। ୧୦ ସେକେଣ୍ଡ ପରେ ଆଙ୍ଗୁଠିକୁ ଢିଲା ଛାଡ଼ି ଦିଅନ୍ତୁ। ଏଭଳି ୧୦ ଥର କରିବେ।