ସୁସ୍ଥ ଶରୀର, ମଜବୁତ୍‌ ହାଡ଼ ପାଇଁ ପ୍ରତିଦିନ ବ୍ୟାୟାମ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ସୁସ୍ଥ ଓ ମଜବୁତ୍‌ ହାଡ଼ ପ୍ରତ୍ୟେକ ବୟସର ବ୍ୟକ୍ତିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଅଷ୍ଟିଓପୋରୋସିସ୍‌ ଚିକିତ୍ସା ଏବଂ ପ୍ରତିରୋଧ ପାଇଁ ବ୍ୟାୟାମ ଗୁରୁତ୍ୱପୂର୍ଣ୍ଣ। ବ୍ୟାୟାମ କେବଳ ହାଡ଼କୁ ସୁସ୍ଥ କରିବ ନାହିଁ ବରଂ ଏହା ମାଂସପେଶୀର ଶକ୍ତି ଓ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିଥାଏ, ଯାହା ପରବର୍ତ୍ତୀ ସମୟରେ ହାଡ଼ର କ୍ଷୟ ଓ ଭଗ୍ନକୁ ରୋକିବାରେ ସାହାଯ୍ୟ କରିଥାଏ।

କେଉଁ ପ୍ରକାର ବ୍ୟାୟାମ କରିବା ଆବଶ୍ୟକ

ଓଜନ ବହନ କରୁଥିବା ବ୍ୟାୟାମ ଯେପରିକି ଓଜନ ଉଠାଇବା ହାଡ଼ ପାଇଁ ଉତ୍ତମ ଏକ୍ସରସାଇଜ୍‌। ଏହି ଏକ୍ସରସାଇଜ୍‌ ହାଡ଼କୁ ମଜବୁତ କରିଥାଏ।

ମାଂସପେଶୀ ଶକ୍ତିଶାଳୀ ବ୍ୟାୟାମ: ଉଦାହରଣସୂରୁପ ହେଉଛି ଓଜନ ଉଠାଇବା, ଓଜନ ମେସିନ୍ ବ୍ୟବହାର କରିବା। ଏପରି ଏକ୍ସରସାଇଜ୍‌ ସପ୍ତାହକୁ ଦୁଇ ଥର କରନ୍ତୁ।

ପ୍ରତ୍ୟେକ ବ୍ୟାୟାମ ପରେ ଅତିକମ୍‌ରେ ୫ରୁ ୧୦ ମିନିଟ୍‌ ଷ୍ଟ୍ରେଚିଂ କରିବା ଉଚିତ।

ବ୍ୟାୟାମ କରିବା ବେଳେ ସଚେତନତା

ଯଦି ଆପଣଙ୍କର ଅନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଅଛି ଯେପରିକି ହୃଦରୋଗ, ଉଚ୍ଚ ରକ୍ତଚାପ, ମଧୁମେହ, ମୋଟାପଣ ବା ଯଦି ଆପଣଙ୍କର ବୟସ ୪୦ ବର୍ଷରୁ ଅଧିକ ତେବେ ଡାକ୍ତରଙ୍କ ସହ ପରାମର୍ଶ କରି ବ୍ୟାୟାମ ଆରମ୍ଭ କରିବା ଭଲ।

ବ୍ୟାୟାମ ଆରମ୍ଭ କରିବା ବେଳେ ପ୍ରାରମ୍ଭରେ କିଛି ମାଂସପେଶୀ ଯନ୍ତ୍ରଣା ଓ ଅସୁବିଧା ହୋଇପାରେ। ହେଲେ ଏହି ଯନ୍ତ୍ରଣା ୪୮ ଘଣ୍ଟାରୁ ଅଧିକ ସମୟ ପାଇଁ ରହିବ ନାହିଁ। ଯଦି ବ୍ୟାୟାମ କରିବା ବେଳେ ଛାତିରେ କୌଣସି ପ୍ରକାର ଯନ୍ତ୍ରଣା ହୁଏ, ତେବେ ବ୍ୟାୟାମ ବନ୍ଦ କରନ୍ତୁ ଓ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଯଦି ଆପଣଙ୍କର ଅଷ୍ଟିଓପୋରୋସିସ୍‌ ଅଛି, ତେବେ କେଉଁ ପ୍ରକାର ବ୍ୟାୟାମ କରିବା ସୁରକ୍ଷିତ ଡାକ୍ତରଙ୍କୁ ପଚାରି ବୁଝନ୍ତୁ।

ଅଷ୍ଟିଓପୋରୋସିସ୍‌ଙ୍କ ଲାଗି ଏକ୍ସରସାଇଜ୍‌

Hip  Extension: ଏକ ଚେୟାର ଆଣନ୍ତୁ। ସନ୍ତୁଳନ ରକ୍ଷା କରିବା ପାଇଁ ଚେୟାର ପଛପଟୁ ଦୁଇ ହାତରେ ଧରନ୍ତୁ। ଏନେ ଧୀରେ ଧୀରେ କରି ଡାହାଣ ଗୋଡ଼କୁ ପଛୁଆ କରି ଟେକନ୍ତୁ। ଯେତେ ଉଚ୍ଚକୁ ଉଠାଇପାରିବେ ଉଠାନ୍ତୁ। ଏପରି ୧୦ ସେକେଣ୍ଡ ପାଇଁ କରିବେ। ସେହିପରି ଭାବେ ବାମ ଗୋଡ଼ରେ କରନ୍ତୁ। ଏହି ଭଳି ଭାବେ ଦୁଇ ଗୋଡ଼କୁ ୧୦ ଥର ପାଇଁ କରନ୍ତୁ।

ବ୍ରିଜ୍‌: ଭୂମିରେ ଏକ ମ୍ୟାଟ୍‌ ପକାଇ ପିଠିରେ ଶୁଅନ୍ତୁ। ହାତକୁ ଭୂମିରେ ଛାଡ଼ି ଦିଅନ୍ତୁ। ଧୀରେ ଧୀରେ କରି ଅଣ୍ଟା ଭାଗକୁ ଉଠାନ୍ତୁ। ୧୦ ସେକେଣ୍ଡ ରହିବା ପରେ ପୁଣି ଭୂମିରେ ଶୁଅନ୍ତୁ। ଏପରି ୧୦ ଥର କରିବେ।